ଭାରତ ଉପର ଦେଇ ଗତି କରିବ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ, ଜାଣନ୍ତୁ କେବେ ଏବଂ କେଉଁ ସମୟରେ ଦେଖି ପାରିବେ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ଏବେ ଅଛନ୍ତି ଭାରତର ମହାକାଶଚାରୀ ଶୁଭାଂଶୁ ଶୁକ୍ଳା। ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ISSରେ ପହଞ୍ଚି ଇତିହାସ ରଚିଛନ୍ତି ଶୁଭାଂଶୁ। ତେବେ ଭାରତୀୟଙ୍କ ପାଇଁ ଏକ ଭଲ ଖବର ରହିଛି। ଆଗାମୀ କିଛି ଦିନରେ ଅନ୍ତର୍ଜାତୀୟ ଅନ୍ତରୀକ୍ଷ ଷ୍ଟେସନ(ଆଇଏସଏସ) ଭାରତ ଉପର ଦେଇ ଉଡ଼ିପାରେ। ଭାରତୀୟ ମହାକାଶଚାରୀ  ଶୁଭାଂଶୁ ଶୁକ୍ଳାଙ୍କୁ  ହାତ ହଲାଇ ଅଭିବାଦନ ଜଣାଇବାକୁ ପ୍ରସ୍ତୁତ ହୋଇ ଯାଆନ୍ତୁ।  ତେଣୁ ଭାରତୀୟଙ୍କୁ ଏହି ବିରଳ ଦୃଶ୍ୟ ଦେଖିବାର ସୁଯୋଗ ହାତଛଡ଼ା କରିବା ଉଚିତ୍ ନୁହେଁ। ଭାରତ ଉପରେ କେମିତି ଦେଖି ପାରିବେ ISSକୁ ? ଆଗାମୀ କିଛି ଦିନ ସୂର୍ଯ୍ୟାସ୍ତ ପରେ ଏବଂ ସୂର୍ଯ୍ୟୋଦୟ ପୂର୍ବରୁ ଆକାଶକୁ ଦେଖନ୍ତୁ। ଏହା ଆପଣଙ୍କୁ ଏକ ଚମକୁଥିବା ଦ୍ରୁତ ଗତିରେ ଗତି କରୁଥିବା ତାରା ପରି ଦେଖାଯିବ। ଏହା ୩ରୁ ୭ ମିନିଟ୍‌ ପର୍ଯ୍ୟନ୍ତ ପଶ୍ଚିମରୁ ପୂର୍ବ ଦିଗକୁ ଯାଉଥିବା ଦେଖିବାକୁ ମିଳିବ। ଆପଣଙ୍କୁ ISSକୁ ଦେଖିବା ପାଇଁ କୌଣସି ଦୂରବୀକ୍ଷଣ ଯନ୍ତ୍ରର ଆବଶ୍ୟକତା ପଡ଼ିବ ନାହିଁ। Gazing Down From The Space!Group Capt Shubhanshu Shukla enjoys the stunning panoramic view of Earth from the 7-windowed Cupola Module aboard the International Space Station. It’s been a remarkable journey as he marks a week in orbit, representing India among

ଭାରତ ଉପର ଦେଇ ଗତି କରିବ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ, ଜାଣନ୍ତୁ କେବେ ଏବଂ କେଉଁ ସମୟରେ ଦେଖି ପାରିବେ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ଏବେ ଅଛନ୍ତି ଭାରତର ମହାକାଶଚାରୀ ଶୁଭାଂଶୁ ଶୁକ୍ଳା। ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ISSରେ ପହଞ୍ଚି ଇତିହାସ ରଚିଛନ୍ତି ଶୁଭାଂଶୁ। ତେବେ ଭାରତୀୟଙ୍କ ପାଇଁ ଏକ ଭଲ ଖବର ରହିଛି। ଆଗାମୀ କିଛି ଦିନରେ ଅନ୍ତର୍ଜାତୀୟ ଅନ୍ତରୀକ୍ଷ ଷ୍ଟେସନ(ଆଇଏସଏସ) ଭାରତ ଉପର ଦେଇ ଉଡ଼ିପାରେ। ଭାରତୀୟ ମହାକାଶଚାରୀ  ଶୁଭାଂଶୁ ଶୁକ୍ଳାଙ୍କୁ  ହାତ ହଲାଇ ଅଭିବାଦନ ଜଣାଇବାକୁ ପ୍ରସ୍ତୁତ ହୋଇ ଯାଆନ୍ତୁ।  ତେଣୁ ଭାରତୀୟଙ୍କୁ ଏହି ବିରଳ ଦୃଶ୍ୟ ଦେଖିବାର ସୁଯୋଗ ହାତଛଡ଼ା କରିବା ଉଚିତ୍ ନୁହେଁ। 

