ଭାରତ କେବେ ବି ଚୀନ ଭଳି ହେଇପାରିବ ନାହିଁ: ରଘୁରାମ ରାଜନ

ନୂଆଦିଲ୍ଲୀ: ଭାରତ କେବେ ବି ଚୀନ ଭଳି ହେଇପାରିବ ନାହିଁ ବୋଲି କହିଛନ୍ତି ଆର୍ବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ। ଭାରତର ଗଣତନ୍ତ୍ର ଏହାର ଆର୍ଥିକ ଉନ୍ନତିକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରିଥାଏ।  ଯେତେବେଳେ ଭାରତ ଗରିବ ଥିଲା, ସେତେବେଳେ ଆମେ ଗଣତନ୍ତ୍ରର ରାସ୍ତା ବାଛିଥିଲୁ। ବର୍ତ୍ତମାନ ଆମେ ଏକ ନିମ୍ନ ମଧ୍ୟମ ଆୟ ବର୍ଗରେ ଥିବା ରାଷ୍ଟ୍ରରେ ପରିଣତ ହୋଇଛୁ। ଏହି ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗଣତନ୍ତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ରଘୁରାମ ରାଜନ କହିଛନ୍ତି। Also read: ଇତିହାସ ରଚିଲା Amul, ଏବେ ଏହି ଦେଶରେ ବିକିବ ଭାରତୀୟ ଦୁଗ୍ଧତେବେ ଚୀନର ଶାସନ ପ୍ରଣାଳୀ ଯୋଗୁ ସେଠାରେ ତୀବ୍ର ବିକାଶ ହୋଇଛି ବୋଲି ରଘୁରାମ ରାଜନ କହିଛନ୍ତି। ଏକ ସାକ୍ଷାତକାରରେ ଶ୍ରୀ ରାଜନ କହିଛନ୍ତି ଯେ ଚୀନର ଏକଚାଟିଆ ଶାସନ ବ୍ୟବସ୍ଥା ସେଠାରେ ଶିଳ୍ପ ବିକାଶରେ ବହୁତ ସାହାଯ୍ୟ କରିଛି।ଚୀନ୍ ଦ୍ରୁତ ଗତିରେ ରେଳ ପ୍ରୋଜେକ୍ଟର କାମ କରୁଛି କାରଣ ସେଠାରେ ଜମି ଅଧିଗ୍ରହଣ ସମସ୍ୟା ନାହିଁ। ଅନ୍ୟପକ୍ଷରେ ବୁଲେଟ୍ ଟ୍ରେନର ମୁମ୍ବାଇ-ଅହମ୍ମଦାବାଦ କରିଡରରେ ଭାରତ ଏବେ ମଧ୍ୟ କାମ କରୁଛି। ଏଭଳି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ଭାରତ ସରକାର ଅନେକ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି ବୋଲି ଶ୍ରୀ ରାଜନ କହିଛନ୍ତି।ସରକାରଙ୍କୁ ଉପଦେଶ ଦେଇ ଶ୍ରୀ ରାଜନ କହିଛନ୍ତି ଯେ ଗଣତନ୍ତ୍ର ଆଧାରରେ ଭାରତକୁ ଅର୍ଥନୈତିକ ପ୍ରଗତିର ଏକ ମଡେଲ ସୃଷ

ଭାରତ କେବେ ବି ଚୀନ ଭଳି ହେଇପାରିବ ନାହିଁ: ରଘୁରାମ ରାଜନ

ନୂଆଦିଲ୍ଲୀ: ଭାରତ କେବେ ବି ଚୀନ ଭଳି ହେଇପାରିବ ନାହିଁ ବୋଲି କହିଛନ୍ତି ଆର୍ବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ। ଭାରତର ଗଣତନ୍ତ୍ର ଏହାର ଆର୍ଥିକ ଉନ୍ନତିକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରିଥାଏ।  ଯେତେବେଳେ ଭାରତ ଗରିବ ଥିଲା, ସେତେବେଳେ ଆମେ ଗଣତନ୍ତ୍ରର ରାସ୍ତା ବାଛିଥିଲୁ। ବର୍ତ୍ତମାନ ଆମେ ଏକ ନିମ୍ନ ମଧ୍ୟମ ଆୟ ବର୍ଗରେ ଥିବା ରାଷ୍ଟ୍ରରେ ପରିଣତ ହୋଇଛୁ। ଏହି ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗଣତନ୍ତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ରଘୁରାମ ରାଜନ କହିଛନ୍ତି। 

