ଭାରତରେ ମହଙ୍ଗା ହେବ ନେସ୍‌ଲେ ଉତ୍ପାଦ : ଜାନୁଆରୀରୁ ବଢ଼ିବ ମ୍ୟାଗି ମୂଲ୍ୟ

ନୂଆଦିଲ୍ଲୀ : ଭାରତକୁ ଦେଇଥିବା ଏମ୍‌ଏଫ୍‌ଏନ୍‌ (ମୋଷ୍ଟ ଫେଭର୍ଡ ନେସନ) ମାନ୍ୟତାକୁ ସ୍ୱିଜରଲ୍ୟାଣ୍ଡ ହଟାଇଦେଇଛି। ନେସ୍‌ଲେ ବିରୋଧରେ ଭାରତୀୟ କୋର୍ଟଙ୍କ ରାୟ ପରେ ସ୍ୱିଜରଲ୍ୟାଣ୍ଡ ପ୍ରତିକ୍ରିୟାଶୀଳ ହୋଇଉଠିଛି। ଏହାର ଜବାବ୍‌ ଦେବାକୁ ଯାଇ ଭାରତକୁ ଦିଆଯାଇଥିବା ଏମ୍‌ଏଫ୍‌ଏନ୍‌ (ମୋଷ୍ଟ ଫେଭର୍ଡ ନେସନ) ମାନ୍ୟତା ପ୍ରତ୍ୟାହାର କରିନେଇଛି ସ୍ୱିଜରଲ୍ୟାଣ୍ଡ। ଏହି ପଦକ୍ଷେପ ୟୁରୋପୀୟ ରାଷ୍ଟ୍ରଗୁଡିକରେ କାର୍ଯ୍ୟ କରୁଥିବା ଭାରତୀୟ କମ୍ପାନୀଙ୍କ ଉପରେ ପ୍ରତିକୂଳ ଟିକସ ପ୍ରଭାବ ପକାଇବା ପୂର୍ବରୁ ଏବେ ଭାରତୀୟ ଗ୍ରାହକ ଏହାର ପ୍ରଥମ ଶିକାର ହେବାକୁ ଯାଉଛନ୍ତି। […]

ଭାରତରେ ମହଙ୍ଗା ହେବ ନେସ୍‌ଲେ ଉତ୍ପାଦ : ଜାନୁଆରୀରୁ ବଢ଼ିବ ମ୍ୟାଗି ମୂଲ୍ୟ
Nestle products to become more expensive in India

ନୂଆଦିଲ୍ଲୀ : ଭାରତକୁ ଦେଇଥିବା ଏମ୍‌ଏଫ୍‌ଏନ୍‌ (ମୋଷ୍ଟ ଫେଭର୍ଡ ନେସନ) ମାନ୍ୟତାକୁ ସ୍ୱିଜରଲ୍ୟାଣ୍ଡ ହଟାଇଦେଇଛି। ନେସ୍‌ଲେ ବିରୋଧରେ ଭାରତୀୟ କୋର୍ଟଙ୍କ ରାୟ ପରେ ସ୍ୱିଜରଲ୍ୟାଣ୍ଡ ପ୍ରତିକ୍ରିୟାଶୀଳ ହୋଇଉଠିଛି। ଏହାର ଜବାବ୍‌ ଦେବାକୁ ଯାଇ ଭାରତକୁ ଦିଆଯାଇଥିବା ଏମ୍‌ଏଫ୍‌ଏନ୍‌ (ମୋଷ୍ଟ ଫେଭର୍ଡ ନେସନ) ମାନ୍ୟତା ପ୍ରତ୍ୟାହାର କରିନେଇଛି ସ୍ୱିଜରଲ୍ୟାଣ୍ଡ। ଏହି ପଦକ୍ଷେପ ୟୁରୋପୀୟ ରାଷ୍ଟ୍ରଗୁଡିକରେ କାର୍ଯ୍ୟ କରୁଥିବା ଭାରତୀୟ କମ୍ପାନୀଙ୍କ ଉପରେ ପ୍ରତିକୂଳ ଟିକସ ପ୍ରଭାବ ପକାଇବା ପୂର୍ବରୁ ଏବେ ଭାରତୀୟ ଗ୍ରାହକ ଏହାର ପ୍ରଥମ ଶିକାର ହେବାକୁ ଯାଉଛନ୍ତି। ଆଗକୁ ଭାରତରେ ସ୍ବିସ୍‌୍‌ କମ୍ପାନୀ ନେସ୍‌ଲେର ଉତ୍ପାଦ ମହଙ୍ଗା ହେବ। ଏମିତିକି ଭାରତୀ ଘରେ ଘଣେ ପରିଚିତ ମ୍ୟାଗି ଜାନୁଆରୀରୁ ମହଙ୍ଗା ହେବ।

