ଭାରତର ଅଭିବୃଦ୍ଧି ୬.୭% ରହିବ: ବିଶ୍ୱବ୍ୟାଙ୍କ
ଓ୍ବାଶିଂଟନ,୧୭।୧: ଆଗାମୀ ୨ ଆର୍ଥତ୍କ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର ବାର୍ଷିକ ୬.୭ ପ୍ରତିଶତ ରହିବ ବୋଲି ବିଶ୍ୱବ୍ୟାଙ୍କର ସଦ୍ୟତମ ଅଭିବୃଦ୍ଧି ଆକଳନରେ କୁହାଯାଇଛି। ଭାରତର ଅଭିବୃଦ୍ଧି ସହ ୨୦୨୫-୨୬ ବର୍ଷରେ ଦକ୍ଷିଣ ଏସିଆରେ ଆର୍ଥତ୍କ ଅଭିବୃଦ୍ଧି ୬.୨ ପ୍ରତିଶତକୁ ବଢ଼ିବ ବୋଲି ବିଶ୍ୱବ୍ୟାଙ୍କ କହିଛି। ଭାରତରେ ବ୍ୟବସାୟିକ ବାତାବରଣରେ ଉନ୍ନତି ନିମନ୍ତେ ସରକାରଙ୍କ ପଦକ୍ଷେପ ଯୋଗୁ ସେବା ସେକ୍ଟର ପ୍ରସାରିତ ହେବା ସହ ଉତ୍ପାଦନ କ୍ଷେତ୍ର ମଧ୍ୟ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। […] The post ଭାରତର ଅଭିବୃଦ୍ଧି ୬.୭% ରହିବ: ବିଶ୍ୱବ୍ୟାଙ୍କ appeared first on Dharitri Odia News.
ଓ୍ବାଶିଂଟନ,୧୭।୧: ଆଗାମୀ ୨ ଆର୍ଥତ୍କ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର ବାର୍ଷିକ ୬.୭ ପ୍ରତିଶତ ରହିବ ବୋଲି ବିଶ୍ୱବ୍ୟାଙ୍କର ସଦ୍ୟତମ ଅଭିବୃଦ୍ଧି ଆକଳନରେ କୁହାଯାଇଛି। ଭାରତର ଅଭିବୃଦ୍ଧି ସହ ୨୦୨୫-୨୬ ବର୍ଷରେ ଦକ୍ଷିଣ ଏସିଆରେ ଆର୍ଥତ୍କ ଅଭିବୃଦ୍ଧି ୬.୨ ପ୍ରତିଶତକୁ ବଢ଼ିବ ବୋଲି ବିଶ୍ୱବ୍ୟାଙ୍କ କହିଛି। ଭାରତରେ ବ୍ୟବସାୟିକ ବାତାବରଣରେ ଉନ୍ନତି ନିମନ୍ତେ ସରକାରଙ୍କ ପଦକ୍ଷେପ ଯୋଗୁ ସେବା ସେକ୍ଟର ପ୍ରସାରିତ ହେବା ସହ ଉତ୍ପାଦନ କ୍ଷେତ୍ର ମଧ୍ୟ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ନିବେଶ ଅଭିବୃଦ୍ଧି ସ୍ଥିର ରହିବ ବୋଲି ବିଶ୍ୱବ୍ୟାଙ୍କ କହିଛି।
ମାନ୍ଦା ନିବେଶ ଏବଂ ଦୁର୍ବଳ ଉତ୍ପାଦନ ଅଭିବୃଦ୍ଧି କାରଣରୁ ୨୦୨୪-୨୫ ବର୍ଷରେ ଭାରତର ଅଭିବୃଦ୍ଧି ୬.୫ ପ୍ରତିଶତକୁ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଥିଲା। ତେବେ କୃଷି ଉତ୍ପାଦନ ବୃଦ୍ଧି ସହ ଗ୍ରାମାଞ୍ଚଳ ଆୟ ବଢ଼ିବାରୁ ଘରୋଇ ଉପଭୋଗ ଅଭିବୃଦ୍ଧି ସୁଦୃଢ଼ ରହିଥିଲା। ଭାରତ ବ୍ୟତୀତ ଦକ୍ଷିଣ ଏସିଆରେ ଗତ ଆର୍ଥତ୍କ ବର୍ଷରେ ଅଭିବୃଦ୍ଧି ହାର ୩.୯ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଥିଲା। ଆଗାମୀ ୨ ଆର୍ଥତ୍କ ବର୍ଷରେ ଉକ୍ତ ଅଞ୍ଚଳର ଅଭିବୃଦ୍ଧି ହାର ଯଥାକ୍ରମେ ୪ ଏବଂ ୪.୩ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରାଯାଇଛି।
The post ଭାରତର ଅଭିବୃଦ୍ଧି ୬.୭% ରହିବ: ବିଶ୍ୱବ୍ୟାଙ୍କ appeared first on Dharitri Odia News.