ଭାରତୀୟ ଆଥଲେଟ୍ଙ୍କ ପାଇଁ ବଡ଼ ଘୋଷଣା କଲେ ଜୟ ଶାହା
ନୂଆଦିଲ୍ଲୀ,୨୧ା୭: ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତୀୟ ଆଥଲେଟ୍ଙ୍କ ଉଦ୍ଦେଶ୍ୟରେ ରବିବାର ୮.୫ କୋଟି ଟଙ୍କାର ଆର୍ଥିକ ସହୟତା ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ପ୍ୟାରିସ ଗେମ୍ସ ଜୁଲାଇ ୨୬ରୁ ଆରମ୍ଭ ହେବ। ବିସିସିଆଇ ସମ୍ପାଦକ ଜୟ ଶାହା ତାଙ୍କ ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ କହିଛନ୍ତି, ଆମ ଆଥଲେଟମାନେ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରି ଦେଶକୁ ଗୌରବାନ୍ବିତ କରି ଫେରିବେ ବୋଲି ଆଶା ପ୍ରକାଶ କରି ସେମାନଙ୍କର ଶୁଭକାମନା କରିଛନ୍ତି। […] The post ଭାରତୀୟ ଆଥଲେଟ୍ଙ୍କ ପାଇଁ ବଡ଼ ଘୋଷଣା କଲେ ଜୟ ଶାହା appeared first on Dharitri Odia News.
ନୂଆଦିଲ୍ଲୀ,୨୧ା୭: ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତୀୟ ଆଥଲେଟ୍ଙ୍କ ଉଦ୍ଦେଶ୍ୟରେ ରବିବାର ୮.୫ କୋଟି ଟଙ୍କାର ଆର୍ଥିକ ସହୟତା ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)।
ପ୍ୟାରିସ ଗେମ୍ସ ଜୁଲାଇ ୨୬ରୁ ଆରମ୍ଭ ହେବ। ବିସିସିଆଇ ସମ୍ପାଦକ ଜୟ ଶାହା ତାଙ୍କ ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ କହିଛନ୍ତି, ଆମ ଆଥଲେଟମାନେ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରି ଦେଶକୁ ଗୌରବାନ୍ବିତ କରି ଫେରିବେ ବୋଲି ଆଶା ପ୍ରକାଶ କରି ସେମାନଙ୍କର ଶୁଭକାମନା କରିଛନ୍ତି। ପ୍ୟାରିସ ଗେମ୍ସରେ ଭାରତରୁ ୧୧୭ ଆଥଲେଟି ପ୍ରତିନିଧିତ୍ୱ କରିବେ। ସେମାନଙ୍କ ସହିତ ୧୪୦ ସପୋର୍ଟ ଷ୍ଟାଫ୍ ରହିଛନ୍ତି। ଫଳରେ ଭାରତୀୟ ଦଳ ସଂଖ୍ୟା ୨୫୭ରେ ପହଞ୍ଚିଛି।
The post ଭାରତୀୟ ଆଥଲେଟ୍ଙ୍କ ପାଇଁ ବଡ଼ ଘୋଷଣା କଲେ ଜୟ ଶାହା appeared first on Dharitri Odia News.