ଆମ ଦେଶରେ ମ୍ୟାଗି ମହଙ୍ଗା ହେବା ପଛରେ ଭାରତ ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ୧୯୯୪ ମସିହାରେ ହୋଇଥିବା ଏକ ରାଜିନାମା ଦାୟୀ। ଏହି ରାଜିନାମାରେ ଡବଲ ଟ୍ୟାକ୍ସେସନ ଆଭଏଡାନ୍ସ ଏଗ୍ରିମେଣ୍ଟ (ଡିଟିଏଏ) ହୋଇଥିଲା। ଏଥିରେ ମୋଷ୍ଟ ଫେଭର୍ଡ ନେସନ (ଏମଏଫଏନ) ସସ୍ପେନସନ ରହିଛି। ତେବେ ସ୍ୱିଜରଲ୍ୟାଣ୍ଡ ୨୦୨୫ ଜାନୁୟାରୀ ୨ପହିଲାରୁ ଏହି କ୍ଲଜକୁ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛି। ୨୦୨୩ରେ ଭାରତର ସୁପ୍ରିମକୋର୍ଟଙ୍କ ଏକ ରାୟ ପରେ ସ୍ୱିଜରଲ୍ୟାଣ୍ଡ ଏପରି ପଦକ୍ଷେପ ନେବାକୁ ଯାଉଛି।  ଏମଏଫଏନ କ୍ଲଜର ଉଦ୍ଦେଶ୍ୟ କୌଣସି ଦ୍ୱିପକ୍ଷୀୟ କର ବୁଝାମଣାରେ ସାମିଲ ଦେଶ ଜଣେ ଜଣକୁ ସମାନ ଲାଭ ପ୍ରଦାନ କରିବା ନିଶ୍ଚିତ କରିଥାଏ।

ତେବେ ସ୍ୱିଜରଲ୍ୟାଣ୍ଡ ଅଭିଯୋଗ କରିଛି ଯେ ଭାରତ ଅନ୍ୟ ଦେଶ ଯେପରିକି ସ୍ଲୋଭେନିୟା, ଲିଥୁଆନିୟା ଓ କୋଲମ୍ବିୟା ସହିତ ଡିଟିଏଏରେ ଅଧିକ ଅନୁକୂଳ ଟ୍ୟାକ୍ସ ଲାଭ ପ୍ରଦାନ କରୁଛି ହେଲେ ସ୍ୱିସ୍ କମ୍ପାନୀଙ୍କୁ ଏହି ଲାଭ ମିଳୁ ନାହିଁ। ଭାରତ ସରକାରଙ୍କ ଏପରି ପକ୍ଷପାତକୁ ନଜରରେ ରଖି ସ୍ୱିଜରଲ୍ୟାଣ୍ଡ ୨୦୨୫ରେ ଏହି କ୍ଲଜ୍ କୁ ସସ୍ପେଣ୍ଡ କରିବାକୁ ନିଷ୍ପତ୍ତି ନେଇଛି। ଯଦି ସ୍ୱିସ୍ ସରକାର ଏପରି କୌଣସି ନିଷ୍ପତ୍ତି ନିଅନ୍ତି ତେବେ ଏହାର ସବୁଠୁ ଅଧିକ ପ୍ରଭାବ ନେସ୍‌ଲେ ଭଳି ବଡ଼ କମ୍ପାନୀଙ୍କ ଉପରେ ପଡିବ,ଯାହାର ଭାରତୀୟ ବଜାରରେ ଏକ ବଡ଼ ଭାଗ ରହିଛି। ନିୟମ ଅନୁସାରେ ସ୍ୱିସ୍ କମ୍ପାନୀମାନଙ୍କୁ ଭାରତୀୟ ଆୟ ସ୍ରୋତରୁ ପ୍ରାପ୍ତ ଡିଭିଡେଣ୍ଟର ୧୦ ପ୍ରତିଶତ ଶୁଳ୍କ ଆକାରରେ ପୈଠ କରିବାକୁ ପଡିବ। ବର୍ତ୍ତମାନ ସେମାନେ ଏ ବାବଦକୁ ମାତ୍ର ୫ ପ୍ରତିଶତ ଦେଉଛନ୍ତି।  ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ଏହି ନିଷ୍ପତ୍ତି ପରେ ଭାରତୀୟ ବଜାରରେ ନେସ୍‌ଲେ ଉତ୍ପାଦ ମ୍ୟାଗି, ଅନ୍ୟ ମିଲ୍କ ପ୍ରଡକ୍ଟ ଓ ଫୁଡ ଆଇଟମ୍‌ର ଦର ବୃଦ୍ଧି ଆଶଙ୍କା କରାଯାଉଛି। ବର୍ଦ୍ଧିତ ଶୁଳ୍କ ଏହାର କାରଣ, ଯାହାର ସିଧା ପ୍ରଭାବ ବଜାରରେ ବିକ୍ରି ହେଉଥିବା ସାମାନ ଉପରେ ପଡିବ। ଏଥିରେ ଗ୍ରାହକମାନେ ସିଧାସଳଖ ପ୍ରଭାବିତ ହେବେ। ସେମାନଙ୍କୁ ଉତ୍ପାଦ ନିମନ୍ତେ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡିବ।