ଭାରତର ଉତ୍ପାଦନ କ୍ଷେତ୍ରକୁ ଚୀନର ଟାର୍ଗେଟ, ଫେରିଗଲେ ୩୦୦ ଇଞ୍ଜିନିୟର
ନୂଆଦିଲ୍ଲୀ: ଭାରତକୁ ବିଶ୍ବରେ ମ୍ୟାନୁଫାକଚରିଂ ହବ୍ କରିବାକୁ ଚେଷ୍ଟା ଜାରି ରହିଛି। ହେଲେ ଏବେ ଚୀନ ଯୋଗୁ ଏଥିରେ ହୁଏତ ଝଟକା ଲାଗିପାରେ। କାରଣ ଚୀନ ଏବେ ନିଜ ବୈଷୟିକ ବିଶେଷଜ୍ଞ ଏବଂ ଆଧୁନିକ ଜ୍ଞାନକୌଶଳକୁ ବାହାରକୁ ପଠାଇବା ଉପରେ ରୋକ୍ ଲଗାଉଛି। ଚୀନର ଏହି ନୂଆ ରଣନୀତିର ପ୍ରଭାବ ଭାରତରେ ଆପଲର ସବୁଠୁ ବଡ଼ କଣ୍ଟ୍ରାକ୍ଟ ମ୍ୟାନୁଫାକଚରିଂ ଫକ୍ସକନ ଉପରେ ସ୍ପଷ୍ଟ ଦେଖାଯାଉଛି। କାରଣ ଏଠାରୁ ୩୦୦ରୁ ଅଧିକ ଚୀନ ଇଞ୍ଜିନିୟର ଏବଂ ଟେକ୍ନିସିଆନ ଚୀନ ଫେରିଛନ୍ତି।ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ, ଚୀନ ଏବର୍ଷର ଆରମ୍ଭରେ ହିଁ ସ୍ଥାନୀୟ ସରକାର ଏବଂ ଏଜେନ୍ସୀଙ୍କୁ ଏହି ସଙ୍କେତ ଦେଇସାରିଥିଲା ଯେ, ସେମାନେ ଭାରତ ଏବଂ ଭିଏତନାମ ଭଳି ଦେଶରେ ପ୍ରତିଭା ଏବଂ ଟେକ୍ନୋଲୋଜିର ଟ୍ରାନ୍ସଫର ହେବାକୁ ନଦିଅନ୍ତୁ। ଏହି ପ୍ରତିବନ୍ଧକ ଯଦିବ ଅଫିସିଆଲ ନୁହେଁ, କିନ୍ତୁ ଏହାକୁ ସାଇଲେଣ୍ଟ ସାଙ୍କସନ ବୋଲି କୁହାଯାଉଛି।ଫକ୍ସକନ୍ରୁ ଫେରିଲେଣି ୩୦୦ ଚାଇନା ଇଞ୍ଜିନିୟରତାମିଲନାଡୁ ଏବଂ କର୍ଣ୍ଣାଟକରେ ଥିବା ଫକ୍ସକନର ଫ୍ୟାକ୍ଟ୍ରିରୁ ଗତ ଦୁଇ ମାସରେ ୩୦୦ରୁ ଅଧିକ ଚୀନ ଇଞ୍ଜିନିୟର ଫେରିଛନ୍ତି। ଏଥିରେ ଅଧିକାଂଶ ବିଶେଷଜ୍ଞ ଭାରତରେ ଆଇଫୋନ୍ ଉତ୍ପାଦନ ଲାଇନକୁ ଦ୍ରୁତ ଭାବରେ ଛିଡ଼ା କରିବା ଏବଂ ସ୍ଥାନୀୟ କର୍ମଚାରୀଙ୍କୁ ଟ୍ରେନିଂ ଦେବାପାଇଁ ଆସିଥିଲେ। ଏବେ ସେମାନଙ୍କ ସ୍ଥାନରେ ଅଧିକାର ତାଇବାନ ଇଞ୍ଜିନିୟର କାମ କରୁଛନ୍ତି। ଏହି ସ୍ଥିତି ଏଭଳି
