ଭାରତୀୟ ଜଡିବୁଟି ଓ ମସାଲାରେ ମାତ୍ରାଧିକ କୀଟନାଶକ ରିପୋର୍ଟ ମିଥ୍ୟା ଓ ଦୁର୍ଭାବନା ପୂର୍ଣ୍ଣ : fssai

ନୂଆଦିଲ୍ଲୀ ୫।୫:  ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ସେହି ସବୁ ରିପୋର୍ଟକୁ ଖଣ୍ଡନ କରିଛନ୍ତି ଯେଉଁଥିରେ ଦାବି କରାଯାଇଥିଲା ଜଡିବୁଟି ଓ ମସଲାରେ ଉଚ୍ଚ କୀଟନାଶକ ଅବଶୋଷକୁ ଅନୁମତି ଦିଆଯାଇଛି। ଏପରି ରିପୋର୍ଟକୁ ‘ମିଥ୍ୟା ଓ ଦୁର୍ଭାବନା ପୂର୍ଣ୍ଣ’ ବୋଲି କହି ଖାଦ୍ୟ ସୁରକ୍ଷା ନିୟାମକ ଏଫଏସଏସଏଆଇ ଏକ ପ୍ରେସ୍‌ ନୋଟ୍ ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ବିଶ୍ୱରେ ଭାରତ ସବୁଠୁ ଅଧିକ ଅବଶେଷ ସୀମା (ଏମଆରଏଲ)ର ସବୁଠୁ କଡ଼ା ମାନକ ପାଳନ କରୁଥିବା ଦେଶଙ୍କ ମଧ୍ୟରୁ ଅନ୍ୟତମ। ଏଫଏସଏସଏଆଇ କହିଛନ୍ତି ଯେ ଭାରତରେ କୀଟନାଶକଗୁଡିକୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ କୀଟନାଶକ ଅଧିନିୟମ ୧୯୬୮ରେ ଗଠିତ କେନ୍ଦ୍ରୀୟ କୀଟନାଶକ ବୋର୍ଡ ଓ ପଞ୍ଜିକରଣ ସମିତି (ସିଆଇବି ଓ ଆରସି)  ମାଧ୍ୟମରେ ନିୟନ୍ତ୍ରିତ କରାଯାଇଥାଏ। ଏଣୁ କୀଟନାଶକ ଅବଶେଷ ନେଇ ବୈଜ୍ଞାନିକ ପାନେଲ ସିଆଇବି ଓ ଆରସି ମାଧ୍ୟମରେ ପ୍ରାପ୍ତ ତଥ୍ୟର ଯାଞ୍ଚ କରିବା ସହ ଭାରତୀୟ ଜନସଂଖ୍ୟାର ଆହାର ଓ ସବୁ ଆୟୁ ବର୍ଗର ସ୍ୱାସ୍ଥ୍ୟ ସମ୍ପର୍କିତ ଚିନ୍ତାକୁ ବିଚାର କରି ରିସ୍କ ଭାଲ୍ୟୁଏସନ ପରେ ଏଫଏସଏସଆଇ ଏମଆରଏଲ ସୁପାରିଶ କରିଥାନ୍ତି। ଭାରତରେ ସିଆଇବି ଓ ଆରସି ଦ୍ୱାରା ପଞ୍ଜିକୃତ ମୋଟ କୀଟନାଶକ ସଂଖ୍ୟା ୨୯୫ରୁ ଅଧିକ। ଏଥିରୁ ୧୩୯ଟି କୀଟନାଶକ ମସଲା ଉପଯୋଗ ନିମନ୍ତେ ପଞ୍ଜିକୃତ ରହିଛି। ଏଥିରେ କୋଡେକ୍ସ ୨୪୩ଟି କିଟନାଶକକୁ ଆପଣେଇଥିବା ବେଳେ ଯେଉଁଥିରୁ ୭୫

ଭାରତୀୟ ଜଡିବୁଟି ଓ ମସାଲାରେ ମାତ୍ରାଧିକ କୀଟନାଶକ ରିପୋର୍ଟ ମିଥ୍ୟା ଓ ଦୁର୍ଭାବନା ପୂର୍ଣ୍ଣ : fssai

