ଭାରତ ଫେରିବା ମାତ୍ରେ ପ୍ରଜ୍ଜ୍ବଳ ରେଭନ୍ନାଙ୍କୁ କରାଯିବ ଗିରଫ, କର୍ଣ୍ଣାଟକ ଗୃହମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ: ଯୌନ କେଳେଙ୍କାରୀ ମାମଲାକୁ ନେଇ ବିବାଦରେ ଅଛନ୍ତି କର୍ଣ୍ଣାଟକର ଜେଡିଏସ୍‌-ବିଜେପି ସାଂସଦ ପ୍ରଜ୍ଜ୍ବଳ ରେଭନ୍ନା। ଅବଶ୍ୟ ଅଭିଯୋଗ ପରେ ସେ ଦେଶ ଛାଡ଼ି ପଳାଇବା ପରେ ମାମଲା ଆହୁରି ସରଗରମ ହୋଇଥିଲା। ତାଙ୍କ ବିରୋଧରେ ଅନେକ ବିରୋଧ ପ୍ରଦର୍ଶନ ହୋଇଥିବାବେଳେ, ତାଙ୍କୁ ଗିରଫ କରିବାକୁ ମଧ୍ୟ ଦାବି ହୋଇଥିଲା। ମାମଲାର ତଦନ୍ତ ପାଇଁ ଗତ ମାସ ୨୮ ତାରିଖରେ ରାଜ୍ୟ ସରକାର ଏସଆଇଟି ମଧ୍ୟ ଗଠନ କରିଛନ୍ତି। ଏହାରି ମଧ୍ୟରେ ମଙ୍ଗଳବାର, କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ବର ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ସାଂସଦ ପ୍ରଜ୍ଜ୍ବଳ ରେଭନ୍ନାଙ୍କୁ ଭାରତ ଆସିବା ମାତ୍ରେ ଗିରଫ କରାଯିବ। ଅବଶ୍ୟ ତାଙ୍କୁ କେଉଁଠି ଗିରଫ କରାଯିବ ତାହା ଏସଆଇଟି ଉପରେ ନିର୍ଭର କରେ ଏଜେନ୍ସୀ ନିଜ ତରିକାରେ କାମ କରିବ।ସେ ଆହୁରି କହିଛନ୍ତି ଏସଆଇଟି ଗଠନ ପରେ, ରେଭନ୍ନା ନିଜ ଓକିଲଙ୍କ ଜରିଆରେ ସେ ୭ ଦିନ ମଧ୍ୟରେ ହାଜରେ ହେବେ, କିନ୍ତୁ ସେ ହାଜର ହୋଇନଥିଲେ।  ଜି.ପରମେଶ୍ବର କହିଛନ୍ତି ରେଭନ୍ନାଙ୍କ ବିରୋଧରେ ପୂର୍ବରୁ ହିଁ ବ୍ଲୁ କର୍ଣ୍ଣର ନୋଟିସ୍‌ ଜାରି ହୋଇସାରିଛି। ଏହା ବ୍ୟତୀତ ଏସଆଇଟି ମଧ୍ୟ ନୋଟିସ୍‌ ଦେଇଛି। ଏବେ ଏହି ମାମଲାରେ ଚାର୍ଜସିଟ୍‌ ମଧ୍ୟ ଦାଖଲ ହେବ।  ଆମକୁ ଦେଖିବାର ଅଛି ଯେ, ଏହି ମାମଲାର ସତ୍ୟତା କ’ଣ। ଏଥିପାଇଁ ଗହନ ଯାଞ୍ଚ ଚାଲିଛି। ସୂଚନାଥାଉକି, ନିକଟରେ ଜାରି ଭିଡିଓରେ ପ୍ରଜ୍ବଲ ରେଭନ୍ନ ପରି

