ଭାରତକୁ କ୍ଷମା ମାଗିଲେ ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି

ମାଳଦ୍ୱୀପବାସୀଙ୍କୁ କ୍ଷମା କରିଦେବାକୁ ସେ ଭାରତୀୟଙ୍କୁ ଅନୁରୋଧ କରିଛନ୍ତି।

ଭାରତକୁ କ୍ଷମା ମାଗିଲେ ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି

ଭାରତର ବୟକଟ୍‌ ପରେ ଏବେ ସଙ୍କଟରେ ମାଳଦ୍ୱୀପ। ଭାରତୀୟଙ୍କ ବୟକଟ୍‌ ମାଳଦ୍ୱୀପ ଅଭିଯାନ ପରେ ଏହା ଦେଶର ପର୍ଯ୍ୟଟନ କ୍ଷେତ୍ରକୁ ବିଶେଷ ଭାବେ ପ୍ରବାଭ ପକାଇଛି। ଏହାକୁ ନେଇ ଏବେ ଏବେ ଚିନ୍ତା ପ୍ରକାଶ କରିଛନ୍ତି ମଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଶୀଦ। ଏପରିକି ସେ ଭାରତୀୟଙ୍କୁ 'Sorry' କହି କ୍ଷମା ମଧ୍ୟ ମାଗିଛନ୍ତି। ମାଳଦ୍ୱୀପବାସୀଙ୍କୁ କ୍ଷମା କରିଦେବାକୁ ସେ ଭାରତୀୟଙ୍କୁ ଅନୁରୋଧ କରିଛନ୍ତି।

ଭାରତ ଓ ମାଳଦ୍ୱୀପ ଭିତରେ ରାଜନୈତିକ ବିବାଦ ଜାରି ରହିଛି । ଗତ ବର୍ଷ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ କ୍ଷମତାକୁ ଆସିବା ପରେ ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷାଦ୍ୱୀପ ଯାଇ ସେଠାରୁ ଫଟୋ ପୋଷ୍ଟ କରିବା ପରେ ବିବାଦ ଘନେଇଥିଲା। ଏହାକୁ ନେଇ ମାଳଦ୍ୱୀପର ମନ୍ତ୍ରୀମାନେ ଆପତ୍ତି ଉଠାଇଥିଲେ। ଏହାପରେ ଭାରତୀୟଙ୍କ ପକ୍ଷରୁ ବୟକଟ୍‌ ମାଳଦ୍ୱୀପ ଆଭିଯାନ ଆରମ୍ଭ ହୋଇଥିଲା।

ଏବେ ଏହାକୁ ନେଇ ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଶୀଦ କହିଛନ୍ତି ଯେ, ଭାରତୀୟମାନେ ତାଙ୍କ ଦେଶକୁ ବହିଷ୍କାର କରିବା ପରଠୁ ଏହାର ପ୍ରଭାବ ପର୍ଯ୍ୟଟନ କ୍ଷେତ୍ର ଉପରେ ପଡିଛି। ଏଥିପାଇଁ ସେ ମାଳଦ୍ୱୀପବାସୀଙ୍କ ତରଫରୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ, ବହିଷ୍କାର ଯୋଗୁଁ ମାଳଦ୍ୱୀପ ଉପରେ ବିଶେଷ ପ୍ରଭାବ ପଡିଛି। ଏହାକୁ ନେଇ ମାଳଦ୍ୱୀପବାସୀ ଓ ସେ ଦୁଃଖିତ ଅଛନ୍ତି। ମାଳଦ୍ୱୀପବାସୀଙ୍କୁ କ୍ଷମା କରିଦିଅନ୍ତୁ ବୋଲି କହିଛନ୍ତି। ଆମେ ଚାହୁଁ ଯେ ଭାରତୀୟ ଲୋକମାନେ ଛୁଟିଦିନରେ ମାଲଦ୍ୱୀପକୁ ଆସନ୍ତୁ। ଆମର ଆତିଥ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏଥିସହ ମୁଁ ନରେନ୍ଦ୍ର ମୋଦିଙ୍କ ବହୁତ ବଡ ସମର୍ଥକ ବୋଲି ସେ କହିଛନ୍ତି।

କହିରଖୁ ଯେ, ରାଜନୈତିକ ବିବାଦ ଭିତରେ ମାଳଦ୍ୱୀପକୁ ବୟକଟ୍ କରିଛନ୍ତି ଭାରତବାସୀ। ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ, ଯାହାକୁ ଚୀନ ସମର୍ଥକ ବୋଲି କୁହାଯାଏ ସେ ଆସନ୍ତା ମାର୍ଚ୍ଚ ୧୦ ଭିତରେ ଭାରତୀୟ ସେନାକୁ ଦେଶରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାରି ଭିତରେ ମାଳଦ୍ୱୀପରୁ ନିଜର ସେନା ହଟାଇ ଦେଇଛି ଭାରତ।