ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି, ଆମେରିକୀୟ ମଦ ଉପରେ ଶୁଳ୍କ ଏକ ତୃତୀୟାଂଶ ହ୍ରାସ

ନୂଆଦିଲ୍ଲୀ: ଆମେରିକୀୟ ମଦ ଉପରେ ଶୁଳ୍କ ହ୍ରାସ ନେଇ ଭାରତ ଘୋଷଣା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବୈଠକ ପରେ ଏହି ବଡ଼ ଘୋଷଣା କରାଯାଇଛି । ବର୍ବନ ହ୍ୱିସ୍କି ଉପରେ ଆମଦାନୀ ଶୁଳ୍କ ହ୍ରାସ କରି ୫୦ ପ୍ରତିଶତ କରିଛି । ଏହି ନିଷ୍ପତ୍ତି ଆମେରିକା ସହ ବ୍ୟବସାୟିକ ବୁଝାମଣା ଉପରେ କଥାବର୍ତ୍ତା ଆରମ୍ଭ କରିବା ଘୋଷଣା ପରେ ନିଆଯାଇଛି । ଉଲ୍ଲେଖଯୋଗ୍ୟ, ବର୍ବନ ହ୍ୱିସ୍କି ଉପରେ ସୀମା ଶୁଳ୍କରେ ହ୍ରାସ ନେଇ ଅଧିସୂଚନା ଫେବ୍ରୁଆରୀ ୧୩ରେ ଦୁଇ ରାଷ୍ଟ୍ରାଧ୍ୟକ୍ଷଙ୍କ ମଧ୍ୟରେ ବୈଠକ ପୂର୍ବରୁ ନିଆଯାଇଥିଲା ।ରାଜସ୍ୱ ବିଭାଗ ଏକ ଅଧିସୂଚନାରେ କହିଛି ଯେ ବର୍ବନ ହ୍ୱିସ୍କି ଆମଦାନୀ ଉପରେ ଏବେ ୧୫୦ ପ୍ରତିଶତ ବଦଳରେ ୫୦ ପ୍ରତିଶତ ସୀମା ଶୁଳ୍କ ଲାଗୁ ହେବ । ଏହି ନିଷ୍ପତ୍ତି ଅନୁସାରେ ଅନ୍ୟ କୌଣସି ମଦର ଆମଦାନୀ ଉପରେ ସୀମା ଶୁଳ୍କରେ ପରିବର୍ତ୍ତନ ହେବ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଆମେରିକା ଭାରତକୁ ବର୍ବନ ହ୍ୱିସ୍କିର ପ୍ରମୁଖ ରପ୍ତାନକାରୀ । ଭାରତରେ ଆମଦାନୀ କରାଯାଉଥିବା ସବୁ ମଦର ପ୍ରାୟ ଏକ ଚତୁର୍ଥାଂଶ ଆମେରିକାରୁ ଆସୁଛି । ଭାରତ ୨୦୨୩-୨୪ରେ ୨୫ ଲକ୍ଷ ଡଲାର ବର୍ବନ ହ୍ୱିସ୍କି ଆମଦାନୀ କରିଥିଲା । ଆମେରିକା, ୟୁଏଇ, ସିଙ୍ଗାପୁର ଏବଂ ଇଟାଲୀ ପରି ଦେଶରୁ ଭାରତ ଆମଦାନୀ କରିଥିଲା । ଉଲ୍ଲେଖଯୋଗ୍ୟ ଯେ ପିଏମ୍ ମୋଦୀ ଦୁଇ ଦିନିଆ ଗସ୍ତରେ ଗୁରୁବାର ୱାଶିଂଟନ ପହଞ୍ଚିଥିଲେ । ପ

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି, ଆମେରିକୀୟ ମଦ ଉପରେ ଶୁଳ୍କ ଏକ ତୃତୀୟାଂଶ ହ୍ରାସ