ନୂଆଦିଲ୍ଲୀ ୫।୫:  ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ସେହି ସବୁ ରିପୋର୍ଟକୁ ଖଣ୍ଡନ କରିଛନ୍ତି ଯେଉଁଥିରେ ଦାବି କରାଯାଇଥିଲା ଜଡିବୁଟି ଓ ମସଲାରେ ଉଚ୍ଚ କୀଟନାଶକ ଅବଶୋଷକୁ ଅନୁମତି ଦିଆଯାଇଛି। ଏପରି ରିପୋର୍ଟକୁ ‘ମିଥ୍ୟା ଓ ଦୁର୍ଭାବନା ପୂର୍ଣ୍ଣ’ ବୋଲି କହି ଖାଦ୍ୟ ସୁରକ୍ଷା ନିୟାମକ ଏଫଏସଏସଏଆଇ ଏକ ପ୍ରେସ୍‌ ନୋଟ୍ ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ବିଶ୍ୱରେ ଭାରତ ସବୁଠୁ ଅଧିକ ଅବଶେଷ ସୀମା (ଏମଆରଏଲ)ର ସବୁଠୁ କଡ଼ା ମାନକ ପାଳନ କରୁଥିବା ଦେଶଙ୍କ ମଧ୍ୟରୁ ଅନ୍ୟତମ। 

ଏଫଏସଏସଏଆଇ କହିଛନ୍ତି ଯେ ଭାରତରେ କୀଟନାଶକଗୁଡିକୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ କୀଟନାଶକ ଅଧିନିୟମ ୧୯୬୮ରେ ଗଠିତ କେନ୍ଦ୍ରୀୟ କୀଟନାଶକ ବୋର୍ଡ ଓ ପଞ୍ଜିକରଣ ସମିତି (ସିଆଇବି ଓ ଆରସି)  ମାଧ୍ୟମରେ ନିୟନ୍ତ୍ରିତ କରାଯାଇଥାଏ। ଏଣୁ କୀଟନାଶକ ଅବଶେଷ ନେଇ ବୈଜ୍ଞାନିକ ପାନେଲ ସିଆଇବି ଓ ଆରସି ମାଧ୍ୟମରେ ପ୍ରାପ୍ତ ତଥ୍ୟର ଯାଞ୍ଚ କରିବା ସହ ଭାରତୀୟ ଜନସଂଖ୍ୟାର ଆହାର ଓ ସବୁ ଆୟୁ ବର୍ଗର ସ୍ୱାସ୍ଥ୍ୟ ସମ୍ପର୍କିତ ଚିନ୍ତାକୁ ବିଚାର କରି ରିସ୍କ ଭାଲ୍ୟୁଏସନ ପରେ ଏଫଏସଏସଆଇ ଏମଆରଏଲ ସୁପାରିଶ କରିଥାନ୍ତି। 

ଭାରତରେ ସିଆଇବି ଓ ଆରସି ଦ୍ୱାରା ପଞ୍ଜିକୃତ ମୋଟ କୀଟନାଶକ ସଂଖ୍ୟା ୨୯୫ରୁ ଅଧିକ। ଏଥିରୁ ୧୩୯ଟି କୀଟନାଶକ ମସଲା ଉପଯୋଗ ନିମନ୍ତେ ପଞ୍ଜିକୃତ ରହିଛି। ଏଥିରେ କୋଡେକ୍ସ ୨୪୩ଟି କିଟନାଶକକୁ ଆପଣେଇଥିବା ବେଳେ ଯେଉଁଥିରୁ ୭୫ କିଟନାଶକ ମସଲା ନିମନ୍ତେ ଲାଗୁ ହେଉଛି। କୀଟନାଶକ ମାମଲାରେ କିଲୋଗ୍ରାମ ପିଛା ୦.୦୧ ମିଲିଗ୍ରାମ ଏମଆରଏଲ ଲାଗୁ ହେଉଥିଲା। ଏହି ସୀମା କେବଳ ମସଲା ନିମନ୍ତେ କେଜି ପିଛା ୦.୧ ମିଲିଗ୍ରାମ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହା କେବଳ ସେହି କୀଟନାଶକ ନିମନ୍ତେ ଲାଗୁ ହୁଏ ଯାହା ଭାରତରେ ସିଆଇବି ଓ ଆରସି ଦ୍ୱାରା ପଞ୍ଜିକୃତ ନୁହେଁ।