ଭାରତର ଟେନସନ୍‌ ବଢାଇଲା ଚାଇନା

ନୂଆଦିଲ୍ଳୀ,୧।୪: ଚାଇନା ସହାୟତାରେ ବାଂଲାଦେଶରେ ବୁଡ଼ାଜାହାଜ ବେସ୍‌ର ନିର୍ମାଣ ପ୍ରାୟ ଶେଷ ହୋଇଛି। ନିକଟରେ ପ୍ରକାଶିତ ବୁଡ଼ାଜାହାଜ ବେସର ଉପଗ୍ରହ ଚିତ୍ର ଭାରତକୁ ଟେନସନ ଦେବାକୁ ଯାଉଛି। ଚିତ୍ରରେ ଏକ ଡ୍ରାଏ ଡକ ଦୃଶ୍ୟମାନ ହୁଏ, ଯେଉଁଠାରେ ବୁଡାଜାହାଜର ମରାମତି କାର୍ଯ୍ୟ କରାଯାଇଥାଏ। ଡ୍ରାଏ ଡକର ଲମ୍ବ ୧୩୫ ମିଟର ଏବଂ ଚଉଡା ପ୍ରାୟ ୩୦ମିଟର। ଏହି ବୁଡ଼ାଜାହାଜ ବାଂଲାଦେଶର କକ୍ସ ବଜାରର ପେକୁଆରେ ବିଏନଏସ ଶେଖ ହସିନାଙ୍କ ନାମରେ ନିର୍ମାଣ କରାଯାଉଛି। ଏହି ବେସ୍‌ ୧.୭୫ […] The post ଭାରତର ଟେନସନ୍‌ ବଢାଇଲା ଚାଇନା appeared first on Dharitri Odia News.

ଭାରତର ଟେନସନ୍‌ ବଢାଇଲା ଚାଇନା

ନୂଆଦିଲ୍ଳୀ,୧।୪: ଚାଇନା ସହାୟତାରେ ବାଂଲାଦେଶରେ ବୁଡ଼ାଜାହାଜ ବେସ୍‌ର ନିର୍ମାଣ ପ୍ରାୟ ଶେଷ ହୋଇଛି। ନିକଟରେ ପ୍ରକାଶିତ ବୁଡ଼ାଜାହାଜ ବେସର ଉପଗ୍ରହ ଚିତ୍ର ଭାରତକୁ ଟେନସନ ଦେବାକୁ ଯାଉଛି। ଚିତ୍ରରେ ଏକ ଡ୍ରାଏ ଡକ ଦୃଶ୍ୟମାନ ହୁଏ, ଯେଉଁଠାରେ ବୁଡାଜାହାଜର ମରାମତି କାର୍ଯ୍ୟ କରାଯାଇଥାଏ। ଡ୍ରାଏ ଡକର ଲମ୍ବ ୧୩୫ ମିଟର ଏବଂ ଚଉଡା ପ୍ରାୟ ୩୦ମିଟର।
ଏହି ବୁଡ଼ାଜାହାଜ ବାଂଲାଦେଶର କକ୍ସ ବଜାରର ପେକୁଆରେ ବିଏନଏସ ଶେଖ ହସିନାଙ୍କ ନାମରେ ନିର୍ମାଣ କରାଯାଉଛି। ଏହି ବେସ୍‌ ୧.୭୫ ବର୍ଗ କିଲୋମିଟର ଉପରେ ବ୍ୟାପିଛି। ଏହି ବେସ୍‌ର ନିର୍ମାଣ ୨୦୨୦ରେ ଆରମ୍ଭ ହୋଇଥିଲା ଏବଂ ଏହାକୁ ମାର୍ଚ୍ଚ ୨୦୨୩ରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଚାଇନା ଅଧିକାରୀ ଅଂଶଗ୍ରହଣ କରିଥିଲେ।
ବାଂଲାଦେଶରେ ଏହି ବୁଡ଼ାଜାହାଜ ଭିତ୍ତିଭୂମି ନିର୍ମାଣ ହେବା ପରେ ଚାଇନା ଖୁବଶୀଘ୍ର ଏଥିରେ ଲଜିଷ୍ଟିକ ସୁବିଧା ପାଇବ ବୋଲି ଆଶା କରାଯାଉଛି। ବିଶେଷଜ୍ଞମାନେ ଏହାକୁ ବୁଡ଼ାଜାହାଜ କୂଟନୀତି ଭାବରେ ଦେଖୁଛନ୍ତି, କାରଣ ଚାଇନା ବାଂଲାଦେଶକୁ ଦୁଇଟି ବୁଡ଼ାଜାହାଜ ମଧ୍ୟ ଦେଇଛି। ଆଶା କରାଯାଉଛି ଯେ, ବର୍ତ୍ତମାନ ଚାଇନାର ବୁଡ଼ାଜାହାଜକୁ ମରାମତି ଏବଂ ନବୀକରଣ ପାଇଁ ବାଂଲାଦେଶ ବେସକୁ ଅଣାଯିବ।
୧.୨୧ ବିଲିୟନ ଡଲାର ମୂଲ୍ୟରେ ନିର୍ମିତ ବିଏନଏସ ଶେଖ ହସିନା ବେସରେ ୬ଟି ବୁଡ଼ାଜାହାଜ ଏବଂ ଆଜି ଯୁଦ୍ଧ ଜାହାଜ ଏକାସାଙ୍ଗରେ ସ୍ଥାପିତ ହୋଇପାରିବ। ଏହି ବେସ୍‌କୁ ଚାଇନାର ଏକ କମ୍ପାନୀ ନିର୍ମାଣ କରୁଛି ଏବଂ ଚାଇନା ମଧ୍ୟ ଏହି ଅର୍ଥ ବିନିଯୋଗ କରିଛି। ଏଭଳି ପରିସ୍ଥିତିରେ ଚାଇନା ମଧ୍ୟ ଏହି ବେସ୍‌ ବ୍ୟବହାର କରିବ ବୋଲି କଳ୍ପନାଜଳ୍ପନା କରାଯାଉଛି। ଏହିପରି ଭାବରେ ଚାଇନା ବର୍ତ୍ତମାନ ଭାରତର ନିକଟତମଠାରୁ ଏକ ବୁଡ଼ାଜାହାଜ ଭିତ୍ତିଭୂମି ପାଇବ, ଯାହା ଭାରତର ଚିନ୍ତା ବଢାଇବାକୁ ଯାଉଛି।
ବାଂଲାଦେଶରେ ଚାଇନାର ଜାହାଜ ଏବଂ ବୁଡ଼ାଜାହାଜ ଡକ ଯୋଗୁ ବଙ୍ଗୋପସାଗର ଭାରତ ପାଇଁ ଅସୁରକ୍ଷିତ ହୋଇଯିବ। ଚାଇନା ଏଠାରେ ନିୟୋଜିତ ଭାରତୀୟ ଅସ୍ତ୍ରଶସ୍ତ୍ର ଉପରେ ନଜର ରଖିପାରିବ। ବାଂଲାଦେଶର ଶେଖ ହାସିନା ବେସଠାରୁ ଅଳ୍ପ ଦୂରରେ ଭାରତର ଆଣବିକ ବୁଡ଼ାଜାହାଜର ଆଡ୍ଡା ରହିଛି, ଯାହା ଚାଇନା ଗୁପ୍ତଚର କରିପାରେ।

The post ଭାରତର ଟେନସନ୍‌ ବଢାଇଲା ଚାଇନା appeared first on Dharitri Odia News.