ଭାରତର ଚମତ୍କାର ବିଜୟ ପରେ ଆସିଲା IIT ବାବାଙ୍କ ପ୍ରତିକ୍ରିୟା: ଏମିତି କହିଲେ ସମସ୍ତେ ଶୁଣି ମୁଣ୍ଡରେ ଦେବେ ହାତ

ନୂଆଦିଲ୍ଳୀ,୨୪।୨: ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି। ସମଗ୍ର ମ୍ୟାଚ୍‌ରେ ଏପରି ଗୋଟିଏ ବି ଘଟଣା ଘଟି ନ ଥିଲା ଯେତେବେଳେ ପାକିସ୍ତାନ ପ୍ରଭାବଶାଳୀ ନଜର ଆସିଥିଲା। କିନ୍ତୁମହାକୁମ୍ଭରେ ଭାଇରାଲ ହୋଇଥିବା IIT ବାବା ଦାବି କରିଥିଲେ, ପାକିସ୍ତାନ ଭାରତକୁ ପରାସ୍ତ କରିବ। ତାଙ୍କର ଭବିଷ୍ୟବାଣୀ ସତ ହେବ ବୋଲି ସେ କହିଥିଲେ। ତାଙ୍କର ଏହି ଭିଡିଓଟି ମଧ୍ୟ ବହୁତ ଭାଇରାଲ ହୋଇଥିଲା। IIT ବାବାଙ୍କ ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ ହୋଇଥିଲା […] The post ଭାରତର ଚମତ୍କାର ବିଜୟ ପରେ ଆସିଲା IIT ବାବାଙ୍କ ପ୍ରତିକ୍ରିୟା: ଏମିତି କହିଲେ ସମସ୍ତେ ଶୁଣି ମୁଣ୍ଡରେ ଦେବେ ହାତ appeared first on Dharitri Odia News.

ଭାରତର ଚମତ୍କାର ବିଜୟ ପରେ ଆସିଲା IIT ବାବାଙ୍କ ପ୍ରତିକ୍ରିୟା: ଏମିତି କହିଲେ ସମସ୍ତେ ଶୁଣି ମୁଣ୍ଡରେ ଦେବେ ହାତ

ନୂଆଦିଲ୍ଳୀ,୨୪।୨: ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି। ସମଗ୍ର ମ୍ୟାଚ୍‌ରେ ଏପରି ଗୋଟିଏ ବି ଘଟଣା ଘଟି ନ ଥିଲା ଯେତେବେଳେ ପାକିସ୍ତାନ ପ୍ରଭାବଶାଳୀ ନଜର ଆସିଥିଲା। କିନ୍ତୁମହାକୁମ୍ଭରେ ଭାଇରାଲ ହୋଇଥିବା IIT ବାବା ଦାବି କରିଥିଲେ, ପାକିସ୍ତାନ ଭାରତକୁ ପରାସ୍ତ କରିବ। ତାଙ୍କର ଭବିଷ୍ୟବାଣୀ ସତ ହେବ ବୋଲି ସେ କହିଥିଲେ। ତାଙ୍କର ଏହି ଭିଡିଓଟି ମଧ୍ୟ ବହୁତ ଭାଇରାଲ ହୋଇଥିଲା। IIT ବାବାଙ୍କ ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ ହୋଇଥିଲା ଏବଂ ଭାରତ ପାକିସ୍ତାନକୁ ଶୋଚନୀୟ ଭାବରେ ପରାସ୍ତ କରିଥିଲା। ଏବେ ବିଷୟରେ IIT ବାବାଙ୍କ ବୟାନ ସାମ୍ନାକୁ ଆସିଛି। ଭାରତର ବିଜୟ ଉପରେ IIT ବାବା ନିଜ ପୂର୍ବ ମତକୁ ବଦଳାଇ କହିଛନ୍ତି, ମୋର ବାର୍ତ୍ତା ହେଉଛି ଯେ କାହାର ଭବିଷ୍ୟବାଣୀରେ ବିଶ୍ୱାସ କର ନାହିଁ। ନିଜ ମସ୍ତିଷ୍କ ବ୍ୟବହାର କର।
ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ, IIT ବାବା ଦାବି କରିଥିଲେ, ଯେତେ ଚେଷ୍ଟା କଲେ ମଧ୍ୟ, ଏଥର ପାକିସ୍ତାନ ଜିତିବ। ଏଥର ଭାରତ ଜିତିବ ନାହିଁ। ବିରାଟ କୋହଲିଙ୍କୁ କୁହନ୍ତୁ ଯେ ସେ ତାଙ୍କର ସର୍ବଶ୍ରେଷ୍ଠ ଚେଷ୍ଟା କରନ୍ତୁ, ତଥାପି ଆମେ ଜିତିବୁ ନାହିଁ।
ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ କୌଣସି ସମସ୍ୟାର ସମ୍ମୁଖୀନ ହୋଇ ନ ଥିଲା। ୨୪୨ ରନର ଟାର୍ଗେଟକୁ ପିଛା କରି ବିରାଟ କୋହଲି ଅପରାଜିତ ୧୦୦ ରନ କରିଥିଲେ। ଏହା ତାଙ୍କର ୮୨ତମ ଅନ୍ତର୍ଜାତୀୟ ଏବଂ ୫୧ତମ ଦିନିକିଆ ଶତକ।

The post ଭାରତର ଚମତ୍କାର ବିଜୟ ପରେ ଆସିଲା IIT ବାବାଙ୍କ ପ୍ରତିକ୍ରିୟା: ଏମିତି କହିଲେ ସମସ୍ତେ ଶୁଣି ମୁଣ୍ଡରେ ଦେବେ ହାତ appeared first on Dharitri Odia News.