ଭାରତକୁ USAID ପାଣ୍ଠି ନେଇ ଟ୍ରମ୍ପଙ୍କ ପ୍ରଶ୍ନ ପରେ ଜାଣନ୍ତୁ ଜୟରାମ ରମେଶ କହିଲେ କ’ଣ?
ନୂଆଦିଲ୍ଲୀ ୨୦।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପରି ସବୁ ନିଷ୍ପତ୍ତି ନେଉଛନ୍ତି ଓ ଏମିତି ସବୁ ବୟାନ ଦେଉଛନ୍ତି ଯାହା ଏବେ ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରୁଛି। ଏବେ ଡୋନାଲ୍ଡ ଟ୍ରମ୍ପ ଭାରତକୁ ଆମେରିକା ଦେଉଥିବା ପାଣ୍ଠି ନେଇ ଏପରି କଥା କହିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତ କିଛିଦିନ ହେବ ଆପଣ ଶୁଣି ଆସୁଥିବେ ଟ୍ରମ୍ପ ବାରମ୍ବାର କହୁଛନ୍ତି ଭାରତରେ ଭୋଟ ହାର ବଢାଇବା ପାଇଁ ବାଇଡେନ ପ୍ରଶାସନ ୨୧ ମିଲିୟନ ଡଲାର ଦେଇଥିଲା। ତେବେ ଟ୍ରମ୍ପ ପ୍ରଥମ ଥର କହିଛନ୍ତି ଏହି ଅର୍ଥ ବାସ୍ତବରେ କେଉଁ କାମ ପାଇଁ ଦିଆଯାଇଥିଲା। ଟ୍ରମ୍ପ କହିଛନ୍ତି ଯେ ଏହି ଆମେରିକୀୟ ପାଣ୍ଠି ଭାରତରେ କ୍ଷମତା ପରିବର୍ତ୍ତନ ପାଇଁ ଦିଆଯାଇଥିଲା। ଟ୍ରମ୍ପ କହିଛନ୍ତି ଯେ ଭାରତରେ ଆଉ କାହାକୁ କ୍ଷମତାକୁ ଆଣିବା ପାଇଁ ପ୍ରସ୍ତୁତି ଚାଲିଥିଲା। ଟ୍ରମ୍ପ ସିଧାସିଧା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପଦରୁ ମୋଦିଙ୍କୁ ହଟାଇ ଆଉ କାହାକୁ ପ୍ରଧାନମନ୍ତ୍ରୀ କରାଯିବାର ଥିଲା। ବୋଧେ ଏଥି ପାଇଁ ୨୧ ମିଲିୟନ ଡଲାର ଦିଆଯାଇଥିଲା। ଟ୍ରମ୍ପଙ୍କ ଏହି ବୟାନ ଆସିବା ପରେ ଏବେ ସୋସିଆଲ ମିଡିଆରେ ଝଡ ବହୁଛି। ଲୋକେ ଲେଖୁଛନ୍ତି ବାଇଡେନ ପ୍ରଶାସନରେ ଜର୍ଜ ସୋରସ ପ୍ରଧାନମନ୍ତ୍ରୀ ପଦରୁ ମୋଦିଙ୍କୁ ହଟାଇବା ପାଇଁ ଶପଥ ନେଇଥିଲେ। ଏବେ ପ୍ରଶ୍ନ ଉଠୁଛି ମୋଦିଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ କ’ଣ ସୋରସ ଏହି ବିପୁଳ ବ୍ୟୟ କରିଥିଲେ?ଏମିତିରେ ଟ୍ରମ୍ପ ଋଷିଆର ମଧ୍
