ଭାରତ-ଚୀନ ଏଲ୍ଏସିରେ ପୁଣି ଆରମ୍ଭ ହେବ ପାଟ୍ରୋଲିଂ
ନୂଆଦିଲ୍ଲୀ: ୨୦୨୦ ମସିହାର ଗଲ୍ୱାଲ ସଂଘର୍ଷ ପରେ ବିଗିଡ଼ିଥିବା ଭାରତ ଓ ଚୀନ ସଂପର୍କ ପୁଣିଥରେ ସୁଧୁରିବାକୁ ଯାଉଛି। ଦୁଇ ଦେଶର ବାସ୍ତବ ନିୟନ୍ତ୍ରଣ ରେଖା(ଏଲ୍ଏସି)ରେ ପାଟ୍ରୋଲିଂ ଆରମ୍ଭ ପାଇଁ ଦୁଇ ଦେଶ ରାଜି ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ଏ ନେଇ ଗତ କିଛି ସପ୍ତାହ ଧରି ଆଲୋଚନା ପରେ ପାଟ୍ରୋଲିଂ ଆରମ୍ଭ ନିଷ୍ପତ୍ତି ହୋଇଛି। ବିଦେଶ ବ୍ୟାପାର ସଚିବ ବିକ୍ରମ ମିସ୍ରି ଏହି ସୂଚନା ଦେଇଛନ୍ତି। ଏହାଦ୍ବାରା ୨୦୨୦ ମସିହାରେ ଯେଉଁ ସମସ୍ୟା ଦେଖାଦେଇଥିଲା […]

ନୂଆଦିଲ୍ଲୀ: ୨୦୨୦ ମସିହାର ଗଲ୍ୱାଲ ସଂଘର୍ଷ ପରେ ବିଗିଡ଼ିଥିବା ଭାରତ ଓ ଚୀନ ସଂପର୍କ ପୁଣିଥରେ ସୁଧୁରିବାକୁ ଯାଉଛି। ଦୁଇ ଦେଶର ବାସ୍ତବ ନିୟନ୍ତ୍ରଣ ରେଖା(ଏଲ୍ଏସି)ରେ ପାଟ୍ରୋଲିଂ ଆରମ୍ଭ ପାଇଁ ଦୁଇ ଦେଶ ରାଜି ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ଏ ନେଇ ଗତ କିଛି ସପ୍ତାହ ଧରି ଆଲୋଚନା ପରେ ପାଟ୍ରୋଲିଂ ଆରମ୍ଭ ନିଷ୍ପତ୍ତି ହୋଇଛି। ବିଦେଶ ବ୍ୟାପାର ସଚିବ ବିକ୍ରମ ମିସ୍ରି ଏହି ସୂଚନା ଦେଇଛନ୍ତି। ଏହାଦ୍ବାରା ୨୦୨୦ ମସିହାରେ ଯେଉଁ ସମସ୍ୟା ଦେଖାଦେଇଥିଲା ତାହାର ସମାଧାନ ହୋଇପାରିଛି। ରୁଷ୍ରେ ଆସନ୍ତାକାଲି ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବା ସମ୍ଭାବନା ରହିଛି। ଉକ୍ତ ଖବରକୁ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସକାରାତ୍ମକ ବୋଲି କହିଛିନ୍ତି। ସୀମାରେ ଶାନ୍ତି ପାଇଁ ଏହା ବାଟ ଫିଟାଇବ। ଆମେ ୨୦୨୦ ମସିହାର ଅବସ୍ଥାକୁ ଫେରିଛୁ। ତେଣୁ ଆମେ କହିପାରିବା ଯେ ସେନା ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି। ବିଭିନ୍ନ କାରଣ ପାଇଁ ୨୦୨୦ ମସିହା ପରେ ସେମାନେ ଆମକୁ କେତେକ କ୍ଷେତ୍ରରେ ଅବରୋଧ କରିଥିଲେ ଏବଂ ଆମେ ମଧ୍ୟ ସେମାନଙ୍କୁ ଅବରୋଧ କରିଥିଲୁ। କିନ୍ତୁ ଆମେ ଏବେ ରାଜିନାମାରେ ପହଞ୍ଚିଛୁ। ଏହି ରାଜିନାମା ଆମକୁ ପାଟ୍ରୋଲିଂ ପାଇଁ ଅନୁମତି ଦେବ। ଏହା ଆମ ଅଧ୍ୟବସାୟ ଏବଂ ଧୈର୍ଯ୍ୟପୂର୍ଣ୍ଣ କାର୍ଯ୍ୟର ଫଳ ବୋଲି ଜୟଶଙ୍କର କହିଛନ୍ତି।