ନୂଆଦିଲ୍ଲୀ: ଆମେରିକୀୟ ମଦ ଉପରେ ଶୁଳ୍କ ହ୍ରାସ ନେଇ ଭାରତ ଘୋଷଣା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବୈଠକ ପରେ ଏହି ବଡ଼ ଘୋଷଣା କରାଯାଇଛି । ବର୍ବନ ହ୍ୱିସ୍କି ଉପରେ ଆମଦାନୀ ଶୁଳ୍କ ହ୍ରାସ କରି ୫୦ ପ୍ରତିଶତ କରିଛି । ଏହି ନିଷ୍ପତ୍ତି ଆମେରିକା ସହ ବ୍ୟବସାୟିକ ବୁଝାମଣା ଉପରେ କଥାବର୍ତ୍ତା ଆରମ୍ଭ କରିବା ଘୋଷଣା ପରେ ନିଆଯାଇଛି । ଉଲ୍ଲେଖଯୋଗ୍ୟ, ବର୍ବନ ହ୍ୱିସ୍କି ଉପରେ ସୀମା ଶୁଳ୍କରେ ହ୍ରାସ ନେଇ ଅଧିସୂଚନା ଫେବ୍ରୁଆରୀ ୧୩ରେ ଦୁଇ ରାଷ୍ଟ୍ରାଧ୍ୟକ୍ଷଙ୍କ ମଧ୍ୟରେ ବୈଠକ ପୂର୍ବରୁ ନିଆଯାଇଥିଲା ।

ରାଜସ୍ୱ ବିଭାଗ ଏକ ଅଧିସୂଚନାରେ କହିଛି ଯେ ବର୍ବନ ହ୍ୱିସ୍କି ଆମଦାନୀ ଉପରେ ଏବେ ୧୫୦ ପ୍ରତିଶତ ବଦଳରେ ୫୦ ପ୍ରତିଶତ ସୀମା ଶୁଳ୍କ ଲାଗୁ ହେବ । ଏହି ନିଷ୍ପତ୍ତି ଅନୁସାରେ ଅନ୍ୟ କୌଣସି ମଦର ଆମଦାନୀ ଉପରେ ସୀମା ଶୁଳ୍କରେ ପରିବର୍ତ୍ତନ ହେବ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଆମେରିକା ଭାରତକୁ ବର୍ବନ ହ୍ୱିସ୍କିର ପ୍ରମୁଖ ରପ୍ତାନକାରୀ । ଭାରତରେ ଆମଦାନୀ କରାଯାଉଥିବା ସବୁ ମଦର ପ୍ରାୟ ଏକ ଚତୁର୍ଥାଂଶ ଆମେରିକାରୁ ଆସୁଛି । 

ଭାରତ ୨୦୨୩-୨୪ରେ ୨୫ ଲକ୍ଷ ଡଲାର ବର୍ବନ ହ୍ୱିସ୍କି ଆମଦାନୀ କରିଥିଲା । ଆମେରିକା, ୟୁଏଇ, ସିଙ୍ଗାପୁର ଏବଂ ଇଟାଲୀ ପରି ଦେଶରୁ ଭାରତ ଆମଦାନୀ କରିଥିଲା । ଉଲ୍ଲେଖଯୋଗ୍ୟ ଯେ ପିଏମ୍ ମୋଦୀ ଦୁଇ ଦିନିଆ ଗସ୍ତରେ ଗୁରୁବାର ୱାଶିଂଟନ ପହଞ୍ଚିଥିଲେ । ପିଏମ୍ ମୋଦୀଙ୍କ ଆମେରିକା ଗସ୍ତରେ ନୂଆଦିଲ୍ଲୀ ଏବଂ ୱାଶିଂଟନ ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବ୍ୟବସାୟକୁ ଦ୍ୱିଗୁଣାରୁ ଅଧିକ କରି ୫୦୦ ବିଲିୟନ ଡଲାର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।