ଭାରତୀ ଆକ୍ସାର ନୂତନ ଉତ୍ପାଦ
ଭୁବନେଶ୍ୱର,୨୬।୫: ପ୍ଲସ୍’ସ୍କିମ (ଯୋଜନା)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଏହା ହେଉଛି, ଏକ ୟୁନିଟ୍ ଲିଙ୍କଡ୍ ବୀମା ଯୋଜନା। ଯାହାକୁ ବଜାର ଲିଙ୍କ୍ ସହିତ ବାର୍ଷିକ ପ୍ରିମିୟମ୍ର ୧୦୦ଗୁଣା ପର୍ଯ୍ୟନ୍ତ ବୀମା ପ୍ରଦାନ କରିବା ଲାଗି ପ୍ରସ୍ତୁତ କରାଯାଇଛି। ଏହା ଗ୍ରାହକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସହିତ ନିବେଶ ଲକ୍ଷ୍ୟ ଏବଂ ବଜାର ବିପଦ ଗ୍ରହଣ କରିବାର ଶକ୍ତି ଅନୁସାରେ ବିବିଧ ବିକଳ୍ପ ମଧ୍ୟରୁ ନିବେଶ ରଣନୀତି ଚୟନ କରିବାର ନମନୀୟତା ପ୍ରଦାନ କରୁଛି। […] The post ଭାରତୀ ଆକ୍ସାର ନୂତନ ଉତ୍ପାଦ appeared first on Dharitri Odia News.
ଭୁବନେଶ୍ୱର,୨୬।୫: ପ୍ଲସ୍’ସ୍କିମ (ଯୋଜନା)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଏହା ହେଉଛି, ଏକ ୟୁନିଟ୍ ଲିଙ୍କଡ୍ ବୀମା ଯୋଜନା। ଯାହାକୁ ବଜାର ଲିଙ୍କ୍ ସହିତ ବାର୍ଷିକ ପ୍ରିମିୟମ୍ର ୧୦୦ଗୁଣା ପର୍ଯ୍ୟନ୍ତ ବୀମା ପ୍ରଦାନ କରିବା ଲାଗି ପ୍ରସ୍ତୁତ କରାଯାଇଛି। ଏହା ଗ୍ରାହକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସହିତ ନିବେଶ ଲକ୍ଷ୍ୟ ଏବଂ ବଜାର ବିପଦ ଗ୍ରହଣ କରିବାର ଶକ୍ତି ଅନୁସାରେ ବିବିଧ ବିକଳ୍ପ ମଧ୍ୟରୁ ନିବେଶ ରଣନୀତି ଚୟନ କରିବାର ନମନୀୟତା ପ୍ରଦାନ କରୁଛି।
ଏପରିକି ବଢୁଥିବା ଅଭିଳାଷ ଏବଂ ବ୍ୟକ୍ତିଗତ ଓ ବୃତ୍ତିଗତ ଲକ୍ଷ୍ୟ ହାସଲ ପାଇଁ ଏହି ଯୋଜନା ଗୁରୁତ୍ୱପୂର୍ଣ୍ଣ ନିବେଶ ମାଧ୍ୟମରେ ଲୋକମାନଙ୍କୁ ସମ୍ପତ୍ତି ହାସଲ କରିବାରେ ସହାୟକ ହେବ। ଭାରତୀ ଆକ୍ସା ଲାଇଫ୍ ଗ୍ରୋଥ୍ ସିଲ୍ଡ ପ୍ଲସ୍ ମଧ୍ୟ ଅନ୍ୟାନ୍ୟ ସୁବିଧା ପ୍ରଦାନ କରୁଛି, ଯେପରିକି ଚାର୍ଜ ଫେରସ୍ତ ଏବଂ ପାଣ୍ଠି ମୂଲ୍ୟ ଉପରେ ୩୦% ପର୍ଯ୍ୟନ୍ତ ଲୟାଲ୍ଟି ଲାଭ ଇତ୍ୟାଦି ସାମିଲ ରହିଛି। ଏହି ପ୍ଲାନ ଚୟନ କରିଥିବା ବ୍ୟକ୍ତିଙ୍କୁ ପ୍ରିମିୟମ ଆବଣ୍ଟନ ଚାର୍ଜର ଦୁଇ ଗୁଣ ଏବଂ ମୋର୍ଟାଲିଟି ଚାର୍ଜର ତିନି ଗୁଣ ପର୍ଯ୍ୟନ୍ତ ରିଟର୍ନ ମିଳିବ।
ଏହାବ୍ୟତୀତ ଗ୍ରାହକମାନେ ଆୟକର ଆଇନ ୧୯୬୧ ଅଧୀନରେ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ପ୍ରଦାନ କରାଯାଇଥିବା ପ୍ରିମିୟମ ଉପରେ ଟିକସ ସୁବିଧା ମଧ୍ୟ ପାଇପାରିବେ। ଭାରତୀ ଆକ୍ସା ଲାଇଫ୍ ଇନସ୍ୟୁରାନ୍ସର ମୁଖ୍ୟ ବିତରଣ ଅଧିକାରୀ ମୁରଲୀ ଜାଲାନ କହିଛନ୍ତ, ଭାରତୀ ଆକ୍ସା ଲାଇଫ୍ ଗ୍ରୋଥ୍ ସିଲ୍ଡ ପ୍ଲସ୍ ସ୍କିମର ଶୁଭାରମ୍ଭ କରି ଆମେ ବେଶ ଉତ୍ସାହିତ ଅଛୁ। ଏହି ନୂତନ ପ୍ଲାନ୍ ହେଉଛି, ଆମର ଏକ ଅନନ୍ୟ ପ୍ରସ୍ତାବ, ଯାହା ଗ୍ରାହକମାନଙ୍କୁ ଟର୍ମ ପ୍ଲାନ୍ ଏବଂ ୟୁଲିପିର ମିଳିତ ଲାଭ ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଏହି ନୂତନ ଉତ୍ପାଦ ଆରମ୍ଭ କରିବା ପଛରେ ଆମର ଉଦ୍ଦେଶ୍ୟ ହେଉଛି,ଲୋକମାନଙ୍କୁ ସେମାନଙ୍କ ପରିବାର ପାଇଁ ଆର୍ଥତ୍କ ନିରାପତ୍ତା ସୃଷ୍ଟି କରିବାରେ ସକ୍ଷମ କରିବା ଏବଂ ସେମାନଙ୍କୁ ଦୀର୍ଘକାଳୀନ ଭାବେ ସମ୍ପତ୍ତି ବୃଦ୍ଧି କରିବାକୁ ସଶକ୍ତ କରିବା।
The post ଭାରତୀ ଆକ୍ସାର ନୂତନ ଉତ୍ପାଦ appeared first on Dharitri Odia News.