ଭାରତ ଉପରେ କେମିତି ଦେଖି ପାରିବେ ISSକୁ ? 

ଆଗାମୀ କିଛି ଦିନ ସୂର୍ଯ୍ୟାସ୍ତ ପରେ ଏବଂ ସୂର୍ଯ୍ୟୋଦୟ ପୂର୍ବରୁ ଆକାଶକୁ ଦେଖନ୍ତୁ। ଏହା ଆପଣଙ୍କୁ ଏକ ଚମକୁଥିବା ଦ୍ରୁତ ଗତିରେ ଗତି କରୁଥିବା ତାରା ପରି ଦେଖାଯିବ। ଏହା ୩ରୁ ୭ ମିନିଟ୍‌ ପର୍ଯ୍ୟନ୍ତ ପଶ୍ଚିମରୁ ପୂର୍ବ ଦିଗକୁ ଯାଉଥିବା ଦେଖିବାକୁ ମିଳିବ। ଆପଣଙ୍କୁ ISSକୁ ଦେଖିବା ପାଇଁ କୌଣସି ଦୂରବୀକ୍ଷଣ ଯନ୍ତ୍ରର ଆବଶ୍ୟକତା ପଡ଼ିବ ନାହିଁ। 




ISSକୁ କେବେ ଦେଖିବେ ?

ଜୁଲାଇ ୭- ରାତ୍ରି ୮ଟା ୪୮-୮ଟା ୫୫

ଜୁଲାଇ ୮- ସକାଳ ୪ଟା ୫୯-୫ଟା ୫, ରାତି- ୭ଟା ୫୯- ୮ଟା ୬, ରାତି ୯ଟା୩୮-୯ଟା ୪୧

ଜୁଲାଇ ୯- ସକାଳ ୪ଟା ୧୦-୪ଟା ୧୬, ରାତି- ୮ଟା ୪୮-୮ଟା ୫୩

ଜୁଲାଇ ୧୦- ଭୋର ସକାଳ ୩ଟା ୨୨-୩ଟା ୨୭, ସକାଳ- ୪ଟା ୫୮-୫ଟା ୪, ରାତି- ୭ଟା୫୯- ୮ଟା୫

ଜୁଲାଇ ୧୧- ରାତି ୨ଟା ୩୪- ୨ଟା ୩୬, ସକାଳ ୪ଟା ୯- ୪ଟା ୧୫

ଜୁଲାଇ ୧୨- ରାତି ୭ଟା ୫୯- ୮ଟା ୩

ଦେଖିବାର ଟିପ୍ସ !

ISS ପୃଥିବୀରୁ ଦୃଶ୍ୟମାନ ହୁଏ କାରଣ ଏହା ଚନ୍ଦ୍ର ପରି ସୂର୍ଯ୍ୟକିରଣକୁ ପ୍ରତିଫଳିତ କରେ। ତଥାପି ଚନ୍ଦ୍ର ପରି, ଏହା ଦିନରେ ଦୃଶ୍ୟମାନ ହେବ ନାହିଁ। ଏହାକୁ ଦେଖିବାର ସର୍ବୋକୃଷ୍ଟ ସମୟ ସୂର୍ଯ୍ୟୋଦୟ କିମ୍ବା ସୂର୍ଯ୍ୟାସ୍ତ ପୂର୍ବରୁ କିମ୍ବା ପରେ କିଛି ଘଣ୍ଟା ମଧ୍ୟରେ ହୋଇଥାଏ।