ଭାରତ-ପାକ ସୀମାରେ ପୁଣି ଲଗାତାର ଚତୁର୍ଥ ଦିନ ଲାଗି ଫାୟାରିଂ, ସାରା ରାତି ଗୁଳିବିନିମୟ
ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ସୀମାରେ ପୁଣି ପାକିସ୍ତାନର ଗୁଳିମାଡ଼। ଲଗାତାର ଚତୁର୍ଥ ଦିନ ଲାଗି ଏଲଓସିରେ ଅସ୍ତ୍ର ବିରତି... The post ଭାରତ-ପାକ ସୀମାରେ ପୁଣି ଲଗାତାର ଚତୁର୍ଥ ଦିନ ଲାଗି ଫାୟାରିଂ, ସାରା ରାତି ଗୁଳିବିନିମୟ appeared first on .
ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ସୀମାରେ ପୁଣି ପାକିସ୍ତାନର ଗୁଳିମାଡ଼। ଲଗାତାର ଚତୁର୍ଥ ଦିନ ଲାଗି ଏଲଓସିରେ ଅସ୍ତ୍ର ବିରତି ଉଲ୍ଲଂଘନ ହୋଇଛି। ପାକ୍ ସେନାକୁ କଡ଼ା ଜବାବ ଦେଉଛନ୍ତି ଭାରତୀୟ ସେନା। ପାକ୍ ଆର୍ମି ପୋଷ୍ଟରୁ ଗୁଳିମାଡ କରାଯାଉଛି। ରାତି ତମାମ ଚାଲିଛି ଫାୟାରିଂ। ପାକିସ୍ତାନୀ ସୈନ୍ୟମାନେ ନିୟନ୍ତ୍ରଣ ରେଖାରେ ଲଗାତାର ଚତୁର୍ଥ ରାତି ପାଇଁ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି।
କୁପୱାଡା ଏବଂ ପୁଞ୍ଚ ଜିଲ୍ଲା ସୀମାନ୍ତ ପାକିସ୍ତାନ ସେନା ପୋଷ୍ଟରୁ ଗୁଳିମାଡ଼ କରାଯାଉଛି। ନିୟନ୍ତ୍ରଣ ରେଖା ପାରକରି ବିନା ପ୍ରରୋଚନାରେ ଗୁଳି ଚଳାଇଥିଲେ। ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଉଛି। ପ୍ରଥମଥର ଲାଗି ପାକିସ୍ତାନ ସେନା ପୁଞ୍ଚ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଗତ ମଙ୍ଗଳବାର ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହେବା ପରେ ଭାରତ ଏବଂ ପାକିସ୍ତାନୀ ସୈନ୍ୟଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ପୁଲୱାମା ଘଟଣା ପରେ ଜମ୍ମୁ ଏବଂ କାଶ୍ମୀରରେ ହୋଇଥିବା ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନରେ ଥିବା ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବା ସହ ଜଡିତ ଆତଙ୍କୀ ସଂଗଠନ ଟିଆରଏଫର ଭୂମିକା ସାମ୍ନାକୁ ଆସିବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହୋଇଛି।
The post ଭାରତ-ପାକ ସୀମାରେ ପୁଣି ଲଗାତାର ଚତୁର୍ଥ ଦିନ ଲାଗି ଫାୟାରିଂ, ସାରା ରାତି ଗୁଳିବିନିମୟ appeared first on .