ଭାରତ- ପାକିସ୍ତାନ ଅସ୍ତ୍ରବିରତିକୁ ନେଇ ବାଂଲାଦେଶର ବୟାନ, ୟୁନୂସ କହିଲେ...
ନୂଆଦିଲ୍ଲୀ: କିଛି ଦିନର ଆକ୍ରମଣ ପ୍ରତିଆକ୍ରମଣ ପରେ ଅସ୍ତ୍ରବିରତି ପାଇଁ ସହମତ ହୋଇଛନ୍ତି ଭାରତ ଏବଂ ପାକିସ୍ତାନ। ହେଲେ ଏହା ସତ୍ତ୍ବେବି ପାକିସ୍ତାନ ଶନିବାର ରାତିରେ ଭାରତର ଅନେକ ସହରରେ ଡ୍ରୋନ ଆକ୍ରମଣ କରିଛି । ଅବଶ୍ୟ ସେସବୁ କୌଣସି କ୍ଷତି କରିପାରିନାହାଁନ୍ତି।ଭାରତର ଏୟାର ଡଫେନ୍ସ ସିଷ୍ଟମ ଏହି ଡ୍ରୋନ ସବୁକୁ ନଷ୍ଟ କରିଛି।ସେପଟେ ଭାରତ- ପାକ୍ ଯୁଦ୍ଧବିରାମକୁ ବାଂଲାଦେଶ ସ୍ବାଗତ କରିଛି। ବାଂଲାଦେଶ ମହମ୍ମଦ ୟୁନୂସଙ୍କ ଅନ୍ତରୀଣ ସରକାର, ଭାରତ ଏବଂ ପାକିସ୍ତାନ ନେତୃବୃନ୍ଦ ଏବଂ ମଧ୍ୟସ୍ଥତା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶଂସା କରିଛନ୍ତି। ୟୁନୂସ ଏକ୍ସରେ ଏକ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ତଥା ମଧ୍ୟସ୍ଥତା ପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ବିଦେଶ ମନ୍ତ୍ରୀ ରୁବିଓଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଆହୁରି କହିଛନ୍ତି ବାଂଲାଦେଶ କୂଟନୀତି ମାଧ୍ୟରେ ମତଭେଦ ଦୂର କରିବାକୁ ଦୁଇ ପଡ଼େଶୀଙ୍କ ସମର୍ଥନ କରିବ।’’ ସୂଚନାଥାଉକି, ଯୁଦ୍ଧବିରାମର ଘୋଷଣା ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରିଥିଲେ। ସେ ଟ୍ରୁଥ ସୋସିଆଲରେ ଲେଖିଥିଲେ ‘ଆମେରିକାର ମଧ୍ୟସ୍ଥତାରେ ରାତି ତମାମ କଥାବାର୍ତ୍ତା ପରେ ମତେ ଏହା ଘୋଷଣା କରି ଖୁସି ଲାଗୁଛି ଯେ, ଭାରତ ଏବଂ ପାକିସ୍ତାନ ପୂର୍ଣ୍ଣ ଏବଂ ତତ୍କାଳ ଯୁଦ୍ଧବିରାମ ଉପର
ନୂଆଦିଲ୍ଲୀ: କିଛି ଦିନର ଆକ୍ରମଣ ପ୍ରତିଆକ୍ରମଣ ପରେ ଅସ୍ତ୍ରବିରତି ପାଇଁ ସହମତ ହୋଇଛନ୍ତି ଭାରତ ଏବଂ ପାକିସ୍ତାନ। ହେଲେ ଏହା ସତ୍ତ୍ବେବି ପାକିସ୍ତାନ ଶନିବାର ରାତିରେ ଭାରତର ଅନେକ ସହରରେ ଡ୍ରୋନ ଆକ୍ରମଣ କରିଛି । ଅବଶ୍ୟ ସେସବୁ କୌଣସି କ୍ଷତି କରିପାରିନାହାଁନ୍ତି।ଭାରତର ଏୟାର ଡଫେନ୍ସ ସିଷ୍ଟମ ଏହି ଡ୍ରୋନ ସବୁକୁ ନଷ୍ଟ କରିଛି।
