ଭାରତର ଏହି ରେଳ ଲାଇନ୍ ବ୍ରିଟିଶ୍ କବଜାରେ, ସରକାର ଦେଉଛନ୍ତି ଟଙ୍କା
ନୂଆଦିଲ୍ଲୀ,୨୩।୮: ଭାରତ ସ୍ବାଧୀନତାର ୭୭ବର୍ଷ ପରେ ଏମିତି କିଛି ରେଳ ଲାଇନ୍ ଅଛି ଯାହା ଏବେ ବ୍ରିଟିଶ୍ କବଜାରେ। କହରିରଖୁଛୁ ବିଶ୍ୱରେ ସବୁଠାରୁ ବଡ଼ ରେଳ ଲାଇନ୍ ଭାରତରେ ଅଛି। ଆଉ ସବୁଠାରୁ ଅଧିକ ଲୋକ ଭାରତୀୟ ରେଳରେ ହିଁ ଯାତ୍ରା କରନ୍ତି। ତେବେ ଭାରତରେ ଏମିତି କିଛି ରେଳ ଲାଇନ୍ ଅଛି ଯାହା ୭୭ବର୍ଷ ଧରି ଏକ ବ୍ରିଟିଶ୍ କମ୍ପାନୀ କବଜାରେ ଅଛି। ଭାରତୀୟ ରେଳ ଏହାକୁ କିଣିବାକୁ ବହୁବାର ଚେଷ୍ଟା କରିଥିଲେ ମଧ୍ୟ ସେମାନେ […] The post ଭାରତର ଏହି ରେଳ ଲାଇନ୍ ବ୍ରିଟିଶ୍ କବଜାରେ, ସରକାର ଦେଉଛନ୍ତି ଟଙ୍କା appeared first on Dharitri Odia News.
ନୂଆଦିଲ୍ଲୀ,୨୩।୮: ଭାରତ ସ୍ବାଧୀନତାର ୭୭ବର୍ଷ ପରେ ଏମିତି କିଛି ରେଳ ଲାଇନ୍ ଅଛି ଯାହା ଏବେ ବ୍ରିଟିଶ୍ କବଜାରେ। କହରିରଖୁଛୁ ବିଶ୍ୱରେ ସବୁଠାରୁ ବଡ଼ ରେଳ ଲାଇନ୍ ଭାରତରେ ଅଛି। ଆଉ ସବୁଠାରୁ ଅଧିକ ଲୋକ ଭାରତୀୟ ରେଳରେ ହିଁ ଯାତ୍ରା କରନ୍ତି। ତେବେ ଭାରତରେ ଏମିତି କିଛି ରେଳ ଲାଇନ୍ ଅଛି ଯାହା ୭୭ବର୍ଷ ଧରି ଏକ ବ୍ରିଟିଶ୍ କମ୍ପାନୀ କବଜାରେ ଅଛି। ଭାରତୀୟ ରେଳ ଏହାକୁ କିଣିବାକୁ ବହୁବାର ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଅସଫଳ ହୋଇଛନ୍ତି। ତେବେ ଏହି ଚର୍ଚ୍ଚିତ ବ୍ରିଟିଶ୍ କମ୍ପାନୀ ହେଉଛି ‘କିଲିକ୍ ନିକ୍ସନ ଆଣ୍ଡ କୋ’ ଯାହା ସେଣ୍ଟ୍ରାଲ ପ୍ରୋଭିନାନ୍ସ ରେଲଓ୍ବେ କମ୍ପାନୀ ଦ୍ୱାରା ପରିଚାଳିତ ହେଉଛି।
ଶକୁନ୍ତଳା ଏକ୍ସପ୍ରେସ: ସ୍ବାଧୀନ ଭାରତର ଏହି ରେଳ ଟ୍ରାକ ଏବେ ବ୍ରିଟିଶ କମ୍ପାନୀ ଅଧୀନରେ ରହିଛି। ଏହି ରେଳ ଲାଇନ ବିଦେଶୀ କମ୍ପାନୀ ମାଲିକାନାରେ ରହିଛି। ଯାହାକୁ ନେଇ ଭାରତୀୟ ରେଳବାଇକୁ ପ୍ରତିବର୍ଷ ରୟାଲଟି ଦେବାକୁ ପଡୁଛି। ବ୍ରିଟିଶ କମ୍ପାନୀ କିଲିକ୍ ନିକ୍ସନ ଆଣ୍ଡ କୋ କମ୍ପାନୀ ଏହି ରେଳ ଟ୍ରାକ ରୟାଲଟି ସଂଗ୍ରହ କରୁଛି।
