ଭାରତଠାରୁ ପରାସ୍ତ ହେବାପରେ ଭୋ ଭୋ ହୋଇ କାନ୍ଦିଲେ ପାକିସ୍ତାନ ଖେଳାଳି: ଦେଖନ୍ତୁ ଭିଡିଓ

ନ୍ୟୁୟର୍କ,୧୦।୬: ଏକ ରୋମାଞ୍ଚକର ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନୀ ଦଳକୁ ୬ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ପାକିସ୍ତାନୀ ଦଳର ଅଧିନାୟକ ବାବର ଆଜାମ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳ ୧୧୯ ରନରେ ଅଲଆଉଟ ହୋଇଥିଲା ଏବଂ ପୂରା ୨୦ ଓଭର ଖେଳି ପାରି ନ ଥିଲେ। କିନ୍ତୁ ତା’ପରେ ଭାରତୀୟ ବୋଲରମାନେ ଭଲ ପ୍ରଦର୍ଶନ କରି ଟିମ ଇଣ୍ଡିଆକୁ ମ୍ୟାଚ ଜିତିଥିଲେ। ଶେଷ ଓଭରରେ ଟିମ ଇଣ୍ଡିଆ […] The post ଭାରତଠାରୁ ପରାସ୍ତ ହେବାପରେ ଭୋ ଭୋ ହୋଇ କାନ୍ଦିଲେ ପାକିସ୍ତାନ ଖେଳାଳି: ଦେଖନ୍ତୁ ଭିଡିଓ appeared first on Dharitri Odia News.

ଭାରତଠାରୁ ପରାସ୍ତ ହେବାପରେ ଭୋ ଭୋ ହୋଇ କାନ୍ଦିଲେ ପାକିସ୍ତାନ ଖେଳାଳି: ଦେଖନ୍ତୁ ଭିଡିଓ

ନ୍ୟୁୟର୍କ,୧୦।୬: ଏକ ରୋମାଞ୍ଚକର ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନୀ ଦଳକୁ ୬ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ପାକିସ୍ତାନୀ ଦଳର ଅଧିନାୟକ ବାବର ଆଜାମ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳ ୧୧୯ ରନରେ ଅଲଆଉଟ ହୋଇଥିଲା ଏବଂ ପୂରା ୨୦ ଓଭର ଖେଳି ପାରି ନ ଥିଲେ। କିନ୍ତୁ ତା’ପରେ ଭାରତୀୟ ବୋଲରମାନେ ଭଲ ପ୍ରଦର୍ଶନ କରି ଟିମ ଇଣ୍ଡିଆକୁ ମ୍ୟାଚ ଜିତିଥିଲେ। ଶେଷ ଓଭରରେ ଟିମ ଇଣ୍ଡିଆ ଜିତିଥିଲା। ଭାରତ ବିପକ୍ଷରେ ପରାଜୟ ପରେ ପାକିସ୍ତାନୀ ତାରକା ଖେଳାଳି ଭାବପ୍ରବଣ ହୋଇଥିଲେ।
ଭାରତ ବିପକ୍ଷ ମ୍ୟାଚରେ ପାକିସ୍ତାନୀ ଦଳ ଶେଷ ଓଭରରେ ଜିତିବା ପାଇଁ ୧୮ ରନ ଆବଶ୍ୟକ କରିଥିଲା। ବୋଲିଂ ଦାୟିତ୍ୱ ଅର୍ଶଦୀପ ସିଂ ନେଇଥିଲେ। ସେ ପ୍ରଥମ ବଲରେ ଇମାଦ ୱାସିମଙ୍କୁ ଆଉଟ୍‌ କରିଥିଲେ। ଏହା ପରେ ପାକିସ୍ତାନୀ ଦଳକୁ ଶେଷ ପାଞ୍ଚଟି ବଲରେ ୧୮ ରନ ସ୍କୋର କରିବାକୁ ପଡିଥିଲା। ତା’ପରେ ନସିମ ଶାହା ଅର୍ଶଦୀପଙ୍କ ସମ୍ମୁଖରେ ଉପସ୍ଥିତ ଥିଲେ। କିନ୍ତୁ ସେ ଶେଷ ଓଭରରେ ୯ ରନ ସ୍କୋର କରିପାରିଥିଲେ। ମ୍ୟାଚ ହାରିଯିବା ପରେ ନାସିମ ଶାହାଙ୍କ ଆଖିରେ ଲୁହ ଆସିଯାଇଥିଲା। ନିରାଶାର ଅନୁଭବ ତାଙ୍କ ମୁହଁରେ ସ୍ପଷ୍ଟ ଭାବରେ ଜଣାପଡୁତତ୍ଲା। ଏହା ପରେ ଶାହିନ ଆଫ୍ରିଦି କାନ୍ଧରେ ହାତ ରଖି ତାଙ୍କୁ ପଡ଼ିଆରୁ ବାହାର କରିଦେଲେ। ସାସିଆଲ ମିଡିଆରେ ନସିମ ଶାହା କାନ୍ଦିବାର ଭିଡିଓ ଭାଇରାଲ ହେଉଛି।

The post ଭାରତଠାରୁ ପରାସ୍ତ ହେବାପରେ ଭୋ ଭୋ ହୋଇ କାନ୍ଦିଲେ ପାକିସ୍ତାନ ଖେଳାଳି: ଦେଖନ୍ତୁ ଭିଡିଓ appeared first on Dharitri Odia News.