ଭାରତକୁ ବଡ଼ ସଫଳଥା: ସ୍ୱଦେଶୀ ଆକାଶ ପ୍ରାଇମ ଏୟାର ଡିଫେନ୍ସ ସିଷ୍ଟମର ସଫଳ ପରୀକ୍ଷଣ କଲା ସେନା

ନୂଆଦିଲ୍ଲୀ: ଭାରତର ବାୟୁ ପ୍ରତିରକ୍ଷା କ୍ଷମତା ବୃଦ୍ଧିରେ ଆଉ ଏକ ସଫଳତା ମିଳିଛି। ବୁଧବାର ଭାରତୀୟ ସେନା ସ୍ୱଦେଶୀ ଜ୍ଞାନକୌଶରେ ନିର୍ମିତ ଆକାଶ ପ୍ରାଇମ୍ ଏୟାର ଡିଫେନ୍ସ ସିଷ୍ଟମର ସଫଳ ପରୀକ୍ଷଣ କରିଛି। ଲଦାଖ ଉଚ୍ଚାସ୍ଥାନରେ ଏହାର ପରୀକ୍ଷଣ କରାଯାଇଥିଲା। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ର ବରିଷ୍ଠ ଅଧିକାରୀଙ୍କ ସହଯୋଗରେ ସେନାର ବାୟୁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହାକୁ ୧୫,୦୦୦ ଫୁଟରୁ ଅଧିକ ଉଚ୍ଚତାରେ ପରୀକ୍ଷଣ କରାଯାଇଥିଲା। ଏନେଇ ପ୍ରତିରକ୍ଷା ଅଧିକାରୀମାନେ କହିଛନ୍ତି ଯେ ଏୟାର ଡିଫେନ୍ସ ସିଷ୍ଟମରେ ଲାଗିଥିବା କ୍ଷେପଣାସ୍ତ୍ରଗୁଡ଼ିକ ଆକାଶରେ ଦ୍ରୁତ ଗତିଶୀଳ ଅବଜେକ୍ଟ ଉପରେ ଦୁଇଟି ସଠିକ ଟାର୍ଗେଟ୍ କରିଥିଲା। ଫଳରେ ବିକଟ ପରିସ୍ଥିତିରେ ଏହି ଡିଫେନ୍ସ ସିଷ୍ଟମ କେତେ ପ୍ରଭାବଶାଳୀ ହୋଇପାରିବ ତାହା ଜଣାପଡ଼ିଥିଲା। ସୂଚନା ଥାଉକି ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଏହାକୁ ନିର୍ମାଣ କରିଛି। ମିଳିଥିବା ସୂଚନା ଅନୁସାରେ ଆକାଶ ପ୍ରାଇମ ଏୟାର ଡିଫେନ୍ସ ସିଷ୍ଟମକୁ ସେନାର ତୃତୀୟ ଏବଂ ଚତୁର୍ଥ ଆକାଶ ରେଜିମେଣ୍ଟର ଅଂଶ ଭାବରେ ସାମିଲ କରାଯିବ। ଏହି ସିଷ୍ଟମ ପୂର୍ବରୁ ଅପରେସନ ସିନ୍ଦୁର ସମୟରେ ଏହାର କାର୍ଯ୍ୟକାରୀତାକୁ ସଫଳତା ସହ ପ୍ରମାଣ କରିଥିଲା। ଏହି ସିଷ୍ଟମ ଚୀନ୍ ଜେଟ୍ ଏବଂ ତୁର୍କୀ ଡ୍ରୋନ୍ ବ୍ୟବହାର କରି ପାକିସ୍ତାନ ସେନାର ଆକାଶ ମାର୍ଗରୁ ଆସୁଥିବା ମିସାଇଲ୍‌କୁ  ଟାର୍ଗେଟ୍ କରିବାରେ ସହଯୋଗ କ

ଭାରତକୁ ବଡ଼ ସଫଳଥା: ସ୍ୱଦେଶୀ ଆକାଶ ପ୍ରାଇମ ଏୟାର ଡିଫେନ୍ସ ସିଷ୍ଟମର ସଫଳ ପରୀକ୍ଷଣ କଲା ସେନା

ନୂଆଦିଲ୍ଲୀଭାରତର ବାୟୁ ପ୍ରତିରକ୍ଷା କ୍ଷମତା ବୃଦ୍ଧିରେ ଆଉ ଏକ ସଫଳତା ମିଳିଛି। ବୁଧବାର ଭାରତୀୟ ସେନା ସ୍ୱଦେଶୀ ଜ୍ଞାନକୌଶରେ ନିର୍ମିତ ଆକାଶ ପ୍ରାଇମ୍ ଏୟାର ଡିଫେନ୍ସ ସିଷ୍ଟମର ସଫଳ ପରୀକ୍ଷଣ କରିଛି। ଲଦାଖ ଉଚ୍ଚାସ୍ଥାନରେ ଏହାର ପରୀକ୍ଷଣ କରାଯାଇଥିଲା। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ର ବରିଷ୍ଠ ଅଧିକାରୀଙ୍କ ସହଯୋଗରେ ସେନାର ବାୟୁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହାକୁ ୧୫,୦୦୦ ଫୁଟରୁ ଅଧିକ ଉଚ୍ଚତାରେ ପରୀକ୍ଷଣ କରାଯାଇଥିଲା। 

ଏନେଇ ପ୍ରତିରକ୍ଷା ଅଧିକାରୀମାନେ କହିଛନ୍ତି ଯେ ଏୟାର ଡିଫେନ୍ସ ସିଷ୍ଟମରେ ଲାଗିଥିବା କ୍ଷେପଣାସ୍ତ୍ରଗୁଡ଼ିକ ଆକାଶରେ ଦ୍ରୁତ ଗତିଶୀଳ ଅବଜେକ୍ଟ ଉପରେ ଦୁଇଟି ସଠିକ ଟାର୍ଗେଟ୍ କରିଥିଲା। ଫଳରେ ବିକଟ ପରିସ୍ଥିତିରେ ଏହି ଡିଫେନ୍ସ ସିଷ୍ଟମ କେତେ ପ୍ରଭାବଶାଳୀ ହୋଇପାରିବ ତାହା ଜଣାପଡ଼ିଥିଲା। ସୂଚନା ଥାଉକି ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଏହାକୁ ନିର୍ମାଣ କରିଛି। 

ମିଳିଥିବା ସୂଚନା ଅନୁସାରେ ଆକାଶ ପ୍ରାଇମ ଏୟାର ଡିଫେନ୍ସ ସିଷ୍ଟମକୁ ସେନାର ତୃତୀୟ ଏବଂ ଚତୁର୍ଥ ଆକାଶ ରେଜିମେଣ୍ଟର ଅଂଶ ଭାବରେ ସାମିଲ କରାଯିବ। ଏହି ସିଷ୍ଟମ ପୂର୍ବରୁ ଅପରେସନ ସିନ୍ଦୁର ସମୟରେ ଏହାର କାର୍ଯ୍ୟକାରୀତାକୁ ସଫଳତା ସହ ପ୍ରମାଣ କରିଥିଲା। ଏହି ସିଷ୍ଟମ ଚୀନ୍ ଜେଟ୍ ଏବଂ ତୁର୍କୀ ଡ୍ରୋନ୍ ବ୍ୟବହାର କରି ପାକିସ୍ତାନ ସେନାର ଆକାଶ ମାର୍ଗରୁ ଆସୁଥିବା ମିସାଇଲ୍‌କୁ  ଟାର୍ଗେଟ୍ କରିବାରେ ସହଯୋଗ କରିଥିଲା।