ଭାରତରେ ତୃତୀୟ ବିଶ୍ୱଯୁଦ୍ଧ! ମାଳିକାରେ ସାଂଘାତିକ ଭବିଷ୍ୟବାଣୀ
ଭୁବନେଶ୍ୱର/ନୂଆଦିଲ୍ଲୀ, ୪।୫: ଓଡ଼ିଶାର ମହାନ ସାଧୁ ତଥା ଦାର୍ଶନିକ ଅଚ୍ୟୁତାନନ୍ଦ ଦାସଙ୍କ ଦ୍ୱାରା ରଚିତ ‘ଭବିଷ୍ୟ ମାଳିକା’ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏହି ଗ୍ରନ୍ଥରେ କରାଯାଇଥିବା ତୃତୀୟ ବିଶ୍ୱଯୁଦ୍ଧ ସମ୍ବନ୍ଧୀୟ ଭବିଷ୍ୟବାଣୀ ଏବେ ସାରା ବିଶ୍ୱରେ ଚହଳ ପକାଇଛି। ଏହି ଭବିଷ୍ୟବାଣୀ ଅନୁସାରେ, ତୃତୀୟ ବିଶ୍ୱଯୁଦ୍ଧ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଆଉ ଏହା ଭାରତରେ ମଧ୍ୟ ହେବ। ଏଥିସହ ଅନ୍ୟାନ୍ୟ ଦେଶରେ ମଧ୍ୟ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହବାକୁ ଯାଉଛି। World War 3 […] The post ଭାରତରେ ତୃତୀୟ ବିଶ୍ୱଯୁଦ୍ଧ! ମାଳିକାରେ ସାଂଘାତିକ ଭବିଷ୍ୟବାଣୀ appeared first on Dharitri Odia News.
ଭୁବନେଶ୍ୱର/ନୂଆଦିଲ୍ଲୀ, ୪।୫: ଓଡ଼ିଶାର ମହାନ ସାଧୁ ତଥା ଦାର୍ଶନିକ ଅଚ୍ୟୁତାନନ୍ଦ ଦାସଙ୍କ ଦ୍ୱାରା ରଚିତ ‘ଭବିଷ୍ୟ ମାଳିକା’ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏହି ଗ୍ରନ୍ଥରେ କରାଯାଇଥିବା ତୃତୀୟ ବିଶ୍ୱଯୁଦ୍ଧ ସମ୍ବନ୍ଧୀୟ ଭବିଷ୍ୟବାଣୀ ଏବେ ସାରା ବିଶ୍ୱରେ ଚହଳ ପକାଇଛି। ଏହି ଭବିଷ୍ୟବାଣୀ ଅନୁସାରେ, ତୃତୀୟ ବିଶ୍ୱଯୁଦ୍ଧ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଆଉ ଏହା ଭାରତରେ ମଧ୍ୟ ହେବ। ଏଥିସହ ଅନ୍ୟାନ୍ୟ ଦେଶରେ ମଧ୍ୟ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହବାକୁ ଯାଉଛି।
World War 3 in India ଅଚ୍ୟୁତାନନ୍ଦ ଦାସଙ୍କ କଳିଯୁଗ ପୁରାଣ ଅନୁସାରେ, ତୃତୀୟ ବିଶ୍ୱଯୁଦ୍ଧ କଳିଯୁଗର ଅନ୍ତ ଏବଂ ସତ୍ୟଯୁଗର ଆରମ୍ଭର ସଙ୍କେତ ହେବ। ଏହି ଯୁଦ୍ଧରେ ପାକିସ୍ତାନ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ସଂଘର୍ଷ ଆରମ୍ଭ କରିବ, ଏବଂ ଚୀନ ସମେତ ୧୩ଟି ଇସଲାମିକ ଦେଶ ଏହାର ସହଯୋଗୀ ହେବେ। ତେବେ, ରୁଷିଆ ଭାରତର ପକ୍ଷରେ ଛିଡ଼ା ହୋଇ ଏହି ଯୁଦ୍ଧରେ ସମର୍ଥନ ଯୋଗାଇବ। ଏହା ସହିତ, ଭବିଷ୍ୟ ମାଳିକାରେ କୁହାଯାଇଛି ଯେ ଓଡ଼ିଶାରେ କଳକି ଅବତାରଙ୍କ ଆଗମନ ହେବ, ଯିଏ ଧର୍ମର ପୁନଃସ୍ଥାପନ କରି ବିଶ୍ୱକୁ ଏକ ନୂତନ ଦିଗ ଦେବେ। ଏହି ଭବିଷ୍ୟବାଣୀ ଅନୁସାରେ, ୨୦୩୨ ମସିହାରେ ସତ୍ୟଯୁଗର ଆରମ୍ଭ ହେବ।
World War 3 in India ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ଏହି ଭବିଷ୍ୟବାଣୀ ସମ୍ବନ୍ଧରେ ଅନେକ ପୋଷ୍ଟ ଭାଇରାଲ ହେଉଛି। କେତେକ ୟୁଜର୍ସ ଦାବି କରିଛନ୍ତି ଯେ ଅଚ୍ୟୁତାନନ୍ଦଙ୍କ ଭବିଷ୍ୟବାଣୀ ଅନୁସାରେ ଭାରତ ଏହି ଯୁଦ୍ଧରେ ଧର୍ମର ରକ୍ଷା କରିବ ଏବଂ ବିଶ୍ୱଶାନ୍ତି ପାଇଁ ଏକ ନୂତନ ପଥ ପ୍ରଶସ୍ତ କରିବ। ତେବେ, ଏହି ପୋଷ୍ଟଗୁଡ଼ିକ ଅନୁମାନଭିତ୍ତିକ ହୋଇଥିବାରୁ ଏହାକୁ ସମ୍ପୂର୍ଣ୍ଣ ତଥ୍ୟଭିତ୍ତିକ ବୋଲି ବିବେଚନା କରାଯାଇପାରିବ ନାହିଁ।
World War 3 in India ଅଚ୍ୟୁତାନନ୍ଦ ଦାସ, ଯିଏ ପଞ୍ଚସଖା ମଧ୍ୟରେ ଜଣେ ଥିଲେ, ତାଙ୍କ ଆଧ୍ୟାତ୍ମିକ ଜ୍ଞାନ ଏବଂ ଭବିଷ୍ୟବାଣୀ ପାଇଁ ଜଣାଶୁଣା। ତାଙ୍କ ରଚିତ ମାଳିକା ଓଡ଼ିଶାରେ ଏକ ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ଗ୍ରନ୍ଥ ଭାବେ ବିବେଚିତ ହୁଏ। ଏହି ଗ୍ରନ୍ଥରେ କେବଳ ଯୁଦ୍ଧ ନୁହେଁ, ବରଂ ସାମାଜିକ ଓ ଆଧ୍ୟାତ୍ମିକ ପରିବର୍ତ୍ତନ ସମ୍ବନ୍ଧୀୟ ଅନେକ ଭବିଷ୍ୟବାଣୀ ମଧ୍ୟ ରହିଛି।
The post ଭାରତରେ ତୃତୀୟ ବିଶ୍ୱଯୁଦ୍ଧ! ମାଳିକାରେ ସାଂଘାତିକ ଭବିଷ୍ୟବାଣୀ appeared first on Dharitri Odia News.