ଭାରତୀୟ କାର୍ ମାର୍କେଟରେ KIA Syrosର ଏଣ୍ଟ୍ରି, ରହିଛି ଭଳିକି ଭଳି ପ୍ରିମିୟମ ଫିଚର୍ସ

ନୂଆଦିଲ୍ଲୀ: କିଆ ଇଣ୍ଡିଆ ଏହାର ନୂଆ ଏସୟୁଭି କାର୍ ସାଇରସର ଅନାବରଣ କରିଛି। ସାଇରସ ହେଉଛି କମ୍ପାନିର ଏସୟୁଭି ସେଗମେଣ୍ଟରେ ୫ମ କାର୍। ଏହାର ବୁକିଂ ଜାନୁଆରୀ ୩ରୁ ଆରମ୍ଭ ହେବାକୁ ଯାଉଥିବାବେଳେ ଫେବ୍ରୁଆରୀରୁ ଏହାର ଡେଲିଭରି ଆରମ୍ଭ ହୋଇପାରେ। ଅବଶ୍ୟ କମ୍ପାନି ଏପର୍ଯ୍ୟନ୍ତ କାର୍‌ର ଦାମ ନେଇ ଖୁଲାସା କରିନାହିଁ। ଏହି କାର୍‌ ମାର୍କେଟରେ ମାରୁତି ବ୍ରିଜା, ଟାଟା ନେକ୍ସନ, ହ୍ୟୁଣ୍ଡାଇ ଭେନ୍ୟୁ, ମହିନ୍ଦ୍ରା ଏକ୍ସୟୁଭି ୩ଏକ୍ସଓ ଏବଂ ଲଞ୍ଚ ହେବାକୁ ଯାଉଥିବା ସ୍କୋଡା କାଇଲାକ ସହ ଟକ୍କର ଦେବ। କିଆ ସାଇରୋଜକୁ କେ୧ ପ୍ଲାଟଫର୍ମରେ ତିଆରି କରାଯାଇଛି। ଏଥିରେ ରହିଛି ମଲ୍ଟି ଇଞ୍ଜିନ ଅପ୍ସନ। ଯେଉଁଥିରେ ୬ ସ୍ପିଡ ମାନୁଆଲ କିମ୍ବା ୭ ସ୍ପିଡ ଡିସିଟି (ଡୁଆଲ କ୍ଲଚ୍ ଟ୍ରାନ୍ସମିଶନ)ର ୧.୦ ଲିଟର ଟର୍ବୋପେଟ୍ରୋଲ ଇଞ୍ଜିନ ରହିଛି ଯାହା ୧୨୦hpର ପାଓ୍ବାର ଏବଂ ୧୭୨nmର ପିକ୍ ଟର୍କ ଜେନେରେଟ କରିଥାଏ। ସେହିଭଳି ୬ ସ୍ପିଡ ମାନୁଆଲ କିମ୍ବା ୬ ସ୍ପିଡ ଅଟୋମେଟିକ ୧.୫ ଲିଟରର ଡିଜେଲ ଇଞ୍ଜିନ ରହିବ। ଯାହା ୧୬୧hpର ପାଓ୍ବାର ଏବଂ ୨୫୦nmର ପିକ୍‌ ଟର୍କ ଜେନେରେଟ କରିବ। କାର୍‌କୁ ଚାରିଟି ଷ୍ଟାଣ୍ଡାର୍ଡ ଟ୍ରିମ୍ ଏବଂ ଦୁଇଟି ଅପ୍ସନାଲ ଟ୍ରିମ HTK, HTK (O), HTK+, HTX ଏବଂ HTX+, HTX+(O)ରେ ଉପଲବ୍ଧ ହେବ।ଇଣ୍ଟିରିୟର କଥା କହିଲେ ଏଥିରେ ଡୁଆଲ ଟୋନ ଇଣ୍ଟିରିୟର, ଟୁ ସ୍ପୋକ ବିଶିଷ୍ଟ ଷ୍ଟିୟରିଂ ଏବଂ ଡୁଆଲ ସ୍କ୍ରିନ ରହିଛି। ଏଥିରେ ଲେବ

