ଭାରତ ସରକାରଙ୍କ ଏଜେଣ୍ଟ ସହ ବିଷ୍ଣୋଇ ଗ୍ୟାଙ୍ଗ୍‌ ସମ୍ପୃକ୍ତ: କାନାଡା ପୋଲିସ

ଓଟ୍ଟାଓ୍ବା,୧୬ା୧୦: ଦକ୍ଷିଣ ଏସୀୟ ସମ୍ପ୍ରଦାୟ ବିଶେଷ ଭାବେ ଖଲିସ୍ତାନୀ ତତ୍ତ୍ୱଙ୍କୁ ଟାର୍ଗେଟ କରିବା ପାଇଁ ଭାରତର ସରକାରୀ ଏଜେଣ୍ଟଗୁଡ଼ିକ ଅପରାଧୀମାନଙ୍କୁ ବ୍ୟବହାର କରୁଥିବା କାନାଡା ପୋଲିସ ଅଭିଯୋଗ କରିଛି। ଉକ୍ତ ସରକାରୀ ଏଜେନ୍ସି ସହ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସମ୍ପୃକ୍ତ ବୋଲି କାନାଡା ପୋଲିସ କହିଛି। କାନାଡା ନାଗରିକ ତଥା ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ନିଜ୍ଜାର ହତ୍ୟା ଘଟଣାରେ ଦିଲ୍ଲୀର ଏଜେଣ୍ଟ ସମ୍ପୃକ୍ତ ଥିବା ଓଟ୍ଟାଓ୍ବା ଗତବର୍ଷଠାରୁ ଅଭିଯୋଗ କରିଆସୁଛି। ଭାରତ ସରକାର ଦକ୍ଷିଣ ଏସୀୟଙ୍କୁ ଟାର୍ଗେଟ […] The post ଭାରତ ସରକାରଙ୍କ ଏଜେଣ୍ଟ ସହ ବିଷ୍ଣୋଇ ଗ୍ୟାଙ୍ଗ୍‌ ସମ୍ପୃକ୍ତ: କାନାଡା ପୋଲିସ appeared first on Dharitri Odia News.

ଭାରତ ସରକାରଙ୍କ ଏଜେଣ୍ଟ ସହ ବିଷ୍ଣୋଇ ଗ୍ୟାଙ୍ଗ୍‌ ସମ୍ପୃକ୍ତ: କାନାଡା ପୋଲିସ

ଓଟ୍ଟାଓ୍ବା,୧୬ା୧୦: ଦକ୍ଷିଣ ଏସୀୟ ସମ୍ପ୍ରଦାୟ ବିଶେଷ ଭାବେ ଖଲିସ୍ତାନୀ ତତ୍ତ୍ୱଙ୍କୁ ଟାର୍ଗେଟ କରିବା ପାଇଁ ଭାରତର ସରକାରୀ ଏଜେଣ୍ଟଗୁଡ଼ିକ ଅପରାଧୀମାନଙ୍କୁ ବ୍ୟବହାର କରୁଥିବା କାନାଡା ପୋଲିସ ଅଭିଯୋଗ କରିଛି। ଉକ୍ତ ସରକାରୀ ଏଜେନ୍ସି ସହ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସମ୍ପୃକ୍ତ ବୋଲି କାନାଡା ପୋଲିସ କହିଛି। କାନାଡା ନାଗରିକ ତଥା ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ନିଜ୍ଜାର ହତ୍ୟା ଘଟଣାରେ ଦିଲ୍ଲୀର ଏଜେଣ୍ଟ ସମ୍ପୃକ୍ତ ଥିବା ଓଟ୍ଟାଓ୍ବା ଗତବର୍ଷଠାରୁ ଅଭିଯୋଗ କରିଆସୁଛି। ଭାରତ ସରକାର ଦକ୍ଷିଣ ଏସୀୟଙ୍କୁ ଟାର୍ଗେଟ କରୁଥିବାବେଳେ ନିର୍ଦ୍ଦିଷ୍ଟ ଭାବେ କାନାଡାର ଖଲିସ୍ତାନୀ ସପକ୍ଷବାଦୀ ତତ୍ତ୍ୱଙ୍କୁ ଟାର୍ଗେଟ କରିଆସୁଛନ୍ତି। ଏଥିପାଇଁ ସେମାନେ ସଂଗଠିତ ଆପରାଧିକ ତତ୍ତ୍ୱଙ୍କୁ ବ୍ୟବହାର କରୁଥିବା ଆମେ ଜାଣିବାକୁ ପାଇଛୁ ବୋଲି ରୟାଲ କାନାଡିଆନ୍‌ ମାଉଣ୍ଟେଡ୍‌ ପୋଲିସ (ଆର୍‌ସିଏମ୍‌ପି) ଅଭିଯୋଗ କରିଛି। ନିର୍ଦ୍ଦିଷ୍ଟ ଭାବେ ବିଷ୍ଣୋଇ ଗ୍ୟାଙ୍ଗ ଭାରତ ସରକାରଙ୍କ ଏଜେଣ୍ଟ ସହ ସମ୍ପୃକ୍ତ ଥିବା ବିଶ୍ୱାସ କରାଯାଉଛି। ସେମାନେ ହତ୍ୟା, ଜବରଦସ୍ତ ବଟି ଆଦାୟ ଏବଂ ଧମକ ଦେବା ଆଦି ଅପରାଧରେ ସମ୍ପୃକ୍ତ ବୋଲି କାନାଡା ପୋଲିସ କହିଛି।

The post ଭାରତ ସରକାରଙ୍କ ଏଜେଣ୍ଟ ସହ ବିଷ୍ଣୋଇ ଗ୍ୟାଙ୍ଗ୍‌ ସମ୍ପୃକ୍ତ: କାନାଡା ପୋଲିସ appeared first on Dharitri Odia News.