ଭାରତ ବିଶ୍ୱକପ୍‌ ଜିତିଲା, ହେଲେ ଖୁସିରେ ଗଦଗଦ ହେଲେ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ,୩୦।୬: ଟି୨୦ ବିଶ୍ୱକପ୍‌ ୨୦୨୪ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ବିଜେତା ହୋଇଛି ଟିମ୍‌ ଇଣ୍ଡିଆ। ଏହି ବିଜୟ ସହ ରୋହିତ ଭାରତ ପାଇଁ ଆଇସିସି ଟ୍ରଫି ଜିତାଇଥିବା ତୃତୀୟ ଅଧିନାୟକ ପାଲଟିଥିଲେ। ଏହାକୁ ନେଇ ସାରା ବିଶ୍ୱରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଏମିତିରେ ପାକିସ୍ତାନର କ୍ରିକେଟର ବି ବାଦ୍‌ ପଡ଼ିନାହାନ୍ତି। ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ଅଖତର ଭାରତର ବିଜୟକୁ ନେଇ ଖୋଲାଖୋଲି ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ରୋହିତ ଶର୍ମା ବିଜେତା ହୋଇଛନ୍ତି। […] The post ଭାରତ ବିଶ୍ୱକପ୍‌ ଜିତିଲା, ହେଲେ ଖୁସିରେ ଗଦଗଦ ହେଲେ ପାକିସ୍ତାନୀ କ୍ରିକେଟର appeared first on Dharitri Odia News.

ଭାରତ ବିଶ୍ୱକପ୍‌ ଜିତିଲା, ହେଲେ ଖୁସିରେ ଗଦଗଦ ହେଲେ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ,୩୦।୬: ଟି୨୦ ବିଶ୍ୱକପ୍‌ ୨୦୨୪ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ବିଜେତା ହୋଇଛି ଟିମ୍‌ ଇଣ୍ଡିଆ। ଏହି ବିଜୟ ସହ ରୋହିତ ଭାରତ ପାଇଁ ଆଇସିସି ଟ୍ରଫି ଜିତାଇଥିବା ତୃତୀୟ ଅଧିନାୟକ ପାଲଟିଥିଲେ। ଏହାକୁ ନେଇ ସାରା ବିଶ୍ୱରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଏମିତିରେ ପାକିସ୍ତାନର କ୍ରିକେଟର ବି ବାଦ୍‌ ପଡ଼ିନାହାନ୍ତି।

ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ଅଖତର ଭାରତର ବିଜୟକୁ ନେଇ ଖୋଲାଖୋଲି ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ରୋହିତ ଶର୍ମା ବିଜେତା ହୋଇଛନ୍ତି। ଭାରତ ବିଜୟର ହକ୍‌ଦାର। ତାଙ୍କୁ ବହୁତ ବହୁତ ଧନ୍ୟବାଦ। ସେ ଅହମ୍ମଦାବାଦରେ ହାରି ଯାଇଥିଲେ। ସେତେବେଳେ ବି ମୁଁ କହିଥିଲେ ଭାରତ ବିଜେତା ହେବାର ହକଦାର ଥିଲା। ଏହାପରେ ସେ ବିଜେତା ହୋଇଛନ୍ତି। ରୋହିତ କାନ୍ଦି କାନ୍ଦି ମଇଦାନରେ ପଡ଼ି ଯାଇଥିଲେ, ଏହା ସବୁ କିଛି କହି ଦେଉଛି ଯେ ବିଜୟ ତାଙ୍କ ପାଇଁ କେତେ ଗୁରୁତ୍ୱପୂଣ୍ଣ ରହିଥିଲା।

 

ସେହିଭଳି ଶୋଏବ ମଲିକ ମଧ୍ୟ ରୋହିତ-କୋହଲିଙ୍କ ପାଇଁ ସ୍ବତନ୍ତ୍ର ପୋଷ୍ଟ ଲେଖିଥିଲେ। ଦୁଇ ଆଧୁନୀକ କିମ୍ବଦନ୍ତୀଙ୍କୁ ସଲାମ। ଉଭୟଙ୍କ ନିଷ୍ଠା, ଅବିଶ୍ୱସନୀୟ ପ୍ରତିଭା ଖେଳାଳିଙ୍କ ସହ ପ୍ରଶଂସକଙ୍କ ଏକ ପିଢ଼ିକୁ ପ୍ରେରଣା ଯୋଗାଇବ। ଭାରତୀୟ କ୍ରିକେଟର ଯୋଗଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ଦୁହେଁ ନିଜର ଅବସରକୁ ଉପଭୋଗ କରନ୍ତୁ। ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ଖେଳିବା ଜାରି ରଖନ୍ତୁ ବୋଲି ସେ କହିଛନ୍ତି।

The post ଭାରତ ବିଶ୍ୱକପ୍‌ ଜିତିଲା, ହେଲେ ଖୁସିରେ ଗଦଗଦ ହେଲେ ପାକିସ୍ତାନୀ କ୍ରିକେଟର appeared first on Dharitri Odia News.