ନୂଆଦିଲ୍ଲୀ ୨୦।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପରି ସବୁ ନିଷ୍ପତ୍ତି ନେଉଛନ୍ତି ଓ ଏମିତି ସବୁ ବୟାନ ଦେଉଛନ୍ତି ଯାହା ଏବେ ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରୁଛି। ଏବେ ଡୋନାଲ୍ଡ ଟ୍ରମ୍ପ ଭାରତକୁ ଆମେରିକା ଦେଉଥିବା ପାଣ୍ଠି ନେଇ ଏପରି କଥା କହିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତ କିଛିଦିନ ହେବ ଆପଣ ଶୁଣି ଆସୁଥିବେ ଟ୍ରମ୍ପ ବାରମ୍ବାର କହୁଛନ୍ତି ଭାରତରେ ଭୋଟ ହାର ବଢାଇବା ପାଇଁ ବାଇଡେନ ପ୍ରଶାସନ ୨୧ ମିଲିୟନ ଡଲାର ଦେଇଥିଲା। ତେବେ ଟ୍ରମ୍ପ ପ୍ରଥମ ଥର କହିଛନ୍ତି ଏହି ଅର୍ଥ ବାସ୍ତବରେ କେଉଁ କାମ ପାଇଁ ଦିଆଯାଇଥିଲା।
ଟ୍ରମ୍ପ କହିଛନ୍ତି ଯେ ଏହି ଆମେରିକୀୟ ପାଣ୍ଠି ଭାରତରେ କ୍ଷମତା ପରିବର୍ତ୍ତନ ପାଇଁ ଦିଆଯାଇଥିଲା। ଟ୍ରମ୍ପ କହିଛନ୍ତି ଯେ ଭାରତରେ ଆଉ କାହାକୁ କ୍ଷମତାକୁ ଆଣିବା ପାଇଁ ପ୍ରସ୍ତୁତି ଚାଲିଥିଲା। ଟ୍ରମ୍ପ ସିଧାସିଧା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପଦରୁ ମୋଦିଙ୍କୁ ହଟାଇ ଆଉ କାହାକୁ ପ୍ରଧାନମନ୍ତ୍ରୀ କରାଯିବାର ଥିଲା। ବୋଧେ ଏଥି ପାଇଁ ୨୧ ମିଲିୟନ ଡଲାର ଦିଆଯାଇଥିଲା। ଟ୍ରମ୍ପଙ୍କ ଏହି ବୟାନ ଆସିବା ପରେ ଏବେ ସୋସିଆଲ ମିଡିଆରେ ଝଡ ବହୁଛି। ଲୋକେ ଲେଖୁଛନ୍ତି ବାଇଡେନ ପ୍ରଶାସନରେ ଜର୍ଜ ସୋରସ ପ୍ରଧାନମନ୍ତ୍ରୀ ପଦରୁ ମୋଦିଙ୍କୁ ହଟାଇବା ପାଇଁ ଶପଥ ନେଇଥିଲେ। ଏବେ ପ୍ରଶ୍ନ ଉଠୁଛି ମୋଦିଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ କ’ଣ ସୋରସ ଏହି ବିପୁଳ ବ୍ୟୟ କରିଥିଲେ?
ଏମିତିରେ ଟ୍ରମ୍ପ ଋଷିଆର ମଧ୍ୟ ଉଲ୍ଲେଖ କରିଛନ୍ତି। ଟ୍ରମ୍ପ କହିଛନ୍ତି ଋଷିଆ ଯଦି ଆମେରିକା ନିର୍ବାଚନରେ ୨ ଡଲାର ବି ଖର୍ଚ୍ଚ କରିଦିଏ ତେବେ ବିଶ୍ୱରେ ହଇଚଇ ସୃଷ୍ଟି ହେବ। ହେଲେ ଭାରତକୁ ୨୧ ମିଲିୟନ ଡଲାର ପଠାଯାଇଛି। ଅର୍ଥାତ ଡୋନାଲ୍ଡ ଟ୍ରମ୍ପ ଚାହାନ୍ତି ଏହାକୁ ନେଇ ଭାରତରେ ବିତର୍କ ହେଉ ଓ ଏହାର ଯାଞ୍ଚ ବି ହେଉ। ଆମେରିକା ରାଷ୍ଟ୍ରପତି ଭାରତର ନିର୍ବାଚନରେ ଭୋଟରଙ୍କ ଭାଗିଦାରୀ ବଢାଇବା ପାଇଁ ଆମରିକା ୨.୧ କୋଟି ଡଲାର ଅର୍ଥାତ ୧୮୨ କୋଟି ଟଙ୍କା ପାଣ୍ଠି ଦେବାର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଟ୍ରମ୍ପ ପଚାରିଛନ୍ତି ଆମେ ଭାରତକୁ ଏତେ ଟଙ୍କା ଦେଉଛେ କାହିଁକି?