ଭାରତୀୟ କାର୍ ମାର୍କେଟରେ KIA Syrosର ଏଣ୍ଟ୍ରି, ରହିଛି ଭଳିକି ଭଳି ପ୍ରିମିୟମ ଫିଚର୍ସ

ନୂଆଦିଲ୍ଲୀ: କିଆ ଇଣ୍ଡିଆ ଏହାର ନୂଆ ଏସୟୁଭି କାର୍ ସାଇରସର ଅନାବରଣ କରିଛି। ସାଇରସ ହେଉଛି କମ୍ପାନିର ଏସୟୁଭି ସେଗମେଣ୍ଟରେ ୫ମ କାର୍। ଏହାର ବୁକିଂ ଜାନୁଆରୀ ୩ରୁ ଆରମ୍ଭ ହେବାକୁ ଯାଉଥିବାବେଳେ ଫେବ୍ରୁଆରୀରୁ ଏହାର ଡେଲିଭରି ଆରମ୍ଭ ହୋଇପାରେ। ଅବଶ୍ୟ କମ୍ପାନି ଏପର୍ଯ୍ୟନ୍ତ କାର୍‌ର ଦାମ ନେଇ ଖୁଲାସା କରିନାହିଁ। ଏହି କାର୍‌ ମାର୍କେଟରେ ମାରୁତି ବ୍ରିଜା, ଟାଟା ନେକ୍ସନ, ହ୍ୟୁଣ୍ଡାଇ ଭେନ୍ୟୁ, ମହିନ୍ଦ୍ରା ଏକ୍ସୟୁଭି ୩ଏକ୍ସଓ ଏବଂ ଲଞ୍ଚ ହେବାକୁ ଯାଉଥିବା ସ୍କୋଡା କାଇଲାକ ସହ ଟକ୍କର ଦେବ। 

କିଆ ସାଇରୋଜକୁ କେ୧ ପ୍ଲାଟଫର୍ମରେ ତିଆରି କରାଯାଇଛି। ଏଥିରେ ରହିଛି ମଲ୍ଟି ଇଞ୍ଜିନ ଅପ୍ସନ। ଯେଉଁଥିରେ ୬ ସ୍ପିଡ ମାନୁଆଲ କିମ୍ବା ୭ ସ୍ପିଡ ଡିସିଟି (ଡୁଆଲ କ୍ଲଚ୍ ଟ୍ରାନ୍ସମିଶନ)ର ୧.୦ ଲିଟର ଟର୍ବୋପେଟ୍ରୋଲ ଇଞ୍ଜିନ ରହିଛି ଯାହା ୧୨୦hpର ପାଓ୍ବାର ଏବଂ ୧୭୨nmର ପିକ୍ ଟର୍କ ଜେନେରେଟ କରିଥାଏ। ସେହିଭଳି ୬ ସ୍ପିଡ ମାନୁଆଲ କିମ୍ବା ୬ ସ୍ପିଡ ଅଟୋମେଟିକ ୧.୫ ଲିଟରର ଡିଜେଲ ଇଞ୍ଜିନ ରହିବ। ଯାହା ୧୬୧hpର ପାଓ୍ବାର ଏବଂ ୨୫୦nmର ପିକ୍‌ ଟର୍କ ଜେନେରେଟ କରିବ। କାର୍‌କୁ ଚାରିଟି ଷ୍ଟାଣ୍ଡାର୍ଡ ଟ୍ରିମ୍ ଏବଂ ଦୁଇଟି ଅପ୍ସନାଲ ଟ୍ରିମ HTK, HTK (O), HTK+, HTX ଏବଂ HTX+, HTX+(O)ରେ ଉପଲବ୍ଧ ହେବ।

ଇଣ୍ଟିରିୟର କଥା କହିଲେ ଏଥିରେ ଡୁଆଲ ଟୋନ ଇଣ୍ଟିରିୟର, ଟୁ ସ୍ପୋକ ବିଶିଷ୍ଟ ଷ୍ଟିୟରିଂ ଏବଂ ଡୁଆଲ ସ୍କ୍ରିନ ରହିଛି। ଏଥିରେ ଲେବୁଲ ୨ର ଆଡଭାନ୍ସ ଡ୍ରାଇଭର ଆସିଷ୍ଟାସ ସିଷ୍ଟମ (ADAS), ଫ୍ରଣ୍ଟ ପାର୍କି ସେନର୍ସ, ପାନୋରୋମିକ ସନରୂଫ୍, ଅଟୋମେଟିକ କ୍ଲାଇମେଟ କଣ୍ଟ୍ରୋଲ, ହିଲ୍ ଷ୍ଟାର୍ଟ ଆସିଷ୍ଟାନ୍ସ, ଇଲେକ୍ଟ୍ରିକ ଷ୍ଟାବିଲିଟି କଣ୍ଟ୍ରୋଲ, ୬ ଏୟାରବ୍ୟାଗ ଷ୍ଟାଣ୍ଡାର୍ଡ, ଭେଣ୍ଟିଲେଟେଡ ସିଟ୍‌ ଏବଂ ୩୬୦ ଡିଗ୍ରୀ କ୍ୟାମେରା ରହିବ। ଏଥିରେ ଓ୍ବାୟାରଲେସ ଚାର୍ଜିଂ, ରିୟର ସନସେଡ, ଆମ୍ବିଏଣ୍ଟ ଲାଇଟିଂ, ରିୟଲ ଏସି ଭେଣ୍ଟ୍ସ, ଓ୍ବାୟାରଲେସ ଆଣ୍ଡ୍ରଏଡ ଅଟୋ ଏବଂ ଆପଲ କାରପ୍ଲେ, ଟ୍ବିନ ୟୁଏସବି ସି ପୋର୍ଟ, ୮ ସ୍ପିକର ବିଶିଷ୍ଟ ହରମନ କାର୍ଡନ ସାଉଣ୍ଡ ସିଷ୍ଟମ ଏବଂ ରିମୋଟ କନେକ୍ଟେଟ କାର୍‌ ଫିଚର୍ସ ରହିବ।