ନୂଆଦିଲ୍ଲୀ: ଭାରତକୁ ବିଶ୍ବରେ ମ୍ୟାନୁଫାକଚରିଂ ହବ୍ କରିବାକୁ ଚେଷ୍ଟା ଜାରି ରହିଛି। ହେଲେ ଏବେ ଚୀନ ଯୋଗୁ ଏଥିରେ ହୁଏତ ଝଟକା ଲାଗିପାରେ। କାରଣ ଚୀନ ଏବେ ନିଜ ବୈଷୟିକ ବିଶେଷଜ୍ଞ ଏବଂ ଆଧୁନିକ ଜ୍ଞାନକୌଶଳକୁ ବାହାରକୁ ପଠାଇବା ଉପରେ ରୋକ୍ ଲଗାଉଛି। ଚୀନର ଏହି ନୂଆ ରଣନୀତିର ପ୍ରଭାବ ଭାରତରେ ଆପଲର ସବୁଠୁ ବଡ଼ କଣ୍ଟ୍ରାକ୍ଟ ମ୍ୟାନୁଫାକଚରିଂ ଫକ୍ସକନ ଉପରେ ସ୍ପଷ୍ଟ ଦେଖାଯାଉଛି। କାରଣ ଏଠାରୁ ୩୦୦ରୁ ଅଧିକ ଚୀନ ଇଞ୍ଜିନିୟର ଏବଂ ଟେକ୍ନିସିଆନ ଚୀନ ଫେରିଛନ୍ତି।
ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ, ଚୀନ ଏବର୍ଷର ଆରମ୍ଭରେ ହିଁ ସ୍ଥାନୀୟ ସରକାର ଏବଂ ଏଜେନ୍ସୀଙ୍କୁ ଏହି ସଙ୍କେତ ଦେଇସାରିଥିଲା ଯେ, ସେମାନେ ଭାରତ ଏବଂ ଭିଏତନାମ ଭଳି ଦେଶରେ ପ୍ରତିଭା ଏବଂ ଟେକ୍ନୋଲୋଜିର ଟ୍ରାନ୍ସଫର ହେବାକୁ ନଦିଅନ୍ତୁ। ଏହି ପ୍ରତିବନ୍ଧକ ଯଦିବ ଅଫିସିଆଲ ନୁହେଁ, କିନ୍ତୁ ଏହାକୁ ସାଇଲେଣ୍ଟ ସାଙ୍କସନ ବୋଲି କୁହାଯାଉଛି।
ଫକ୍ସକନ୍ରୁ ଫେରିଲେଣି ୩୦୦ ଚାଇନା ଇଞ୍ଜିନିୟର
ତାମିଲନାଡୁ ଏବଂ କର୍ଣ୍ଣାଟକରେ ଥିବା ଫକ୍ସକନର ଫ୍ୟାକ୍ଟ୍ରିରୁ ଗତ ଦୁଇ ମାସରେ ୩୦୦ରୁ ଅଧିକ ଚୀନ ଇଞ୍ଜିନିୟର ଫେରିଛନ୍ତି। ଏଥିରେ ଅଧିକାଂଶ ବିଶେଷଜ୍ଞ ଭାରତରେ ଆଇଫୋନ୍ ଉତ୍ପାଦନ ଲାଇନକୁ ଦ୍ରୁତ ଭାବରେ ଛିଡ଼ା କରିବା ଏବଂ ସ୍ଥାନୀୟ କର୍ମଚାରୀଙ୍କୁ ଟ୍ରେନିଂ ଦେବାପାଇଁ ଆସିଥିଲେ।
ଏବେ ସେମାନଙ୍କ ସ୍ଥାନରେ ଅଧିକାର ତାଇବାନ ଇଞ୍ଜିନିୟର କାମ କରୁଛନ୍ତି। ଏହି ସ୍ଥିତି ଏଭଳି ସମୟରେ ଆସିଛି ଯେତେବେଳେ ଆପଲ ଏହାରନ ନୂଆ ଆଇଫୋନ ୧୭ ସିରିଜର ଉତ୍ପାଦନ ପାଇଁ ପ୍ରସ୍ତୁତି କରୁଛି ଆଉ କର୍ଣ୍ଣାଟକର ଦେବନହଲ୍ଲୀରେ ଏହାର ୩୦୦ ଏକରର ମ୍ୟାନଫ୍ୟାକଚରିଂ ୟୁନିଟ୍ ପ୍ରସ୍ତୁତ କରୁଛି। ଅବଶ୍ୟ ଇଞ୍ଜିନିୟରଙ୍କ ଫେରିଯିବା ଯୋଗୁ ପ୍ରଡକ୍ସନର ଗୁଣବତ୍ତା ଉପରେ ପ୍ରଭାବ ପଡ଼ିବନି, କିନ୍ତୁ କାମର ବେଗ ଏବଂ ସ୍କିଲ ଟ୍ରାନ୍ସଫରର ପ୍ରକ୍ରିୟା ଧୀମା ହୋଇପାରେ।