Also read: ଇତିହାସ ରଚିଲା Amul, ଏବେ ଏହି ଦେଶରେ ବିକିବ ଭାରତୀୟ ଦୁଗ୍ଧ

ତେବେ ଚୀନର ଶାସନ ପ୍ରଣାଳୀ ଯୋଗୁ ସେଠାରେ ତୀବ୍ର ବିକାଶ ହୋଇଛି ବୋଲି ରଘୁରାମ ରାଜନ କହିଛନ୍ତି। ଏକ ସାକ୍ଷାତକାରରେ ଶ୍ରୀ ରାଜନ କହିଛନ୍ତି ଯେ ଚୀନର ଏକଚାଟିଆ ଶାସନ ବ୍ୟବସ୍ଥା ସେଠାରେ ଶିଳ୍ପ ବିକାଶରେ ବହୁତ ସାହାଯ୍ୟ କରିଛି।

ଚୀନ୍ ଦ୍ରୁତ ଗତିରେ ରେଳ ପ୍ରୋଜେକ୍ଟର କାମ କରୁଛି କାରଣ ସେଠାରେ ଜମି ଅଧିଗ୍ରହଣ ସମସ୍ୟା ନାହିଁ। ଅନ୍ୟପକ୍ଷରେ ବୁଲେଟ୍ ଟ୍ରେନର ମୁମ୍ବାଇ-ଅହମ୍ମଦାବାଦ କରିଡରରେ ଭାରତ ଏବେ ମଧ୍ୟ କାମ କରୁଛି। ଏଭଳି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ଭାରତ ସରକାର ଅନେକ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି ବୋଲି ଶ୍ରୀ ରାଜନ କହିଛନ୍ତି।

ସରକାରଙ୍କୁ ଉପଦେଶ ଦେଇ ଶ୍ରୀ ରାଜନ କହିଛନ୍ତି ଯେ ଗଣତନ୍ତ୍ର ଆଧାରରେ ଭାରତକୁ ଅର୍ଥନୈତିକ ପ୍ରଗତିର ଏକ ମଡେଲ ସୃଷ୍ଟି କରିବାକୁ ପଡିବ। ଆମ ନାଗରିକମାନଙ୍କୁ ଅଧିକ ଅଧିକାର ଦେବାକୁ ପଡ଼ିବ। ସରକାରଙ୍କୁ ସେମାନଙ୍କ ପାଖରେ ଉତ୍ତରଦାୟୀ ହେବେ। ସେମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ବୋଲି ଶ୍ରୀ ରାଜନ କହିଛନ୍ତି। 

ତେବେ ସେ ମୋଦୀ ସରକାରଙ୍କ ଦଶନ୍ଧିର ଶାସନ ଭିତରେ ଭାରତର ଆର୍ଥିକ ପ୍ରଗତି ସବୁଠାରୁ ଭଲ ହୋଇଛି ବୋଲି କୁହାଯାଉଥିବା ବଳେ ରାଜନ କିନ୍ତୁ ଏହାକ ଗ୍ରହଣ କରି ନାହାନ୍ତି। ସେ କହିଛନ୍ତି ଯେ ଭାରତ ଆସନ୍ତା ୫ ବର୍ଷରେ ଜାପାନ ଠାରୁ ଆଗକୁ ଚାଲିଯିବ।  ଏହା ସତ୍ତ୍ୱେ ଆମେ ତଥାପି ଗରିବ ଦେଶ ବର୍ଗରେ ଗଣାଯିବା। ଆମର ମୁଣ୍ଡପିଛା ଆୟ ସେତେ ଅଧିକ ହେବ ନାହିଁ ବୋଲି ଶ୍ରୀ ରାଜନ କହିଛନ୍ତି।