ଭାରତୀୟ କାର୍‌ ବଜାରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ଓସାମୁ ସୁଜୁକିଙ୍କ ପରଲୋକ

ନୂଆଦିଲ୍ଲୀ,୨୮ା୧୨:ମାରୁତି ୮୦୦ କାର୍‌ ଆଣି ଭାରତୀୟ କାର୍‌ ବଜାରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ସୁଜୁକି ମୋଟର କର୍ପୋରେଶନର ପୂର୍ବତନ ଅଧ୍ୟକ୍ଷ ତଥା ସିଇଓ ଓସାମୁ ସୁଜୁକିଙ୍କର ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୯୪ ବର୍ଷ ହୋଇଥିତ୍ଲା। ସେ ରକ୍ତ କର୍କଟରେ ପୀଡ଼ିତ ଥିଲେ ବୋଲି ଶୁକ୍ରବାର କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ସୁଜୁକିଙ୍କ ୪ ଦଶନ୍ଧିର ନେତୃତ୍ୱ କାଳରେ ଏହି ଜାପାନୀ ଗାଡ଼ି ନିର୍ମାତା କମ୍ପାନୀ ବୈଶ୍ୱିକ ପାଓ୍ବାରହାଉସ୍‌ରେ ପରିଣତ ହେବା ସହ ଭାରତୀୟ କାର୍‌ ବଜାରରେ […] The post ଭାରତୀୟ କାର୍‌ ବଜାରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ଓସାମୁ ସୁଜୁକିଙ୍କ ପରଲୋକ appeared first on Dharitri Odia News.

ଭାରତୀୟ କାର୍‌ ବଜାରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ଓସାମୁ ସୁଜୁକିଙ୍କ ପରଲୋକ

ନୂଆଦିଲ୍ଲୀ,୨୮ା୧୨:ମାରୁତି ୮୦୦ କାର୍‌ ଆଣି ଭାରତୀୟ କାର୍‌ ବଜାରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ସୁଜୁକି ମୋଟର କର୍ପୋରେଶନର ପୂର୍ବତନ ଅଧ୍ୟକ୍ଷ ତଥା ସିଇଓ ଓସାମୁ ସୁଜୁକିଙ୍କର ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୯୪ ବର୍ଷ ହୋଇଥିତ୍ଲା। ସେ ରକ୍ତ କର୍କଟରେ ପୀଡ଼ିତ ଥିଲେ ବୋଲି ଶୁକ୍ରବାର କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ସୁଜୁକିଙ୍କ ୪ ଦଶନ୍ଧିର ନେତୃତ୍ୱ କାଳରେ ଏହି ଜାପାନୀ ଗାଡ଼ି ନିର୍ମାତା କମ୍ପାନୀ ବୈଶ୍ୱିକ ପାଓ୍ବାରହାଉସ୍‌ରେ ପରିଣତ ହେବା ସହ ଭାରତୀୟ କାର୍‌ ବଜାରରେ ଆଧିପତ୍ୟ ବିସ୍ତାର କରିଥିଲା। ସେ ୧୯୭୮ରୁ କମ୍ପାନୀର ଅଧ୍ୟକ୍ଷ, ଚେୟାରପର୍ସନ ଏବଂ ସିଇଓ ରହି ୯୧ ବର୍ଷ ବୟସରେ ୨୦୨୧ରେ ଇସ୍ତଫା ଦେଇଥିଲେ। ୧୯୭୮ରେ ସୁଜୁକି ମୋଟର କର୍ପୋରେଶନର ଗାଡ଼ି ବିକ୍ରି ୩୦୦ ବିଲିୟନ ୟେନ୍‌ (୧.୯ ବିଲିୟନ ଡଲାର) ଥିବା ବେଳେ ୨୦୦୬ରେ ୩ ଟ୍ରିଲିୟନ ୟେନ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚତ୍ଥିଲା, ଯାହା ସୁଜୁକିଙ୍କ ଦୂରଦୃଷ୍ଟି ଓ ଦୃଢ଼ ନେତୃତ୍ୱର ପରିଚୟ ଦିଏ। ଭାରତ ଭଳି ବିକାଶୋନ୍ମୁଖୀ ବଜାରଗୁଡ଼କ ପାଇଁ କମ୍ପାକ୍ଟ ଏବଂ କମ୍‌ ଦାମ୍‌ର କାର୍‌ ନିର୍ମାଣ ଉପରେ ତାଙ୍କର ଫୋକସ୍‌ କମ୍ପାନୀକୁ ଅନ୍ୟଠାରୁ ଅଲଗା କରିଥିଲା। ୨୦୨୩ ଆର୍ଥତ୍କ ବର୍ଷରେ ତାଙ୍କର ସବ୍‌ସିଡିଆରି କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିଃର ଭାରତୀୟ କାର୍‌ ବଜାରର ୪୧.୭ ପ୍ରତିଶତ ଶେୟାର ଥିଲା।
୧୯୩୦ ଜାନୁଆରୀ ୩୦ରେ କେନ୍ଦ୍ରୀୟ ଜାପାନର ଜିଫୁ ପ୍ରିଫେକ୍ଚରରେ ଜନ୍ମିତ ସୁଜୁକି କାର୍‌ କମ୍ପାନୀର ପ୍ରତିଷ୍ଠାତା ପରିବାର ତଥା ତତ୍କାଳୀନ ଅଧ୍ୟକ୍ଷ ଶୁଞ୍ଜୋ ସୁଜୁକିଙ୍କ ଝିଅଙ୍କୁ ବିବାହ କରିବା ପରେ ୧୯୫୮ରେ ଉକ୍ତ କମ୍ପାନୀରେ ଯୋଗ ଦେଇଥିଲେ ଏବଂ ସ୍ତ୍ରୀଙ୍କ ପରିବାରର ସାଙ୍ଗିଆକୁ ଗ୍ରହଣ କରିଥିଲେ। ୧୯୭୮ରେ ସେ କମ୍ପାନୀର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ।

The post ଭାରତୀୟ କାର୍‌ ବଜାରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ଓସାମୁ ସୁଜୁକିଙ୍କ ପରଲୋକ appeared first on Dharitri Odia News.