ଭାରତର ପ୍ରଥମ ଏଆଇ ଶିକ୍ଷୟିତ୍ରୀ ଆଇରିସ୍‌ ଲଞ୍ଚ୍‌

ଥିରୁଭବନ୍ତପୁରମ: ବର୍ତ୍ତମାନ କୃତିମ ବୁଦ୍ଧିମତାର ଯୁଗ(ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)। ଭାରତରେ ଏଆଇର ବ୍ୟବହାର ବଢ଼ିବାରେ ଲାଗିଛି। ବିଭିନ୍ନ କର୍ମକ୍ଷେତ୍ରରେ ଏଆଇର ବ୍ୟବହାର କରାଯାଉଛି। ବିଭିନ୍ନ ଗଣମାଧ୍ୟମଗୁଡ଼ିକ ଏଆଇ ନ୍ୟୁଜ୍ ଉପସ୍ଥାପକ ବ୍ୟବହାର କରୁଥିବା ବେଳେ ଏବେ ଏଆଇ ସ୍କୁଲ୍ ଶିକ୍ଷୟିତ୍ରୀ ଆସିଯାଇଛନ୍ତି। କେରଳର ଏକ ସ୍କୁଲ୍‌ରେ ଭାରତର ପ୍ରଥମ ଏଆଇ ଶିକ୍ଷୟିତ୍ରୀଙ୍କୁ ଲଞ୍ଚ କରାଯାଇଛି। ଫାଷ୍ଟ ଜେନେରେସନ୍‌ ଏଆଇ ଶିକ୍ଷୟିତ୍ରୀକୁ ମାକେରଲ୍ୟାବ୍ସ ଏଡୁଟେକ ପ୍ରାଇଭେଟ୍ ଲିମିଟେଡ୍ ସହ ମିଶି ତିଆରି କରାଯାଇଛି। ଥିରୁଭବନ୍ତପୁରମର କେଟିସିଟି ଉଚ୍ଚମାଧ୍ୟମିକ ସ୍କୁଲ୍‌ରେ ଏହାକୁ ଲଞ୍ଚ କରାଯାଇଥିବା ବେଳେ ପିଲାମାନଙ୍କୁ ପାଠ ପଢ଼ାଇବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କୁହାଯାଉଛି। ପଢ଼ନ୍ତୁ-ଜାଣନ୍ତୁ କେମିତି କାମ କରୁଛି ‘ଚକ୍ଷୁ’ ପୋର୍ଟାଲ, କୌଣସି କଲ, ମ୍ୟାସେଜ ଓ ଠକେଇର ଏମିତି କରନ୍ତୁ ଅଭିଯୋଗ ମାର୍କଲ୍ୟାବ୍ସ ପକ୍ଷରୁ ଇନ୍‌ଷ୍ଟାଗ୍ରାମ୍‌ରେ ଆଇରିସ୍‌ ଭିଡିଓ ଶେୟାର କରାଯାଇଛି। “ଆଇଆର୍‌ଆଇଏସ୍‌ ସହ ବାସ୍ତବ ବ୍ୟକ୍ତିଗତ ଶିକ୍ଷଣ ଅନୁଭବ ଦେବା ପାଇଁ ଏଆଇର ପ୍ରୟୋଗ କରି ଶିକ୍ଷା କ୍ଷେତ୍ରରେ କ୍ରାନ୍ତି ଆଣିବାକୁ ଚେଷ୍ଟା କରିଛୁ।” ଭିଡିଓରେ ଆଇରିସ୍‌ ପିଲାମାନଙ୍କ ସହ କଥା ହେଉଛି ଓ ହ୍ୟାଣ୍ଡସେକ୍‌ ବି କରୁଛି। ଏହି ଉପାୟ ଶିକ୍ଷା କ୍ଷେତ୍ରରେ କେତେ ସଫଳ ହେବ ତାହା ଏହାର କାର୍ଯ

