ଭାରତକୁ ସମର୍ଥନ ଦେଲା ଫ୍ରାନ୍ସ: ଟେନ୍‌ସନ୍‌ରେ ଚାଇନା-ପାକିସ୍ତାନ

ପ୍ୟାରିସ୍‌,୨୬।୯: ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ସମର୍ଥନ କରିଛନ୍ତି। ଜାତିସଂଘ ସଂସ୍ଥାର ସମ୍ପ୍ରସାରଣକୁ ସମର୍ଥନ କରିଛନ୍ତି। ନ୍ୟୁୟର୍କରେ ମିଳିତ ଜାତିସଂଘର ସାଧାରଣ ସଭାରେ ମାକ୍ରୋନ କହିଛନ୍ତି, ଆମର ଏକ ସୁରକ୍ଷା ପରିଷଦ ଅଛି ଯାହାକୁ ଆମେ ଅଧିକ ପ୍ରଭାବଶାଳୀ କରିବା ଆବଶ୍ୟକ। ଆହୁରି ଅଧିକ ପ୍ରତିନିଧୀ ବଢାବାକୁ ପଡିବ। ତେଣୁ ଫ୍ରାନ୍ସ ସୁରକ୍ଷା ପରିଷଦର ସମ୍ପ୍ରସାରଣ ସପକ୍ଷରେ ଅଛି। ଜର୍ମାନୀ, ଜାପାନ, ଭାରତ ଏବଂ ବ୍ରାଜିଲ ସ୍ଥାୟୀ […] The post ଭାରତକୁ ସମର୍ଥନ ଦେଲା ଫ୍ରାନ୍ସ: ଟେନ୍‌ସନ୍‌ରେ ଚାଇନା-ପାକିସ୍ତାନ appeared first on Dharitri Odia News.

ଭାରତକୁ ସମର୍ଥନ ଦେଲା ଫ୍ରାନ୍ସ: ଟେନ୍‌ସନ୍‌ରେ ଚାଇନା-ପାକିସ୍ତାନ

ପ୍ୟାରିସ୍‌,୨୬।୯: ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ସମର୍ଥନ କରିଛନ୍ତି। ଜାତିସଂଘ ସଂସ୍ଥାର ସମ୍ପ୍ରସାରଣକୁ ସମର୍ଥନ କରିଛନ୍ତି। ନ୍ୟୁୟର୍କରେ ମିଳିତ ଜାତିସଂଘର ସାଧାରଣ ସଭାରେ ମାକ୍ରୋନ କହିଛନ୍ତି, ଆମର ଏକ ସୁରକ୍ଷା ପରିଷଦ ଅଛି ଯାହାକୁ ଆମେ ଅଧିକ ପ୍ରଭାବଶାଳୀ କରିବା ଆବଶ୍ୟକ। ଆହୁରି ଅଧିକ ପ୍ରତିନିଧୀ ବଢାବାକୁ ପଡିବ। ତେଣୁ ଫ୍ରାନ୍ସ ସୁରକ୍ଷା ପରିଷଦର ସମ୍ପ୍ରସାରଣ ସପକ୍ଷରେ ଅଛି। ଜର୍ମାନୀ, ଜାପାନ, ଭାରତ ଏବଂ ବ୍ରାଜିଲ ସ୍ଥାୟୀ ସଦସ୍ୟ ହେବା ଉଚିତ। ଏହି ବିବୃତ୍ତି ପରେ ଚାଇନା ଏବଂ ପାକିସ୍ତାନ ଟେନ୍‌ସନ୍‌ରେ ପଡିଯାଇଛନ୍ତି। କାରଣ ଦୁହେଁ ବିଶ୍ୱ ସଦସ୍ୟ ଭାବରେ ଏକ ଉଦୀୟମାନ ଦେଶ ଭାବରେ ଭାରତ ସ୍ଥାୟୀ ସଦସ୍ୟତା ପାଉ ସେମାନେ ଚାହୁଁନାହାଁନ୍ତି।

ମିଳିତ ଜାତିସଂଘରେ ସୁରକ୍ଷା ପରିଷଦରେ ଦୀର୍ଘ ଦିନ ଧରି ଚାଲିଥିବା ସଂସ୍କାରକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଭାରତ ଅଗ୍ରଭାଗରେ ରହିଆସିଛି ଏବଂ ମିଳିତ ଜାତିସଂଘର ସର୍ବୋଚ୍ଚ ଫୋରମରେ ଏହା ଏକ ସ୍ଥାୟୀ ଆସନ ପାଇବା ଉଚିତ୍‌।

ବର୍ତ୍ତମାନ ସୁରକ୍ଷା ପରିଷଦରେ ୫ଟି ସ୍ଥାୟୀ ସଦସ୍ୟ ଏବଂ ୧୦ଟି ଅସ୍ଥାୟୀ ସଦସ୍ୟ ଦେଶ ଅଛନ୍ତି। ଏମାନେ ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା ଦୁଇ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି। ୫ ସ୍ଥାୟୀ ସଦସ୍ୟ ହେଉଛନ୍ତି ରୁଷିଆ, ବ୍ରିଟେନ, ଚାଇନା, ଫ୍ରାନ୍ସ ଏବଂ ଆମେରିକା ଏବଂ ଏହି ଦେଶଗୁଡିକ ଯେକୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଭେଟୋ କରିପାରିବେ।

The post ଭାରତକୁ ସମର୍ଥନ ଦେଲା ଫ୍ରାନ୍ସ: ଟେନ୍‌ସନ୍‌ରେ ଚାଇନା-ପାକିସ୍ତାନ appeared first on Dharitri Odia News.