ଭାରତ ସହ ଉତ୍ତେଜନା ଭିତରେ ସଙ୍କଟରେ ଘାଣ୍ଟି ହେଲାଣି ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ଭାରତ ସହ ଉତ୍ତେଜନା ଭିତରେ ଅସ୍ତ୍ର ସଙ୍କଟରେ ଘାଣ୍ଟି ହେଲାଣି ପାକିସ୍ତାନ। ପାକିସ୍ତାନ ନିକଟରେ ବ୍ୟାପକ ଅସ୍ତ୍ରାଭାବ... The post ଭାରତ ସହ ଉତ୍ତେଜନା ଭିତରେ ସଙ୍କଟରେ ଘାଣ୍ଟି ହେଲାଣି ପାକିସ୍ତାନ appeared first on .

ଭାରତ ସହ ଉତ୍ତେଜନା ଭିତରେ ସଙ୍କଟରେ ଘାଣ୍ଟି ହେଲାଣି ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ଭାରତ ସହ ଉତ୍ତେଜନା ଭିତରେ ଅସ୍ତ୍ର ସଙ୍କଟରେ ଘାଣ୍ଟି ହେଲାଣି ପାକିସ୍ତାନ। ପାକିସ୍ତାନ ନିକଟରେ ବ୍ୟାପକ ଅସ୍ତ୍ରାଭାବ ଦେଖାଦେଇଛି। ଏପରିକି ବର୍ତ୍ତମାନ ଯେତିକି ପରିମାଣର ଅସ୍ତ୍ର ଗଚ୍ଛିତ ରହିଛି ତାହା ମାତ୍ର ୪ ଦିନ ଯିବ ବୋଲି ସୂଚନା ମିଳିଛି। ଏହି କାରଣରୁ କିଛି ଦିନ ତଳେ ୟୁକ୍ରେନ ଓ ଇସ୍ରାଏଲ ସହ ଅସ୍ତ୍ରଶସ୍ତ୍ର ଚୁକ୍ତି ସମ୍ପାଦିତ ହୋଇଛି ବୋଲି ସୂଚନା ମିଳିଛି। ଦେଶରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଉତ୍ପାଦିତ ହୋଇପାରୁ ନଥିବାବେଳେ ପର୍ଯ୍ୟାପ୍ତ ପରିମାଣର ଅସ୍ତ୍ରଶସ୍ତ୍ର ନାହିଁ ବୋଲି କହିଛି ପାକିସ୍ତାନ ଅର୍ଡାନ୍ସ ଫାକ୍ଟରି। ପହଲଗାଓଁ  ହମଲା ପରେ ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିବ ବୋଲି ପାକିସ୍ତାନରେ ଚର୍ଚ୍ଚା ଚାଲିଛି। ସେପଟେ ଅସ୍ତ୍ରାଭାବ ସରକାର ଓ ସେନା ଲାଗି ଚିନ୍ତାର କାରଣ ହୋଇଛି। ତେଣେ ଯଦି ଯୁଦ୍ଧ ହୁଏ ତେବେ ସେ ଇଂଲଣ୍ଡ ଚାଲିଯିବେ ବୋଲି କହିଛନ୍ତି ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିର ସଦସ୍ୟ ଶେର ଅଫଜଲ ମରୱାତ। ସେ କହିଛନ୍ତି- ଦେଶର ଆର୍ମି ଉପରେ ପାକିସ୍ତାନୀ ରାଜନେତାମାନେ ଭରସା କରୁନାହାନ୍ତି।

The post ଭାରତ ସହ ଉତ୍ତେଜନା ଭିତରେ ସଙ୍କଟରେ ଘାଣ୍ଟି ହେଲାଣି ପାକିସ୍ତାନ appeared first on .