ପରିବର୍ତ୍ତନ ଧାରାରେ ଅଫିମ ଚାଷୀ

ବାରିପଦା, ୪ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଦିନ ଥିଲା ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଲୋକେ ଅଫିମ ଚାଷ କରୁଥିଲେ। ପୋଲିସ ହାତରେ ଧରାପଡ଼ିଯିବା ଆଶଙ୍କାରେ ଭୟାତୁର ଜୀବନ ଅତିବାହିତ କରୁଥିଲେ। ଏବେ କିନ୍ତୁ ସମୟ ବଦଳିଛି। ଚାଷ ସମ୍ପର୍କରେ ଅଜ୍ଞ ଥିବା ଚାଷୀମାନଙ୍କୁ ଅଫିମ ଚାଷଠାରୁ ଦୂରେଇ ନିଆଯାଇ ସ୍ବାଭାବିକ ପରିସ୍ଥିତିକୁ ଫେରାଇ ଅଣାଯାଇଛି। ଜିଲା ପ୍ରଶାସନର ପ୍ରଚେଷ୍ଟାରେ ଅଫିମ ଚାଷୀମାନେ ଏବେ ପରିବର୍ତ୍ତନ ଧାରାରେ ସାମିଲ ହୋଇ ସାଧାରଣ ଚାଷକାର୍ଯ୍ୟରେ ମନୋନିବେଶ କରିଛନ୍ତି। ଏହାଦ୍ୱାରା […] The post ପରିବର୍ତ୍ତନ ଧାରାରେ ଅଫିମ ଚାଷୀ appeared first on Dharitri Odia News.

