ଭାରତ-କାନାଡାକୁ ଅଲଗା କରିଦେଲା ଲରେନ୍ସ ବିଷ୍ଣୋଇ !

ଚରମ ସୀମାରେ ପହଞ୍ଚିଛି ଉଭୟ ଦେଶର କୁଟନୈତିକ ସମ୍ପର୍କ।

ଭାରତ-କାନାଡାକୁ ଅଲଗା କରିଦେଲା ଲରେନ୍ସ ବିଷ୍ଣୋଇ !

କାନାଡାର ମିଛ ଭାରତକୁ ହୋଇଛି ଅଡୁଆ। ଉଭୟ ଭାରତ ଓ କାନାଡା ମଧ୍ୟରେ ବିବାଦ ବଢୁଥିବା ବେଳେ ବୟାନବାଜି ମଧ୍ୟ ଜାରି ରହିଛି। ଚରମ ସୀମାରେ ପହଞ୍ଚିଛି ଉଭୟ ଦେଶର କୁଟନୈତିକ ସମ୍ପର୍କ। ପୁରା ଘଟଣାକୁ ଯଦି ଅନୁଶୀଳନ କରାଯାଏ ତେବେ ଭାରତର ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋୟୀକୁ ଦାୟୀ କରାଯାଇଛି। କାହିଁକି ନା ଏହି ଗ୍ୟାଙ୍ଗଷ୍ଟାର ମଧ୍ୟ କାନାଡାରେ ଅପରେଟ କରୁଥିଲା। କାନାଡାରେ ଥିବା ଶିଖ କମ୍ୟୁନିଟି ମାଧ୍ୟମରେ ବିଷ୍ଣୋୟୀ ଗ୍ରୁପ ସେଠାରେ ଏକପ୍ରକାର ଅରାଜକତା ଦେଖାଇଥିଲା ।