ଭାରତୀୟ OTT କଣ୍ଟେଣ୍ଟ୍ରେ ରହିଛି ଅସୀମ ପରିସର, ପ୍ରତ୍ୟେକ କୋଣରେ ଅଛନ୍ତି ପ୍ରତିଭାଧାରୀ: ପିଏମ୍ ମୋଦୀ
ନୂଆଦିଲ୍ଲୀ: WAVES କେବଳ ଏକ ଶବ୍ଦ ନୁହେଁ, ଏହା ତରଙ୍ଗ। ସଂସ୍କୃତି, ସୃଜନଶୀଳତା ଏବଂ ସାର୍ବଜନୀନ ସଂଯୋଗର ଏକ ଲହଡ଼ି। ଏହି ଢ଼େଉ ଉପରେ ସିନେମା, ସଙ୍ଗୀତ, ନବସୃଜନ ଏବଂ କାହାଣୀ ରଚନା ହେଉଛି। ଭାରତୀୟ ସିନେମା ସାରା ବିଶ୍ୱରେ ପ୍ରତିଧ୍ୱନିତ ହେଉଛି। ଆମକୁ ସମସ୍ତଙ୍କ ହୃଦୟ ଜିତିବାକୁ ପଡିବ। ବିକଶିତ ଭାରତ ଆଡକୁ ଆମର ଯାତ୍ରା ଏବେ ଆରମ୍ଭ। ସଙ୍ଗୀତ ଆମ ପାଇଁ ଏକ ସାଧନା। ଭାରତର ପ୍ରତ୍ୟେକ କୋଣରେ ପ୍ରତିଭା ଅଛନ୍ତି। WAVES ସମ୍ମିଳନୀରେ ଯୋଗଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ଯେ ଆଜି ୧୦୦ରୁ ଅଧିକ ଦେଶର କଳାକାର, ନିବେଶକ ଏବଂ ନୀତି ନିର୍ଦ୍ଧାରକମାନେ ଗୋଟିଏ ଛାତ ତଳେ ଏକାଠି ହୋଇଛନ୍ତି। ଆମେ ପ୍ରତିଭା ଏବଂ ସୃଜନଶୀଳତାର ଏକ ବିଶ୍ୱସ୍ତରୀୟ ଇକୋସିଷ୍ଟମ ପାଇଁ ମୂଳଦୁଆ ସ୍ଥାପନ କରୁଛୁ। WAVES ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଯାହା ପ୍ରତ୍ୟେକ କଳାକାର ଏବଂ ସ୍ରଷ୍ଟାଙ୍କର। ଗତ କିଛି ବର୍ଷ ଧରି ମୁଁ ସଙ୍ଗୀତ ଶିଳ୍ପ, ଚଳଚ୍ଚିତ୍ର ନିର୍ମାତା ଏବଂ ପରଦାରେ ଚମକଦାର ପ୍ରତିଭାଙ୍କୁ ଭେଟୁଛି।ମୋଦୀ କହିଥିଲେ- 'ବୈଷ୍ଣବ ଜନ ତୋ ତେନେ କହିୟେ', ଏହି ଗୀତଟି ୫୦୦ ଦେଶର ଲୋକ ଗାଇଥିଲେ। ଆମେ ଭାରତ ଏବଂ ବିଶ୍ୱର ସୃଜନଶୀଳ ଜଗତର ଶକ୍ତି ଦେଖିଛୁ। ଆମକୁ ବିଶ୍ୱର ହୃଦୟ ଜିତିବାକୁ ପଡିବ। ଆଜି ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବା ଆଡ଼କୁ ଆଗକୁ ବଢ଼ୁଛି। କଳା ବିଶ୍ୱକୁ ଭାବନା ଦିଏ। ଯେତେବେଳେ କାଳି