ପରିବର୍ତ୍ତନ ଧାରାରେ ଅଫିମ ଚାଷୀ

ବାରିପଦା, ୪ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଦିନ ଥିଲା ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଲୋକେ ଅଫିମ ଚାଷ କରୁଥିଲେ। ପୋଲିସ ହାତରେ ଧରାପଡ଼ିଯିବା ଆଶଙ୍କାରେ ଭୟାତୁର ଜୀବନ ଅତିବାହିତ କରୁଥିଲେ। ଏବେ କିନ୍ତୁ ସମୟ ବଦଳିଛି। ଚାଷ ସମ୍ପର୍କରେ ଅଜ୍ଞ ଥିବା ଚାଷୀମାନଙ୍କୁ ଅଫିମ ଚାଷଠାରୁ ଦୂରେଇ ନିଆଯାଇ ସ୍ବାଭାବିକ ପରିସ୍ଥିତିକୁ ଫେରାଇ ଅଣାଯାଇଛି। ଜିଲା ପ୍ରଶାସନର ପ୍ରଚେଷ୍ଟାରେ ଅଫିମ ଚାଷୀମାନେ ଏବେ ପରିବର୍ତ୍ତନ ଧାରାରେ ସାମିଲ ହୋଇ ସାଧାରଣ ଚାଷକାର୍ଯ୍ୟରେ ମନୋନିବେଶ କରିଛନ୍ତି। ଏହାଦ୍ୱାରା ଅନେକ କୋଟି ଟଙ୍କାର ନିଶାଦ୍ରବ୍ୟ କାରବାର ରୋକାଯିବା ସହ ଲୋକମାନଙ୍କୁ ନିଶା କବଳରୁ ମୁକ୍ତି ମିଳିପାରିଛି।
ଅନୁଯାୟୀ, ଯଶୀପୁର ବ୍ଲକ ଅଧୀନ ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଗୁଡୁଗୁଡିଆ, ବରେହିପାଣି ଓ ଅସ୍ତକୁଅଁର ପଞ୍ଚାୟତରେ ବ୍ୟାପକ ଅଫିମ ଚାଷ ହେଉଥିଲା। ଏହି ପଞ୍ଚାୟତଗୁଡ଼ିକ ଅଧୀନରେ ରହୁଥିବା ଅସନବଣୀ, ଯଜଗଡ଼ା, ଝାଟିପାଣି, ଚାକୁଣ୍ଡାକଚା, ସାରୁଡା, ବୁଢ଼ାବଳଙ୍ଗ, କୁକୁରଭୁକା, ଖେଜୁରୀ ଗ୍ରାମକୁ ମିଶାଇ ୧୪ଟି ଗ୍ରାମରେ ଏକର ଏକର ଜମିରେ ଚାଷ କରି ପୋସ୍ତ ଉତ୍ପାଦନ ସାଙ୍ଗକୁ ଅଫିମ ସଂଗ୍ରହ କରାଯାଉଥିଲା। ଏପରିକି ପୋସ୍ତ ଚାଷ ନଁାରେ ଅଫିମ ବେପାରୀମାନେ ନିରୀହ ବନବାସୀଙ୍କୁ ଅର୍ଥଲୋଭ ଦେଖାଇ ଏହି ଚାଷ କରୁଥିଲେ। ଏହା ଜାଣିବା ପରେ ବନ ବିଭାଗ, ଅବକାରୀ ଓ ପୋଲିସ ପ୍ରଶାସନ ଚଢ଼ାଉ କରି ଅନେକ ଶହ କୋଟି ଟଙ୍କାର ଅଫିମ ଗଛକୁ ନଷ୍ଟ କରିଥିଲେ। ଏହାକୁ ନେଇ ସାରା ରାଜ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ତଦନ୍ତ ପରେ ତତ୍କାଳୀନ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କ ପ୍ରଚେଷ୍ଟାରେ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଏପରିକି ଚାଷ ସମ୍ପର୍କରେ ଅଜ୍ଞ ଥିବା ଲୋକମାନଙ୍କୁ ଦଣ୍ଡବିଧାନ କରିବା ପରିବର୍ତ୍ତେ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରଚେଷ୍ଟା ଆରମ୍ଭ ହୋଇଥିଲା। କୃଷି ବିଭାଗର ସଚିବ ଶୁଭମ ସକସେନା ଅଞ୍ଚଳ ପରିଦର୍ଶନ କରି ଲୋକମାନଙ୍କୁ ସଚେତନ କରିଥିଲେ। ବନ ବିଭାଗ, ଅବକାରୀ ବିଭାଗ, ମତ୍ସ୍ୟ ବିଭାଗ ଜିଲା ଅଧିକାରୀମାନେ ଗଁାକୁ ଗଁା ଯାଇ ଲୋକମାନଙ୍କୁ ଅଫିମ ଚାଷର ଅପକାରିତା ସମ୍ପର୍କରେ ସୂଚାଇଥିଲେ। ଜୀବନଜୀବିକା ପାଇଁ ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କୃଷି, ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଲୋକମାନଙ୍କୁ ମାଗଣାରେ ଅଦା, ହଳଦୀ, ସପୁରୀ, ମାଣ୍ଡିଆ, ଷ୍ଟବେରୀ, ଲିଚି ଆଦି ଚାଷ କରିବାକୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଲୋକମାନଙ୍କୁ ସାମିଲ କରାଯାଇ ଉଦ୍ୟାନ କୃଷି ସହ ଅନ୍ୟାନ୍ୟ ଚାଷ କରିବାକୁ ସହଯୋଗ ଯୋଗାଇ ଦିଆଯାଇଛି। ଲୋକେ ଏଭଳି ଚାଷ ପ୍ରତି ଆଗ୍ରହ ପ୍ରକାଶ କରି ନିଜ ନିଜ କ୍ଷେତରେ ଚାଷ କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଜିଲା ପ୍ରଶାସନର ଏଭଳି ପ୍ରୟାସକୁ ନେଇ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି। ଆଗାମୀ ଦିନରେ ବାସନା ଚାଉଳର ଧାନ, ସୁଇଟ କର୍ନ ଆଦି ଚାଷ ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରାଯିବା ସହ ଉନ୍ନତମାନର ବିହନ ଓ ଚାଷ ପ୍ରଣାଳୀ ସମ୍ପର୍କରେ ତାଲିମ ପ୍ରଦାନ କରାଯିବ ବୋଲି ବର୍ତ୍ତମାନର ଜିଲାପାଳ ହେମକାନ୍ତ ସାଏ ନିର୍ଦ୍ଦେଶ ଦେଇଛନ୍ତି।

The post ପରିବର୍ତ୍ତନ ଧାରାରେ ଅଫିମ ଚାଷୀ appeared first on Dharitri Odia News.