ଭାରତର ପ୍ରଥମ ଏଆଇ ଶିକ୍ଷୟିତ୍ରୀ ଆଇରିସ୍‌ ଲଞ୍ଚ୍‌

ଥିରୁଭବନ୍ତପୁରମ: ବର୍ତ୍ତମାନ କୃତିମ ବୁଦ୍ଧିମତାର ଯୁଗ(ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)। ଭାରତରେ ଏଆଇର ବ୍ୟବହାର ବଢ଼ିବାରେ ଲାଗିଛି। ବିଭିନ୍ନ କର୍ମକ୍ଷେତ୍ରରେ ଏଆଇର ବ୍ୟବହାର କରାଯାଉଛି। ବିଭିନ୍ନ ଗଣମାଧ୍ୟମଗୁଡ଼ିକ ଏଆଇ ନ୍ୟୁଜ୍ ଉପସ୍ଥାପକ ବ୍ୟବହାର କରୁଥିବା ବେଳେ ଏବେ ଏଆଇ ସ୍କୁଲ୍ ଶିକ୍ଷୟିତ୍ରୀ ଆସିଯାଇଛନ୍ତି। କେରଳର ଏକ ସ୍କୁଲ୍‌ରେ ଭାରତର ପ୍ରଥମ ଏଆଇ ଶିକ୍ଷୟିତ୍ରୀଙ୍କୁ ଲଞ୍ଚ କରାଯାଇଛି।

ଫାଷ୍ଟ ଜେନେରେସନ୍‌ ଏଆଇ ଶିକ୍ଷୟିତ୍ରୀକୁ ମାକେରଲ୍ୟାବ୍ସ ଏଡୁଟେକ ପ୍ରାଇଭେଟ୍ ଲିମିଟେଡ୍ ସହ ମିଶି ତିଆରି କରାଯାଇଛି। ଥିରୁଭବନ୍ତପୁରମର କେଟିସିଟି ଉଚ୍ଚମାଧ୍ୟମିକ ସ୍କୁଲ୍‌ରେ ଏହାକୁ ଲଞ୍ଚ କରାଯାଇଥିବା ବେଳେ ପିଲାମାନଙ୍କୁ ପାଠ ପଢ଼ାଇବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କୁହାଯାଉଛି।

ପଢ଼ନ୍ତୁ-ଜାଣନ୍ତୁ କେମିତି କାମ କରୁଛି ‘ଚକ୍ଷୁ’ ପୋର୍ଟାଲ, କୌଣସି କଲ, ମ୍ୟାସେଜ ଓ ଠକେଇର ଏମିତି କରନ୍ତୁ ଅଭିଯୋଗ

ମାର୍କଲ୍ୟାବ୍ସ ପକ୍ଷରୁ ଇନ୍‌ଷ୍ଟାଗ୍ରାମ୍‌ରେ ଆଇରିସ୍‌ ଭିଡିଓ ଶେୟାର କରାଯାଇଛି। “ଆଇଆର୍‌ଆଇଏସ୍‌ ସହ ବାସ୍ତବ ବ୍ୟକ୍ତିଗତ ଶିକ୍ଷଣ ଅନୁଭବ ଦେବା ପାଇଁ ଏଆଇର ପ୍ରୟୋଗ କରି ଶିକ୍ଷା କ୍ଷେତ୍ରରେ କ୍ରାନ୍ତି ଆଣିବାକୁ ଚେଷ୍ଟା କରିଛୁ।” ଭିଡିଓରେ ଆଇରିସ୍‌ ପିଲାମାନଙ୍କ ସହ କଥା ହେଉଛି ଓ ହ୍ୟାଣ୍ଡସେକ୍‌ ବି କରୁଛି। ଏହି ଉପାୟ ଶିକ୍ଷା କ୍ଷେତ୍ରରେ କେତେ ସଫଳ ହେବ ତାହା ଏହାର କାର୍ଯ୍ୟକ୍ଷମ ହେଲେ ଜଣାପଡ଼ିବ।