ଏହା ପୂର୍ବରୁ ଶକୁନ୍ତଳା ରେଳ ଟ୍ରାକ, ଶକୁନ୍ତଳା ପାସେଞ୍ଜର ଟ୍ରେନ୍ରେ କେବଳ ଗୋଟିଏ ଟ୍ରେନ ଚଳାଚଳ କରୁଥିଲା ବର୍ତ୍ତମାନ ବନ୍ଦ ହୋଇଯାଇଛି। ପାଞ୍ଚଟି କୋଚ ସହିତ ଏହି ଟ୍ରେନ ପ୍ରତିଦିନ ୮୦୦ରୁ ୧୦୦୦ ଯାତ୍ରୀଙ୍କୁ ନେଇ ଏହି ଟ୍ରେନ୍ ବ୍ରିଟିଶ୍ ଦଖଲରେ ଥିବା ରେଳ ଲାଇନ୍ ଦେଇ ଯାତାୟତ କରୁଥିଲା। ୧୯୫୧ରେ ଭାରତୀୟ ରେଳ ଜାତୀୟକରଣ କରାଯାଇଥିଲା, କିନ୍ତୁ ଏହି ମାର୍ଗ ଭାରତ ସରକାରଙ୍କ ଅଧୀନରେ ନ ଥିଲା।
ମହାରାଷ୍ଟ୍ରର ଅମରାବତୀ କପା ଚାଷ ପାଇଁ ପ୍ରସିଦ୍ଧ ଥିଲା। ବ୍ରିଟିଶମାନେ ଅମରାବତୀରୁ ମୁମ୍ବାଇ ବନ୍ଦରକୁ କପା ପରିବହନ ପାଇଁ ଏହି ରେଳ ଟ୍ରାକ ନିର୍ମାଣ କରିଥିଲେ। ଏହି ରେଳ ଟ୍ରାକ ନିର୍ମାା ପାଇଁ ବ୍ରିଟେନର କ୍ଲିକ ନିକ୍ସନ କମ୍ପାନୀ କେନ୍ଦ୍ରୀୟ ପ୍ରଦେଶ ରେଳ କମ୍ପାନୀ (CPRC) ପ୍ରତିଷ୍ଠା କରିଥିଲେ। ୧୯୪୭ରେ ଭାରତର ସ୍ବାଧୀନତା ପରେ, ଭାରତୀୟ ରେଳ ଏହି କମ୍ପାନୀ ସହିତ ଏକ ଚୁକ୍ତି କରିଥିଲା। ଯାହା ଅଧୀନରେ ଟ୍ରାକ୍ର ବ୍ୟବହାର ପାଇଁ ସେମାନଙ୍କୁ କମ୍ପାନୀକୁ ବାର୍ଷିକ ରୟାଲଟି ଦେବାକୁ ପଡୁଥିଲା। ରିପୋର୍ଟ ଅନୁସାରେ ଭାରତୀୟ ରେଲଓ୍ବେକୁ ବ୍ରିଟିଶ୍ କମ୍ପାନୀକୁ ୧.୨୦କୋଟି ଟଙ୍କା ଦେବାକୁ ପଡୁଥିଲା। ଏହି ଟ୍ରାକରେ ଚାଲୁଥିବା ଶକୁନ୍ତଲା ଏକ୍ସପ୍ରେସ ପ୍ରଥମେ ୨୦୧୪ରେ ଏବଂ ପୁନର୍ବାର ଏପ୍ରିଲ ୨୦୧୬ରେ ସ୍ଥଗିତ ରଖାଯାଇଥିଲା । ଏହି ଟ୍ରେନ ଶେଷ ଥର ପାଇଁ ୨୦୨୦ରେ ଚାଲିଥିଲା।
The post ଭାରତର ଏହି ରେଳ ଲାଇନ୍ ବ୍ରିଟିଶ୍ କବଜାରେ, ସରକାର ଦେଉଛନ୍ତି ଟଙ୍କା appeared first on Dharitri Odia News.