ଭାରତରେ ପହଞ୍ଚିଲେ ଶେଖ୍ ହସିନା

ନନ୍ଦିଘୋଷ ବ୍ୟୁରୋ: ଭାରତରେ ପହଞ୍ଚିଲେ ବାଲାଂଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ହିଣ୍ଡନ ଏୟାରବେସରେ ପହଞ୍ଚିଥିବାବେଳେ ବାୟୂସେନା ଅଧିକାରୀ... The post ଭାରତରେ ପହଞ୍ଚିଲେ ଶେଖ୍ ହସିନା appeared first on .

ଭାରତରେ ପହଞ୍ଚିଲେ ଶେଖ୍ ହସିନା

ନନ୍ଦିଘୋଷ ବ୍ୟୁରୋ: ଭାରତରେ ପହଞ୍ଚିଲେ ବାଲାଂଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ହିଣ୍ଡନ ଏୟାରବେସରେ ପହଞ୍ଚିଥିବାବେଳେ ବାୟୂସେନା ଅଧିକାରୀ ତାଙ୍କୁ ସ୍ବାଗତ କରିଛନ୍ତି । ତେବେ ସେ ଭାରତରେ ପହଞ୍ଚିଥିବାବେଳେ ଏଠାରୁ ଲଣ୍ଡନ ଯାଇପାରନ୍ତି ବୋଲି କୁହାଯାଉଛି । ସୁରକ୍ଷା କାରଣରୁ ଶେଖ ହସିନା ଓ ତାଙ୍କ ଭଉଣୀ ବାଂଲାଦେଶ ଛାଡ଼ିଥିବା କୁହାଯାଉଛି। ତାଙ୍କ ବାସଭବନକୁ ହଜାର ହଜାର ଆନ୍ଦୋଳନକାରୀ ପ୍ରବେଶ କରି କବଜା କରିଛନ୍ତି। କିଛି ସମୟ ପରେ ବାଂଲାଦେଶର ଆର୍ମି ଚିଫ୍ ଦେଶବାସୀଙ୍କୁ ସମ୍ବୋଧନ କରି ପାରନ୍ତି। ଏହା ବି ଚର୍ଚ୍ଚା ହେଉଛି ବାଂଲାଦେଶରେ ସାମରିକ ବିଦ୍ରୋହ ହୋଇଛି। ସଂରକ୍ଷଣ ପ୍ରତିବାଦରେ ବେଶ କିଛି ଦିନ ହେଲାଣି ଜଳୁଛି ବାଂଲାଦେଶ।

୧୯୭୧ରେ ପାକିସ୍ତାନଠାରୁ ଅଲଗା ହୋଇ ବାଂଲାଦେଶ ଗଠନ ହୋଇଥିଲା, ସେତେବେଳେ ମୁକ୍ତି ବାହିନୀର ଯୋଗ ଦେଇ ପାକିସ୍ତାନ ବିରୋଧରେ ଯୁଦ୍ଧ କରିଥିବା ବ୍ଯକ୍ତିଙ୍କ ପରିବାରକୁ ସଂରକ୍ଷଣ ଦିଆଯାଇଥିଲା। ବାଂଲାଦେଶର ସବୁ ସରକାରୀ ଚାକିରିରେ ସେମାନଙ୍କୁ ୩୦ ପ୍ରତିଶତ ପର୍ଯ୍ଯନ୍ତ ସଂରକ୍ଷଣ ଦିଆଯାଇଥିଲା। ଏହାର ପ୍ରତିବାଦରେ ଆରମ୍ଭ ହୋଇଥିଲା ଆନ୍ଦୋଳନ। ପ୍ରଥମେ ଛାତ୍ରମାନେ କରିଥିଲେ ଆନ୍ଦୋଳନ। ଅଭିଯୋଗ ହୋଇଥିଲା, ଶେଖ ହସିନାଙ୍କ ଦଳ ଆୱାମି ଲିଗ୍ ର ସଦସ୍ଯଙ୍କୁ ଫାଇଦା ଦେବାକୁ ଏହି ସଂରକ୍ଷଣ ବ୍ଯବସ୍ଥା କରାଯାଇଛି। ତେଣୁ ସଂରକ୍ଷଣ ପ୍ରତିବାଦରେ ହୋଇଥିଲା ଆନ୍ଦୋଳନ। ପରେ ପରେ ଏହା ହିଂସାର ରୂପ ନେଇଛି। କିଛି ଦିନ ହେଲା ଏହି ନିଆଁରେ ଜଳୁଛି ବାଂଲାଦେଶ। ଶେଷରେ ପରିସ୍ଥିତି ଏପରି ହୋଇଛି ଯେ, ସେଠାରେ ଗୃହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଦେଶ ଛାଡ଼ି ପଳାଇଛନ୍ତି ପ୍ରଧାନମନ୍ତ୍ରୀ। ସେ ଇସ୍ତଫା ଦେଇ ଦେଶ ଛାଡ଼ି ଥିବା ଚର୍ଚ୍ଚା ହୋଇଛି।

The post ଭାରତରେ ପହଞ୍ଚିଲେ ଶେଖ୍ ହସିନା appeared first on .