ନୂଆଦିଲ୍ଲୀ: WAVES କେବଳ ଏକ ଶବ୍ଦ ନୁହେଁ, ଏହା ତରଙ୍ଗ। ସଂସ୍କୃତି, ସୃଜନଶୀଳତା ଏବଂ ସାର୍ବଜନୀନ ସଂଯୋଗର ଏକ ଲହଡ଼ି। ଏହି ଢ଼େଉ ଉପରେ ସିନେମା, ସଙ୍ଗୀତ, ନବସୃଜନ ଏବଂ କାହାଣୀ ରଚନା ହେଉଛି। ଭାରତୀୟ ସିନେମା ସାରା ବିଶ୍ୱରେ ପ୍ରତିଧ୍ୱନିତ ହେଉଛି। ଆମକୁ ସମସ୍ତଙ୍କ ହୃଦୟ ଜିତିବାକୁ ପଡିବ। ବିକଶିତ ଭାରତ ଆଡକୁ ଆମର ଯାତ୍ରା ଏବେ ଆରମ୍ଭ। ସଙ୍ଗୀତ ଆମ ପାଇଁ ଏକ ସାଧନା। ଭାରତର ପ୍ରତ୍ୟେକ କୋଣରେ ପ୍ରତିଭା ଅଛନ୍ତି। WAVES ସମ୍ମିଳନୀରେ ଯୋଗଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ସେ କହିଛନ୍ତି ଯେ ଆଜି ୧୦୦ରୁ ଅଧିକ ଦେଶର କଳାକାର, ନିବେଶକ ଏବଂ ନୀତି ନିର୍ଦ୍ଧାରକମାନେ ଗୋଟିଏ ଛାତ ତଳେ ଏକାଠି ହୋଇଛନ୍ତି। ଆମେ ପ୍ରତିଭା ଏବଂ ସୃଜନଶୀଳତାର ଏକ ବିଶ୍ୱସ୍ତରୀୟ ଇକୋସିଷ୍ଟମ ପାଇଁ ମୂଳଦୁଆ ସ୍ଥାପନ କରୁଛୁ। WAVES ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଯାହା ପ୍ରତ୍ୟେକ କଳାକାର ଏବଂ ସ୍ରଷ୍ଟାଙ୍କର। ଗତ କିଛି ବର୍ଷ ଧରି ମୁଁ ସଙ୍ଗୀତ ଶିଳ୍ପ, ଚଳଚ୍ଚିତ୍ର ନିର୍ମାତା ଏବଂ ପରଦାରେ ଚମକଦାର ପ୍ରତିଭାଙ୍କୁ ଭେଟୁଛି।
ମୋଦୀ କହିଥିଲେ- 'ବୈଷ୍ଣବ ଜନ ତୋ ତେନେ କହିୟେ', ଏହି ଗୀତଟି ୫୦୦ ଦେଶର ଲୋକ ଗାଇଥିଲେ। ଆମେ ଭାରତ ଏବଂ ବିଶ୍ୱର ସୃଜନଶୀଳ ଜଗତର ଶକ୍ତି ଦେଖିଛୁ। ଆମକୁ ବିଶ୍ୱର ହୃଦୟ ଜିତିବାକୁ ପଡିବ। ଆଜି ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବା ଆଡ଼କୁ ଆଗକୁ ବଢ଼ୁଛି। କଳା ବିଶ୍ୱକୁ ଭାବନା ଦିଏ। ଯେତେବେଳେ କାଳିଦାସ ଅଭିଜ୍ଞାନଶକୁନ୍ତଳମ୍ ଲେଖିଲେ, ଶାସ୍ତ୍ରୀୟ ଲେଖା ଏକ ନୂତନ ପରିଚୟ ପାଇଲା।
ସେ ଆହୁରି କହିଛନ୍ତି ଯେ ଆଜିର ଦିନରେ, ୧୧୨ ବର୍ଷ ପୂର୍ବେ ଅର୍ଥାତ ୧୯୧୩ ମେ ୩ରେ, ଭାରତରେ ପ୍ରଥମ ଫିଚର ଫିଲ୍ମ ରାଜା ହରିଶ୍ଚନ୍ଦ୍ର ମୁକ୍ତିଲାଭ କରିଥିଲା, ଏହାର ପ୍ରଯୋଜକ ଥିଲେ ଦାଦା ସାହେବ ଫାଲକେ। ଏହା ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ଛୁଇଁଛି। ଡାକଟିକଟ ମାଧ୍ୟମରେ ଭାରତୀୟ ସିନେମାର ଅନେକ କିମ୍ବଦନ୍ତୀଙ୍କୁ ମନେ ରଖାଯାଇଛି। ୱେଭ୍ସ ସମିଟରେ ବଲିଉଡ ସେଲିବ୍ରିଟିଙ୍କ ଭିଡ଼ ଦେଖିବାକୁ ମିଳିଛି। ସମଗ୍ର ବଲିଉଡ୍ ୱେଭ୍ସ ସମିଟ୍ 2025ରେ ଅଂଶଗ୍ରହଣ କରିଛି।