ଭାରତକୁ ୧୦ ହଜାର ମେଗାଓ୍ବାଟ୍ ବିଦ୍ୟୁତ୍ ଯୋଗାଇବ ନେପାଳ
କାଠମାଣ୍ଡୁ,୪।୧ : ଭାରତ ଏବଂ ନେପାଳ ମଧ୍ୟରେ ଗୁରୁବାର ଦୀର୍ଘମିଆଦୀ ବିଦ୍ୟୁତ୍ ବାଣିଜ୍ୟ ଚୁକ୍ତିନାମା ସମେତ ଅନେକ ଚୁକ୍ତି ସ୍ବାକ୍ଷର ହୋଇଛି। ବିଦ୍ୟୁତ୍ ଚୁକ୍ତିନାମା ଅନୁଯାୟୀ ନେପାଳ ଆଗାମୀ ୧୦ ବର୍ଷ ଯାଏ ଭାରତକୁ ୧୦ ହଜାର ମେଗାଓ୍ବାଟ୍ ବିଦ୍ୟୁତ୍ ରପ୍ତାନି କରିବ। ନେପାଳର ଶକ୍ତି, ଜଳସମ୍ପଦ ଓ ଜଳସେଚନ ମନ୍ତ୍ରୀ ଶକ୍ତିବାହାଦୂର ବସନେଟଙ୍କ ଉପସ୍ଥିତିରେ ନେପାଳର ବିଭାଗୀୟ ସଚିବ ଗୋପାଳ ସିଗଡେଲ୍ ଏବଂ ଭାରତର ଶକ୍ତି ସଚିବ ପଙ୍କଜ ଅଗ୍ରଓ୍ବାଲ ଦୁଇଦେଶ ତରଫରୁ ଚୁକ୍ତିନାମା ସ୍ବାକ୍ଷର […] The post ଭାରତକୁ ୧୦ ହଜାର ମେଗାଓ୍ବାଟ୍ ବିଦ୍ୟୁତ୍ ଯୋଗାଇବ ନେପାଳ appeared first on Dharitri Odia News.
କାଠମାଣ୍ଡୁ,୪।୧ : ଭାରତ ଏବଂ ନେପାଳ ମଧ୍ୟରେ ଗୁରୁବାର ଦୀର୍ଘମିଆଦୀ ବିଦ୍ୟୁତ୍ ବାଣିଜ୍ୟ ଚୁକ୍ତିନାମା ସମେତ ଅନେକ ଚୁକ୍ତି ସ୍ବାକ୍ଷର ହୋଇଛି। ବିଦ୍ୟୁତ୍ ଚୁକ୍ତିନାମା ଅନୁଯାୟୀ ନେପାଳ ଆଗାମୀ ୧୦ ବର୍ଷ ଯାଏ ଭାରତକୁ ୧୦ ହଜାର ମେଗାଓ୍ବାଟ୍ ବିଦ୍ୟୁତ୍ ରପ୍ତାନି କରିବ। ନେପାଳର ଶକ୍ତି, ଜଳସମ୍ପଦ ଓ ଜଳସେଚନ ମନ୍ତ୍ରୀ ଶକ୍ତିବାହାଦୂର ବସନେଟଙ୍କ ଉପସ୍ଥିତିରେ ନେପାଳର ବିଭାଗୀୟ ସଚିବ ଗୋପାଳ ସିଗଡେଲ୍ ଏବଂ ଭାରତର ଶକ୍ତି ସଚିବ ପଙ୍କଜ ଅଗ୍ରଓ୍ବାଲ ଦୁଇଦେଶ ତରଫରୁ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଗତବର୍ଷ ମେ’୩୧ରୁ ଜୁନ୍ ୩ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ଭାରତ ଗସ୍ତରେ ଆସିଥିବାବେଳେ ବିଦ୍ୟୁତ୍ ରପ୍ତାନି ନେଇ ଦ୍ୱିପାକ୍ଷିକ ବୁଝାମଣା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳରୁ ବିଦ୍ୟୁତ୍ କିରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ନେପାଳ ପ୍ରତିପକ୍ଷ ଏନ୍.ପି. ସୁଦ୍ଙ୍କ ସହ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଗୁରୁବାର ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ତଥା ଫଳପ୍ରଦ ଆଲୋଚନା କରିଥିବାବେଳେ ଅନେକ ଚୁକ୍ତି ସ୍ବାକ୍ଷର ହୋଇଛି। ଦ୍ୱିପାକ୍ଷିକ ସମ୍ପର୍କ, ବାଣିଜ୍ୟ, ଯୋଗାଯୋଗ ପ୍ରକଳ୍ପ ଏବଂ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ସପ୍ତମ ଭାରତ-ନେପାଳ ମିଳିତ କମିଶନ ବୈଠକରେ ମୋଟାମୋଟି ଦ୍ୱିପାକ୍ଷିକ ସମ୍ପର୍କ, ବାଣିଜ୍ୟ, ଆର୍ଥତ୍କ ସମ୍ପର୍କ, ଜମି, ରେଳ ସଂଯୋଗ, ବିମାନ ସଂଯୋଗ ପ୍ରକଳ୍ପ, ପ୍ରତିରକ୍ଷା ସହଯୋଗ, କୃଷି, ଶକ୍ତି, ଜଳସମ୍ପଦ, ବିପର୍ଯ୍ୟୟ ପରିଚାଳନା, ପର୍ଯ୍ୟଟନ, ବେସାମରିକ ବିମାନ ଚଳାଚଳ, ସାଂସ୍କୃତିକ ବିନିମୟ ଏବଂ ବିଭାଶରେ ସହଭାଗିତା ପ୍ରସଙ୍ଗ ସ୍ଥାନ ପାଇଥିଲା। ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପ, ଦୀର୍ଘମିଆଦି ବିଦ୍ୟୁତ୍ ବାଣିଜ୍ୟ, ଅକ୍ଷୟ ଶକ୍ତି ବିକାଶରେ ସହଯୋଗ, ମୁନାଲ ସାଟେଲାଇଟ୍ ଏବଂ ଜାଜରକୋଟ ଭୂକମ୍ପ ରିଲିଫ୍ ସହାୟତାର ୫ମ କିସ୍ତି ଯୋଗାଣ ନେଇ ଚୁକ୍ତି ସ୍ବାକ୍ଷର ହୋଇଥିଲା। ଉଭୟ ନେତା ମିଳିତ ଭାବେ ୩ଟି ସୀମାପାର ଟ୍ରାନ୍ସମିଶନ ଲାଇନ୍ର ଉଦ୍ଘାଟନ କରିଥିଲେ।
The post ଭାରତକୁ ୧୦ ହଜାର ମେଗାଓ୍ବାଟ୍ ବିଦ୍ୟୁତ୍ ଯୋଗାଇବ ନେପାଳ appeared first on Dharitri Odia News.