ଦାବି ପୂରଣ ନ ହେଲେ ୧୫ ଦିନରେ…

କେସିଙ୍ଗା,୧୮।୫(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ସଚେତନ ନାଗରିକ ମଞ୍ଚ ପକ୍ଷରୁ ୧୦ ଦଫା ଦାବିନେଇ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଶନିବାର ଦିଆଯାଇଛି। ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଆଇ ଆଇଦ୍‌ସି କେସିଙ୍ଗାଙ୍କ ଜରିଆରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିଗୁଡିକୁ ଯଦି୧୫ଦିନ ଭିତରେ ପୂରଣ କରା ନ ଗଲା ତେବେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି। କେସିଙ୍ଗା ଅଞ୍ଚଳର ବିଭିନ୍ନ ସମସ୍ୟା ଗୁଡିକୁ ସରକାର ଦୃଷ୍ଟି ଦେବାକୁ ଦାବି କରି କରାଯାଉଥିଲେ […] The post ଦାବି ପୂରଣ ନ ହେଲେ ୧୫ ଦିନରେ… appeared first on Dharitri Odia News.

ଦାବି ପୂରଣ ନ ହେଲେ ୧୫ ଦିନରେ…

କେସିଙ୍ଗା,୧୮।୫(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ସଚେତନ ନାଗରିକ ମଞ୍ଚ ପକ୍ଷରୁ ୧୦ ଦଫା ଦାବିନେଇ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଶନିବାର ଦିଆଯାଇଛି। ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଆଇ ଆଇଦ୍‌ସି କେସିଙ୍ଗାଙ୍କ ଜରିଆରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିଗୁଡିକୁ ଯଦି୧୫ଦିନ ଭିତରେ ପୂରଣ କରା ନ ଗଲା ତେବେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି। କେସିଙ୍ଗା ଅଞ୍ଚଳର ବିଭିନ୍ନ ସମସ୍ୟା ଗୁଡିକୁ ସରକାର ଦୃଷ୍ଟି ଦେବାକୁ ଦାବି କରି କରାଯାଉଥିଲେ ମଧ୍ୟ କୌଣସ କାର୍ଯ୍ୟ ହେଉନାହିଁ । ଅନ୍ୟପକ୍ଷେ ଅତି ଚତୁରତାର ସହ ଦିନ ଗଡ଼ାଇ ଅଞ୍ଚଳ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ଦେଖିବାକୁ ମିଳୁଛି। ଯାହା ଫଳରେ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଅନକେ ବର୍ଷ ଧରି ମଞ୍ଚ ପକ୍ଷରୁ ସରକାରଙ୍କୁ ଲେଖା ମାଧ୍ୟମରେ ଦାବି ଜଣାଯାଉଛି। କୋଣାର୍କ ସୁତା କଳର ପୁନଃଉଦ୍ଧାର, କେସିଙ୍ଗା ରେଳ ଷ୍ଟେଶନରୁ ରାଜଧାନୀ ଭୁବନେଶ୍ବରକୁ ଦୈନିକ ସିଧାସଳଖ ଟ୍ରେନ ଚଳାଚଳ, କନ୍ତେସିର ଠାରୁ ଜୋଲକୋ ପର୍ଯ୍ୟନ୍ତ ଏକ ବାଇପାସ ରାସ୍ତା ନିର୍ମାଣ, ଶିରୋଲ ଓ ଲଇତରା ଗ୍ରାମ ପଞ୍ଚାୟତ ବିଭିନ୍ନ ଗ୍ରାମ ଗୁଡିକୁ ପୌର ପରିଷଦରେ ସାମିଲ କରି ମ୍ୟୁନିସିପାଲିଟିର ମାନ୍ୟତା, କେସିଙ୍ଗା ବ୍ଲକ ତୁର୍ଲାଖମନ ଗ୍ରାମରେ ହେବାକୁ ଥିବା ବହୁମୁଖୀ ତେଲ ବ୍ୟାରେଜର ସୁପ୍ତ ଅବସ୍ତାପଢି ରହିଛି ତୁରନ୍ତ କାର୍ଯ୍ୟକାରୀ କରାଯାଉ, ପରଲସିଙ୍ଗା, ବାଲସି ଗ୍ରାମ ପଞ୍ଚାୟତ କୁନୂତନ ବୃହତ ଉଠାଜଳସେଚନ ବ୍ୟବସ୍ଥା ଆଦି ଦାବିକରାଯାଇଛି। ଦାବି ପୂରଣ ନ ହେଲେ ଆନ୍ଦୋଳନ ହେବ ବୋଲି ସଭାପତି ଉତ୍ତର କୁମାର ମହଲା କଢ଼ା ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ ଏନ ସିର ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରୀୟଙ୍କୁ ପଚାରିବାରୁ ମୁଁ ଜିଲାପାଳଙ୍କ ସହ ଆଲୋଚନା କରିବି ଏନଏସି ପକ୍ଷରୁ ଯାହା ସମ୍ଭବ ତାହା ନିଶ୍ଚୟ କାର୍ଯ୍ୟକାରୀ କରାଯିବ ବୋଲି କହିଥିଲେ।

The post ଦାବି ପୂରଣ ନ ହେଲେ ୧୫ ଦିନରେ… appeared first on Dharitri Odia News.