USAID is very much in the news these days.
It was set up on November 3, 1961. Claims being made by the US President are typically nonsensical to say the least. Even so, the Govt of India should bring out a White Paper at the earliest detailing USAID's support to both…— Jairam Ramesh (@Jairam_Ramesh) February 20, 2025
ସେ କହିଛନ୍ତି ଯେ ଭାରତ ପାଖରେ ବହୁତ ପଇସା ଅଛି। ଭାରତ ବିଶ୍ୱରେ ସବୁଠୁ ଅଧିକ ଟାରିଫ ଲଗାଉଥିବା ଦେଶଙ୍କ ମଧ୍ୟରେ ଅନ୍ୟତମ, ଖାସ କରି ଆମ ଲାଗି। ମୁଁ ଭାରତ ଓ ଏହାର ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ କରୁଛି, ହେଲେ ୨.୧କୋଟି ଡଲାର କାହିଁକି?ୟୁଏସ ଏଡ ଭାରତର ନିର୍ବାଚନରେ ୨.୧କୋଟି ଡଲାରର ଯୋଗଦାନ ଦେଇଛି। ଏହି ଅର୍ଥ ଭାରତର ନିର୍ବାଚନ ଆୟୋଗଙ୍କୁ ଦିଆଯାଇଛି। ଆମେରିକା ଡିଓଜିଇ ଭାରତ ସମେତ ଏପରି ୧୫ ଦେଶଙ୍କ ଫଣ୍ଡିଂ ଲିଷ୍ଟ ଜାରି କରିଛି । ତେବେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନ ଏସ.ୱାଇ.କ୍ୟୁରେସି ଆମେରିକାର ଏପରି ଦାବିରେ କୌଣସି ସତ୍ୟତା ନଥିବା କହିଛନ୍ତି।
କଂଗ୍ରେସ ୟୁଏସ ଏଡ ସମ୍ପର୍କିତ ବିବାଦ ତଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟିପ୍ପଣୀର ଉଲ୍ଲେଖ କରି କେନ୍ଦ୍ର ସରକାରଙ୍କୁ ମାମଲାରେ ଏକ ଶ୍ୱେତପତ୍ର ଜାରି କରିବା ଦରକାର ବୋଲି କହିଛି। ଏଥିରେ କୁହାଯାଇଛି ଯେ ସଂସ୍ଥା ଦ୍ୱାରା ଭାରତରେ ସରକାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଦିଆଯାଇଥିବା ସହଯୋଗର ବିସ୍ତୃତ ବିବରଣୀ ଶ୍ୱେତପତ୍ରରେ ପ୍ରକାଶ କରିବା ଦରକାର। ପାର୍ଟି ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ୟୁଏସଏଡ ସମ୍ପର୍କରେ ଆମେରିକା ରାଷ୍ଟ୍ରପତିଙ୍କ ଦାବି ଅଯଥାର୍ଥ। ଏ ନେଇ ରମେଶ ଏକ୍ସରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି।
ଏଥିରେ ରମେଶ ଉଲ୍ଲେଖ କରିଛନ୍ତି ଯେ ଆଜିକାଲି ୟୁଏସ ଏଡକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଏହାର ସ୍ଥାପନା ୩ ନଭେମ୍ବର ୧୯୬୧ରେ ହୋଇଥିଲା। ଏମିତିରେ ଆମେରିକା ରାଷ୍ଟ୍ରପତିଙ୍କ ଦ୍ୱାରା କରାଯାଉଥିବା ଦାବିରେ ଖୁବ କମ କହୁଥିବାରୁ ଏହା ଅଯଥାର୍ଥ ମନେ କରାଯାଉଛି। ତଥାପି ମାମଲାରେ ଭାରତ ସରକାର ଯଥାଶୀଘ୍ର ଏକ ଶ୍ୱେତପତ୍ର ଜାରି କରନ୍ତୁ। ଯେଉଁଥିରେ ଦୀର୍ଘ ଦଶନ୍ଧୀରୁ ୟୁଏସଏଡରେ ଦେଶର ସରକାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କୁ ମିଳିଥିବା ସହଯୋଗର ବିସ୍ତୃତ ବିବରଣୀ ରଖନ୍ତୁ।