ସେପଟେ ଭାରତ- ପାକ୍ ଯୁଦ୍ଧବିରାମକୁ ବାଂଲାଦେଶ ସ୍ବାଗତ କରିଛି। ବାଂଲାଦେଶ ମହମ୍ମଦ ୟୁନୂସଙ୍କ ଅନ୍ତରୀଣ ସରକାର, ଭାରତ ଏବଂ ପାକିସ୍ତାନ ନେତୃବୃନ୍ଦ ଏବଂ ମଧ୍ୟସ୍ଥତା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶଂସା କରିଛନ୍ତି। ୟୁନୂସ ଏକ୍ସରେ ଏକ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ତଥା ମଧ୍ୟସ୍ଥତା ପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ବିଦେଶ ମନ୍ତ୍ରୀ ରୁବିଓଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଆହୁରି କହିଛନ୍ତି ବାଂଲାଦେଶ କୂଟନୀତି ମାଧ୍ୟରେ ମତଭେଦ ଦୂର କରିବାକୁ ଦୁଇ ପଡ଼େଶୀଙ୍କ ସମର୍ଥନ କରିବ।’’
ସୂଚନାଥାଉକି, ଯୁଦ୍ଧବିରାମର ଘୋଷଣା ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରିଥିଲେ। ସେ ଟ୍ରୁଥ ସୋସିଆଲରେ ଲେଖିଥିଲେ ‘ଆମେରିକାର ମଧ୍ୟସ୍ଥତାରେ ରାତି ତମାମ କଥାବାର୍ତ୍ତା ପରେ ମତେ ଏହା ଘୋଷଣା କରି ଖୁସି ଲାଗୁଛି ଯେ, ଭାରତ ଏବଂ ପାକିସ୍ତାନ ପୂର୍ଣ୍ଣ ଏବଂ ତତ୍କାଳ ଯୁଦ୍ଧବିରାମ ଉପରେ ସହମତ ହୋଇଛନ୍ତି। ଦୁଇ ଦେଶଙ୍କ ସାଧାରଣ ଜ୍ଞାନ ଏବଂ ଉତ୍ତମ ବୁଦ୍ଧିମତାର ବ୍ୟବହାର ପାଇଁ ଶୁଭେଚ୍ଛା। ଟ୍ରମ୍ପ ଏହା ଉପରେ ଜୋର ଦେଇଛନ୍ତି ଯେ, ଯୁଦ୍ଧବିରାମକୁ ସୁରକ୍ଷିତ କରିବାରେ ଆମେରିକା ମଧ୍ୟସ୍ଥତା ମହତ୍ବପୂର୍ଣ୍ଣ ଥିଲା।
ସେହିଭଳି ଭାରତରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଯୁଦ୍ଧ ବିରାମ ନିଶ୍ଚି କରି କହିଛନ୍ତି ଯେ, ଭାରତ ଏବଂ ପାକିସ୍ତାନ ଗୁଳିଗୋଳା ଏବଂ ସାମରିକ ଆକ୍ସନ ବନ୍ଦ କରିବା ଉପରେ ସହମତି ହୋଇଛି। ଭାରତ ଆତଙ୍କବାଦୀର ସବୁ ରୂପ ଏବଂ ଅଭିବ୍ୟକ୍ତିଙ୍କ ବିରୋଧରେ ଲଗାତାର ଦୃଢ଼ ଏବଂ ଦୃଢ଼ ମନୋଭାବ ରଖିଛି। ସେ ଏଭଳି କରିବା ଜାରି ରଖିବ।’
ପାକିସ୍ତାନର ଉପ- ପ୍ରଧାନମନ୍ତ୍ରୀ ଏବଂ ବିଦେଶ ମନ୍ତ୍ରୀ ଇଶାକ ଡାର ମଧ୍ୟ ଯୁଦ୍ଧ ବିରାମକୁ ନିଶ୍ଚିତ କରି କହିଛନ୍ତି, ‘ପାକିସ୍ତାନ ଏବଂ ଭାରତ ତତ୍କାଳ ପ୍ରଭାବରେ ଯୁଦ୍ଧ ବିରାମ ଉପରେ ସହମତ ହୋଇଛନ୍ତି। ପାକିସ୍ତାନ ସବୁବେଳେ ନିଜ ସାର୍ବଭୌମତ୍ବ ଏବଂ କ୍ଷେତ୍ରୀୟ ଅଖଣ୍ଡତା ସହ ବୁଝାମଣା ବିନା କ୍ଷେତ୍ରରେ ଶାନ୍ତି ଏବଂ ସୁରକ୍ଷା ପାଇର୍ ପ୍ରୟାସ କରିଛି।’’