ଭାରତର ସମ୍ମାନ ରଖିଲା ଗୁରଜନ୍ତଙ୍କ ଗୋଲ

ଭୁବନେଶ୍ୱର, ୧୭।୨(ତପନ ସ୍ବାଇଁ): ଶେଷ କ୍ଷଣରେ ଗୁରଜନ୍ତ ସିଂଙ୍କ ଫିଲ୍ଡ ଗୋଲ ଭାରତର ସମ୍ମାନ ରଖିଛି। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ପୁରୁଷ ହକି ପ୍ରୋ ଲିଗ୍‌ ମ୍ୟାଚରେ ଭାରତ ୧-୦ ଗୋଲରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଫଳରେ ୪ ମ୍ୟାଚରୁ ଦ୍ୱିତୀୟ ବିଜୟ ସହ ୮ ପଏଣ୍ଟ ପାଇ ଘରୋଇ ଦଳ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ଏଥିସହିତ ପ୍ରୋ ଲିଗ୍‌ର ଭୁବନେଶ୍ୱର ପର୍ଯ୍ୟାୟ ଶେଷ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ […] The post ଭାରତର ସମ୍ମାନ ରଖିଲା ଗୁରଜନ୍ତଙ୍କ ଗୋଲ appeared first on Dharitri Odia News.

ଭାରତର ସମ୍ମାନ ରଖିଲା ଗୁରଜନ୍ତଙ୍କ ଗୋଲ

ଭୁବନେଶ୍ୱର, ୧୭।୨(ତପନ ସ୍ବାଇଁ): ଶେଷ କ୍ଷଣରେ ଗୁରଜନ୍ତ ସିଂଙ୍କ ଫିଲ୍ଡ ଗୋଲ ଭାରତର ସମ୍ମାନ ରଖିଛି। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ପୁରୁଷ ହକି ପ୍ରୋ ଲିଗ୍‌ ମ୍ୟାଚରେ ଭାରତ ୧-୦ ଗୋଲରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଫଳରେ ୪ ମ୍ୟାଚରୁ ଦ୍ୱିତୀୟ ବିଜୟ ସହ ୮ ପଏଣ୍ଟ ପାଇ ଘରୋଇ ଦଳ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ଏଥିସହିତ ପ୍ରୋ ଲିଗ୍‌ର ଭୁବନେଶ୍ୱର ପର୍ଯ୍ୟାୟ ଶେଷ ହୋଇଛି।

ପରବର୍ତ୍ତୀ ପର୍ଯ୍ୟାୟ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ୧୯ ତାରିଖରୁ ଆରମ୍ଭ ହେବ। ସେଠାରେ ପ୍ରଥମ ଦିନରେ ଆୟର୍ଲାଣ୍ଡ-ନେଦରଲାଣ୍ଡ୍ସ ଏବଂ ଭାରତ-ସ୍ପେନ୍‌ ମଧ୍ୟରେ ମୁକାବିଲା ହେବ।
ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୧୧ଶ ସ୍ଥାନରେ ଥିବା ଆୟର୍ଲାଣ୍ଡ ଅପେକ୍ଷାକୃତ ଦୁର୍ବଳ ଦଳ ହୋଇଥିଲେ ହେଁ ୪ର୍ଥ ର଼୍ୟାଙ୍କ୍‌ପ୍ରାପ୍ତ ଦଳ ଭାରତକୁ କଡ଼ା ଟକ୍କର ଦେଇଥିଲା। ଫଳରେ ଭାରତ ପ୍ରଥମ କ୍ୱାର୍ଟରରେ ଗୋଟିଏ ଓ ଦ୍ୱିତୀୟ କ୍ୱାର୍ଟରରେ ୨ଟି ପେନାଲ୍ଟି କର୍ନର ପାଇଥିଲେ ମଧ୍ୟ ଗୋଲ ଦେଇପାରି ନ ଥିଲା। ତୃତୀୟ କ୍ୱାର୍ଟରରେ ମଧ୍ୟ ଅନୁରୂପ ଫଳ ମିଳିଥିଲା। ୪୨ତମ ମିନିଟରେ ଭାରତ ପେନାଲ୍ଟି କର୍ନର ସୁଯୋଗର ସଦୁପଯୋଗ କରିପାରି ନ ଥିଲା। ଅନ୍ତିମ କ୍ୱାର୍ଟର ସ୍ବାଭାବିକଭାବେ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଭାରତର ୨ଟି ଏବଂ ଆୟର୍ଲାଣ୍ଡର ୩ଟି ପେନାଲ୍ଟି ସୁଯୋଗ ବ୍ୟର୍ଥ ହୋଇଥିଲା। ମ୍ୟାଚଟି ଗୋଲଶୂନ୍ୟ ରହିବା ସହ ଶୁଟ୍‌ଆଉଟକୁ ଯିବା ପରିସ୍ଥିତି ସୃଷ୍ଟି ହୋଇଥିଲା। ମାତ୍ର ଶେଷ ହ୍ବିସିଲ ବାଜିବାର ଅଳ୍ପକିଛି କ୍ଷଣ ପୂର୍ବରୁ ଭାରତର ଗୁରଜନ୍ତ ସିଂ ଏକ ଗୋଲ ଦେଇ ଭାରତୀୟ ଶିବିରରେ ଖୁସି ଖେଳାଇ ଦେଇଥିଲେ। ଆୟର୍ଲାଣ୍ଡ ପାଇଁ ଆଉ ପ୍ରତ୍ୟାବର୍ତ୍ତନ ପାଇଁ ଭାବିବାର ସୁଯୋଗ ନ ଥିଲା। ୫୧ତମ ମିନିଟରେ ଆୟର୍ଲାଣ୍ଡର ଜେରେମି ଡନ୍‌କାନ୍‌ ଏକମାତ୍ର ଗ୍ରୀନ୍‌ କାର୍ଡ ପାଇଥିଲେ। ଆୟର୍ଲାଣ୍ଡ ୪ ମ୍ୟାଚରୁ ୪ର୍ଥ ପରାଜୟ ବରଣ କରିଥିଲେ ହେଁ ଏଠାରେ ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେଇ ମନୋବଳ ବୃଦ୍ଧି କରିପାରିଛି।

The post ଭାରତର ସମ୍ମାନ ରଖିଲା ଗୁରଜନ୍ତଙ୍କ ଗୋଲ appeared first on Dharitri Odia News.