ଭାରତୀୟ କିସାନ ସଂଘ ର ଦ୍ବୀଦିବସିୟ ଗୁରୁତ୍ୱପୂର୍ଣ୍ଣ ରାଜ୍ଯ ଅଧିବେଶନ
ସମ୍ବଲପୁର :ଭାରତୀୟ କିସାନ ସଂଘ, ଓଡିଶା ତା :୩୦ ଓ ୩୧ ଡ଼ିସେମ୍ବର ଦୁଇଦିନ ବ୍ୟାପି ସମଗ୍ର ଓଡିଶା ର କୃଷକ ପ୍ରତିନିଧି ଙ୍କ ଏକ ସାଧାରଣ ସଭା,ଧନୁପାଲି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ।କାର୍ଯ୍ୟକ୍ରମରେ ସଂଗଠନର ରାଷ୍ଟ୍ରୀୟ ମହା ସଚିବ ଶ୍ରୀ ମୋହିନୀ ମୋହନ ମିଶ୍ରଙ୍କ ମାର୍ଗ ଦର୍ଶନ ପୂର୍ବକ ବର୍ତମାନ ଦେଶର କୃଷି ଓ କୃଷକ ଅନେକ ସମସ୍ୟା ଦେଇ ଗତି କରୁଥିବାରୁ,କୃଷି କ୍ଷେତ୍ରରେ ଅଭିବୃଦ୍ଧି ଗତ ବର୍ଷ ଅଧିକ […] The post ଭାରତୀୟ କିସାନ ସଂଘ ର ଦ୍ବୀଦିବସିୟ ଗୁରୁତ୍ୱପୂର୍ଣ୍ଣ ରାଜ୍ଯ ଅଧିବେଶନ appeared first on Odisha.News.

ସମ୍ବଲପୁର :ଭାରତୀୟ କିସାନ ସଂଘ, ଓଡିଶା ତା :୩୦ ଓ ୩୧ ଡ଼ିସେମ୍ବର ଦୁଇଦିନ ବ୍ୟାପି ସମଗ୍ର ଓଡିଶା ର କୃଷକ ପ୍ରତିନିଧି ଙ୍କ ଏକ ସାଧାରଣ ସଭା,ଧନୁପାଲି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ।କାର୍ଯ୍ୟକ୍ରମରେ ସଂଗଠନର ରାଷ୍ଟ୍ରୀୟ ମହା ସଚିବ ଶ୍ରୀ ମୋହିନୀ ମୋହନ ମିଶ୍ରଙ୍କ ମାର୍ଗ ଦର୍ଶନ ପୂର୍ବକ ବର୍ତମାନ ଦେଶର କୃଷି ଓ କୃଷକ ଅନେକ ସମସ୍ୟା ଦେଇ ଗତି କରୁଥିବାରୁ,କୃଷି କ୍ଷେତ୍ରରେ ଅଭିବୃଦ୍ଧି ଗତ ବର୍ଷ ଅଧିକ ଥିବା ବେଳେ ଚଳିତ ବର୍ଷ ଏହା ଖସି ଆସିଛି ଫଳରେ ଗ୍ରାମାଞ୍ଚଳ ର ଅର୍ଥନୀତି ପ୍ରଭାବିତ ହୋଇଛି.. ମୁଖ୍ୟତଃ ଦେଶରେ ଖାଦ୍ୟ ସାମଗ୍ରୀ ର ଦରଦାମ ଯଥେଷ୍ଟ ଅଧିକ ରହିଛି.ଫଳରେ ସବୁ ବର୍ଗ ଲୋକ ପ୍ରଭାବିତ ହୋଇଛନ୍ତି.ଏବିଷୟକୁ ନେଇ ଶ୍ରୀ ମିଶ୍ର ସମବେତ ଚାଷୀ ପ୍ରତିନିଧି ଙ୍କୁ ପରାମର୍ଶ ଦେବେ ଏବଂ ସ୍ୱୟଂ ସେବକ ସଂଘ ରୁ ଶ୍ରୀ ଦୁର୍ଗା ପ୍ରସାଦ ସାହୁ ଦେଶ ର କୃଷି ପାଇଁ ପଞ୍ଚତତ୍ତ୍ୱ ର ଆବଶ୍ୟକତା ଓ କୃଷି ଉପରେ ଏହାର ପ୍ରଭାବ ଉପରେ ମଧ୍ୟ ଆଲୋକ ପାତ କରିବାର ପ୍ରସ୍ତାବନା ରହିଛି।ତତ ସହିତ ଓଡିଶା ପ୍ରଦେଶ ର ସମବେତ କୃଷକ ପ୍ରତିନିଧି ଙ୍କ ଏକ ଶୋଭା ଯାତ୍ରା ଧନୁ ପାଲି ରୁ ବାହାରି ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲା ପାଳ ସମ୍ବଲପୁର ଙ୍କୁ ଚାଷୀ ଓ ଚାଷ ସମସ୍ୟା ଉପରେ ଏକ ଜ୍ଞ।ପନ ପତ୍ର ଦେବାର କାର୍ଯ୍ୟ କ୍ରମ ରହିଛି.।ଉକ୍ତ ସାଧାରଣ ସଭା ର ଫଳା ଫଳ କୁ ସମଗ୍ର ଚାଷୀ କୁଳ ଅନାଇ ରହିଛନ୍ତି ବୋଲି ଶ୍ରୀମୁଖ ପ୍ରଧାନ, ରାଜ୍ୟ ସଭାପତି ଙ୍କ ସୂତ୍ର ରୁ ଜଣା ପଡିଛି।
ଓଡିଶାର ୩୦ ଟି ଜିଲାରୁ ପ୍ରତିନିଧି ଆସିବେ ! ଏହା ସହିତ କେନ୍ଦ୍ରିୟ ସହ ସଂଗଠନ ମନ୍ତ୍ରୀ ଗଜେନ୍ଦ୍ରଜୀ ଓ କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ଶ୍ରୀନିବାସଜୀ ମଧ୍ୟ ଯୋଗଦେଇ ସଂଗଠନ କୁ ମଜବୁତ କରିବା ଉପରେ ମାର୍ଗଦର୍ଶନ କରିବା ନେଇ
ଭାରତୀୟ କିଷାନ ସଂଘ ସମ୍ବଲପୁର ଜିଲା ଶାଖା ଆତିଥ୍ଯେୟତା କରୁଥିବା ସଭାପତି ଶ୍ରୀ ଭବାନୀ ଶଙ୍କର ହୋତା ପ୍ରକାଶ ଜଣାଇଛନ୍ତି।
The post ଭାରତୀୟ କିସାନ ସଂଘ ର ଦ୍ବୀଦିବସିୟ ଗୁରୁତ୍ୱପୂର୍ଣ୍ଣ ରାଜ୍ଯ ଅଧିବେଶନ appeared first on Odisha.News.