ଭାରତରେ ପହଞ୍ଚିଲେ ଆଇପିଏଲର ସବୁଠାରୁ ମହଙ୍ଗା ଖେଳାଳି

ନୂଆଦିଲ୍ଲୀ,୧୮।୩: ଆଇପିଏଲ ୨୦୨୪ ପୂର୍ବରୁ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଭାରତରେ ପହଞ୍ଚିଛନ୍ତି। ଷ୍ଟାର୍କଙ୍କୁ ନଲାମୀରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ୨୪.୭୫ ଟଙ୍କା ମୂଲ୍ୟରେ କ୍ରୟ କରାଯାଇଥିଲା। ଯାହା ସହିତ ସେ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହୋଇଥିଲେ। ଷ୍ଟାର୍କ ପୂର୍ବରୁ ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳିଛନ୍ତି, କିନ୍ତୁ ତା’ପରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଏକ ଅଂଶ ହୋଇଥିଲେ। ବର୍ତ୍ତମାନ ସେ ୯ ବର୍ଷ ପରେ ଟୁର୍ନାମେଣ୍ଟକୁ ଫେରୁଛନ୍ତି । […] The post ଭାରତରେ ପହଞ୍ଚିଲେ ଆଇପିଏଲର ସବୁଠାରୁ ମହଙ୍ଗା ଖେଳାଳି appeared first on Dharitri Odia News.

ଭାରତରେ ପହଞ୍ଚିଲେ ଆଇପିଏଲର ସବୁଠାରୁ ମହଙ୍ଗା ଖେଳାଳି

ନୂଆଦିଲ୍ଲୀ,୧୮।୩: ଆଇପିଏଲ ୨୦୨୪ ପୂର୍ବରୁ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଭାରତରେ ପହଞ୍ଚିଛନ୍ତି। ଷ୍ଟାର୍କଙ୍କୁ ନଲାମୀରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ୨୪.୭୫ ଟଙ୍କା ମୂଲ୍ୟରେ କ୍ରୟ କରାଯାଇଥିଲା। ଯାହା ସହିତ ସେ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହୋଇଥିଲେ। ଷ୍ଟାର୍କ ପୂର୍ବରୁ ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳିଛନ୍ତି, କିନ୍ତୁ ତା’ପରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଏକ ଅଂଶ ହୋଇଥିଲେ। ବର୍ତ୍ତମାନ ସେ ୯ ବର୍ଷ ପରେ ଟୁର୍ନାମେଣ୍ଟକୁ ଫେରୁଛନ୍ତି ।

ଷ୍ଟାର୍କ ଶେଷ ଥର ପାଇଁ ୨୦୧୫ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଆଇପିଏଲ ମ୍ୟାଚ ଖେଳିଥିଲେ। ସେହି ମ୍ୟାଚରେ ଷ୍ଟାର୍କ ୪ ଓଭରରେ ୨୭ ରନ ଖର୍ଚ୍ଚ କରିବା ପରେ ୧ ଉଇକେଟ୍‌ ନେଇଥିଲେ। ବର୍ତ୍ତମାନ ସମସ୍ତଙ୍କ ଆଖି ଏହି ସିଜିନ ଅଷ୍ଟ୍ରେଲୀୟ ପେସର୍‌ ଉପରେ ରହିବ, କାରଣ ସେ ଲିଗ ର ସବୁଠାରୁ ମହଙ୍ଗା ଖେଳାଳି ।ଆଇପିଏଲରେ କେକେଆର ପାଇଁ ଖେଳିବାବେଳେ ଷ୍ଟାର୍କ ତାଙ୍କ ମୂଲ୍ୟ ଟ୍ୟାଗ ଯଥାର୍ଥ କରିବାକୁ ସକ୍ଷମ କି ନୁହେଁ ତାହା ଦେଖିବା ମଜାଦାର ହେବ।

କେକେଆର ସୋସିଆଲ ମିଡିଆରେ ଷ୍ଟାର୍କଙ୍କ ଭାରତରେ ପହଞ୍ଚିବାର କିଛି ଚିତ୍ର ଶେୟାର କରିଛି। ଚିତ୍ରଗୁଡ଼ିକରେ ଷ୍ଟାର୍କଙ୍କ ମୁହଁରେ ଏକ ହସ ଦେଖିବାକୁ ମିଳିଥିଲା, ଯାହା ଦର୍ଶାଏ ଯେ ସେ ଟୁର୍ନାମେଣ୍ଟ ପାଇଁ କେତେ ଉତ୍ସାହିତ । ଏହି ସମୟରେ ଷ୍ଟାର୍କଙ୍କୁ ହାପ୍‌ କଳା ଟି-ସାର୍ଟରେ ଦେଖିବାକୁ ମିଳିଛି।

The post ଭାରତରେ ପହଞ୍ଚିଲେ ଆଇପିଏଲର ସବୁଠାରୁ ମହଙ୍ଗା ଖେଳାଳି appeared first on Dharitri Odia News.