ଭାରତ ଫେରିବା ମାତ୍ରେ ପ୍ରଜ୍ଜ୍ବଳ ରେଭନ୍ନାଙ୍କୁ କରାଯିବ ଗିରଫ, କର୍ଣ୍ଣାଟକ ଗୃହମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ: ଯୌନ କେଳେଙ୍କାରୀ ମାମଲାକୁ ନେଇ ବିବାଦରେ ଅଛନ୍ତି କର୍ଣ୍ଣାଟକର ଜେଡିଏସ୍‌-ବିଜେପି ସାଂସଦ ପ୍ରଜ୍ଜ୍ବଳ ରେଭନ୍ନା। ଅବଶ୍ୟ ଅଭିଯୋଗ ପରେ ସେ ଦେଶ ଛାଡ଼ି ପଳାଇବା ପରେ ମାମଲା ଆହୁରି ସରଗରମ ହୋଇଥିଲା। ତାଙ୍କ ବିରୋଧରେ ଅନେକ ବିରୋଧ ପ୍ରଦର୍ଶନ ହୋଇଥିବାବେଳେ, ତାଙ୍କୁ ଗିରଫ କରିବାକୁ ମଧ୍ୟ ଦାବି ହୋଇଥିଲା। ମାମଲାର ତଦନ୍ତ ପାଇଁ ଗତ ମାସ ୨୮ ତାରିଖରେ ରାଜ୍ୟ ସରକାର ଏସଆଇଟି ମଧ୍ୟ ଗଠନ କରିଛନ୍ତି। 

ଏହାରି ମଧ୍ୟରେ ମଙ୍ଗଳବାର, କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ବର ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ସାଂସଦ ପ୍ରଜ୍ଜ୍ବଳ ରେଭନ୍ନାଙ୍କୁ ଭାରତ ଆସିବା ମାତ୍ରେ ଗିରଫ କରାଯିବ। ଅବଶ୍ୟ ତାଙ୍କୁ କେଉଁଠି ଗିରଫ କରାଯିବ ତାହା ଏସଆଇଟି ଉପରେ ନିର୍ଭର କରେ ଏଜେନ୍ସୀ ନିଜ ତରିକାରେ କାମ କରିବ।ସେ ଆହୁରି କହିଛନ୍ତି ଏସଆଇଟି ଗଠନ ପରେ, ରେଭନ୍ନା ନିଜ ଓକିଲଙ୍କ ଜରିଆରେ ସେ ୭ ଦିନ ମଧ୍ୟରେ ହାଜରେ ହେବେ, କିନ୍ତୁ ସେ ହାଜର ହୋଇନଥିଲେ।  

ଜି.ପରମେଶ୍ବର କହିଛନ୍ତି ରେଭନ୍ନାଙ୍କ ବିରୋଧରେ ପୂର୍ବରୁ ହିଁ ବ୍ଲୁ କର୍ଣ୍ଣର ନୋଟିସ୍‌ ଜାରି ହୋଇସାରିଛି। ଏହା ବ୍ୟତୀତ ଏସଆଇଟି ମଧ୍ୟ ନୋଟିସ୍‌ ଦେଇଛି। ଏବେ ଏହି ମାମଲାରେ ଚାର୍ଜସିଟ୍‌ ମଧ୍ୟ ଦାଖଲ ହେବ।  ଆମକୁ ଦେଖିବାର ଅଛି ଯେ, ଏହି ମାମଲାର ସତ୍ୟତା କ’ଣ। ଏଥିପାଇଁ ଗହନ ଯାଞ୍ଚ ଚାଲିଛି। 

ସୂଚନାଥାଉକି, ନିକଟରେ ଜାରି ଭିଡିଓରେ ପ୍ରଜ୍ବଲ ରେଭନ୍ନ ପରିବାରର ସଦସ୍ୟ ଏବଂ ଜେଡିଏସର କର୍ମୀଙ୍କୁ କ୍ଷମା ମାଗିଥିଲେ। ଏହା ସହ ତାଙ୍କ ବିରୋଧରେ ରାଜନୈତିକ ଷଡ଼ଯନ୍ତ୍ର ରଚାଯାଇଥିବା‌ବୋଲି କହିଥିଲେ। ଭିଡିଓରେ ରେଭନ୍ନା ଦାବି କରିଥିଲେ ଯେ, ଏହି ଷଡ଼ଯନ୍ତ୍ର କିଛି ସ୍ଥାନୀୟ ବିରୋଧୀ ନେତା କରିଛନ୍ତି। ସେ ଆହୁରି କହିଥିଲେ ଏହା ଫଳରେ ସେ ଡିପ୍ରେସନକୁ ଚାଲିଯାଇଥିଲେ ଏବଂ ଏକୁଟିଆ ଥିଲେ। ଆହୁରି ମଧ୍ୟରେ ମେ ୩୧ ତାରିଖରେ ସେ ଅଦାଲତରେ ହାଜର ହେବା କଥା କହିଥିଲେ।