ଜାପାନରେ ବ୍ୟାପୁଛି ବିରଳ ମାଂସ ଖାଉଥିବା ବ୍ୟାକ୍ଟେରିଆ, ୪୮ ଘଣ୍ଟାରେ ଜୀବନ ନେଇଯାଉଛି

ନୂଆଦିଲ୍ଲୀ: ଜାପାନରେ ଏବେ ଏକ ବିରଳ ମାଂସ ଖାଉଥିବା ବ୍ୟାକ୍ଟେରିଆ ଅତି ଦ୍ରୁତ ଗତିରେ ବ୍ୟାପୁଛି। ଏହି ଜୀବାଣୁଜନିତ ରୋଗରେ ପୀଡ଼ିତ ହେଲେ ମାତ୍ର ୪୮ ଘଣ୍ଟାରେ ମୃତ୍ୟୁ ହୋଇଯାଉଛି। ଏହାକୁ କୁହାଯାଉଛି ଏସ୍‌ଟିଏସ୍‌ଏସ୍‌ (ଷ୍ଟ୍ରେ‌ପ୍‌ଟୋକୋକାଲ ଟକ୍ସିକ ସକ୍‌ ସିଣ୍ଡ୍ରୋମ) । ଏଭଳି ମାମଲା ବିଗତବର୍ଷ ଗୁଡ଼ିକରେ ଜାପାନରେ ୯୪୧ ଥିଲା। କିନ୍ଚତୁ ଳିତ ବର୍ଷ ଜୁନ୍‌ ୨ ସୁଦ୍ଧା ଏହି ମାମଲା ୯୭୭ରେ ପହଞ୍ଚିଛି। ଗ୍ରୁପ୍‌ ଏ ଷ୍ଟ୍ରେପ୍‌ଟୋକୋକାଲରେ ପୀଡ଼ିତ ହେଲେ ମୁଖ୍ୟତଃ ଶିଶୁମାନଙ୍କର ଶରୀର […]

ଜାପାନରେ ବ୍ୟାପୁଛି ବିରଳ ମାଂସ ଖାଉଥିବା ବ୍ୟାକ୍ଟେରିଆ, ୪୮ ଘଣ୍ଟାରେ ଜୀବନ ନେଇଯାଉଛି

ନୂଆଦିଲ୍ଲୀ: ଜାପାନରେ ଏବେ ଏକ ବିରଳ ମାଂସ ଖାଉଥିବା ବ୍ୟାକ୍ଟେରିଆ ଅତି ଦ୍ରୁତ ଗତିରେ ବ୍ୟାପୁଛି। ଏହି ଜୀବାଣୁଜନିତ ରୋଗରେ ପୀଡ଼ିତ ହେଲେ ମାତ୍ର ୪୮ ଘଣ୍ଟାରେ ମୃତ୍ୟୁ ହୋଇଯାଉଛି। ଏହାକୁ କୁହାଯାଉଛି ଏସ୍‌ଟିଏସ୍‌ଏସ୍‌ (ଷ୍ଟ୍ରେ‌ପ୍‌ଟୋକୋକାଲ ଟକ୍ସିକ ସକ୍‌ ସିଣ୍ଡ୍ରୋମ) । ଏଭଳି ମାମଲା ବିଗତବର୍ଷ ଗୁଡ଼ିକରେ ଜାପାନରେ ୯୪୧ ଥିଲା। କିନ୍ଚତୁ ଳିତ ବର୍ଷ ଜୁନ୍‌ ୨ ସୁଦ୍ଧା ଏହି ମାମଲା ୯୭୭ରେ ପହଞ୍ଚିଛି। ଗ୍ରୁପ୍‌ ଏ ଷ୍ଟ୍ରେପ୍‌ଟୋକୋକାଲରେ ପୀଡ଼ିତ ହେଲେ ମୁଖ୍ୟତଃ ଶିଶୁମାନଙ୍କର ଶରୀର ଫୁଲିଯିବା ସହ ଗଳା ସଂକ୍ରମଣ ହୁଏ। ତେବେ କିଛି ଜୀବାଣୁ ଶରୀରରେ ଅତି ସାଂଘାତିକ କ୍ଷତି ପହଞ୍ଚାଇଥାନ୍ତି। ଏହାଦ୍ବାରା ଗୋଡ଼ ଯନ୍ତ୍ରଣା ହେବା ସହ ଗୋଡ଼ ଫୁଲିବା, ଜ୍ବର, ନିମ୍ନ ରକ୍ତଚାପ , ଶ୍ବାସକ୍ରିୟାରେ ସମସ୍ୟା, ଶରୀରର ଅଙ୍ଗ ଅକାମି ହୋଇଯାଏ ଏବଂ ଏପରିକି ମୃତ୍ୟୁ ମଧ୍ୟ ହୋଇଥାଏ। ତେବେ ୫୦ ବର୍ଷରୁ ଅଧିକ ବୟସର ଲୋକ ବେଶୀ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି। ଅଧିକାଂଶ ମୃତ୍ୟୁ ୪୮ ଘଣ୍ଟା ମଧ୍ୟରେ ହୋଇଥାଏ।