ଭାରତୀୟ ନୌବାଣିଜ୍ୟ କ୍ଷେତ୍ରରେ ଟଙ୍କା ବର୍ଷା କଲା ସାଇପ୍ରସ୍: ଆସିଲା ସବୁଠାରୁ ବଡ଼ ବିଦେଶୀ ନିବେଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଇପ୍ରସ ଗସ୍ତ ପରେ ଭାରତକୁ ନୌବାଣିଜ୍ୟ କ୍ଷେତ୍ରରେ ବଡ଼ ନିବେଶ ଆସିଛି। ସାଇପ୍ରସର ଏକ ବଡ଼ କମ୍ପାନୀ ଇଣ୍ଟରଓରିଏଣ୍ଟ ନାଭିଗେସନ୍ କୋ. ଏବଂ ଡାନସିପ୍ ଆଣ୍ଡ୍ ପାର୍ଟନର୍ସ ଭାରତୀୟ ଜାହାଜ ଶିଳ୍ପରେ ୧୦,୦୦୦ କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରିଛନ୍ତି। ଭାରତୀୟ ନୌବାଣିଜ୍ୟ କ୍ଷେତ୍ରରେ ଏହା ଏପର୍ଯ୍ୟନ୍ତ ସବୁଠାରୁ ବଡ ବିଦେଶୀ ଘରୋଇ ନିବେଶ ବୋଲି କୁହାଯାଉଛି।  ଏନେଇ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ୨୦୦୫ରେ ଭାରତୀୟ ନୌବାଣିଜ୍ୟ କ୍ଷେତ୍ରରେ ୧୦୦ ପ୍ରତିଶତ ବିଦେଶୀ ନିବେଶ ପାଇଁ ଅନୁମତି ଦିଆଯାଇଥିଲା। ହେଲେ ଏ କ୍ଷେତ୍ରରେ ଏତେ ମାତ୍ରାରେ ବିଦେଶୀ ପୁଞ୍ଜି ନିବେଶ ହୋଇ ନଥିଲା। ତେବେ ସାଇପ୍ରସ୍‌ କମ୍ପାନୀର ୧୦ ହଜାର କୋଟି ନିବେଶ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ବିଦେଶୀ ଘରୋଇ ପୁଞ୍ଜି ନିବେଶ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦଶନ୍ଧୀ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ନିକଟରେ ସାଇପ୍ରସ ଗସ୍ତ କରିଥିଲେ। ଏହାପରେ ଉକ୍ତ ଦେଶ ଠାରୁ ଏହି ବଡ଼ ନିବେଶ ଆସିଛି। କମ୍ପାନୀ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ଏହି ବୃହତ ନିବେଶ ଭାରତ ଏବଂ ସାଇପ୍ରସ ମଧ୍ୟରେ ଦ୍ୱିପାକ୍ଷିକ ଗଭୀର ଏବଂ ବ୍ୟାପକ କୂଟନୈତିକ ସମ୍ପର୍କର ପ୍ରତୀକ ଏବଂ ଦୁଇ ଦେଶକୁ ପରସ୍ପରର ଆହୁରି ନିକଟତର କରିବ। କମ୍ପାନୀ ଆହୁରି କହିଛି “ଘଟଣାକ୍ରମେ, ଭାରତ ଏବଂ ସାଇପ୍ରସ ଉଭୟ ପ୍ରମୁଖ ସ

ଭାରତୀୟ ନୌବାଣିଜ୍ୟ କ୍ଷେତ୍ରରେ ଟଙ୍କା ବର୍ଷା କଲା ସାଇପ୍ରସ୍: ଆସିଲା ସବୁଠାରୁ ବଡ଼ ବିଦେଶୀ ନିବେଶ

ନୂଆଦିଲ୍ଲୀପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଇପ୍ରସ ଗସ୍ତ ପରେ ଭାରତକୁ ନୌବାଣିଜ୍ୟ କ୍ଷେତ୍ରରେ ବଡ଼ ନିବେଶ ଆସିଛି। ସାଇପ୍ରସର ଏକ ବଡ଼ କମ୍ପାନୀ ଇଣ୍ଟରଓରିଏଣ୍ଟ ନାଭିଗେସନ୍ କୋ. ଏବଂ ଡାନସିପ୍ ଆଣ୍ଡ୍ ପାର୍ଟନର୍ସ ଭାରତୀୟ ଜାହାଜ ଶିଳ୍ପରେ ୧୦,୦୦୦ କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରିଛନ୍ତି। ଭାରତୀୟ ନୌବାଣିଜ୍ୟ କ୍ଷେତ୍ରରେ ଏହା ଏପର୍ଯ୍ୟନ୍ତ ସବୁଠାରୁ ବଡ ବିଦେଶୀ ଘରୋଇ ନିବେଶ ବୋଲି କୁହାଯାଉଛି।  
ଏନେଇ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ୨୦୦୫ରେ ଭାରତୀୟ ନୌବାଣିଜ୍ୟ କ୍ଷେତ୍ରରେ ୧୦୦ ପ୍ରତିଶତ ବିଦେଶୀ ନିବେଶ ପାଇଁ ଅନୁମତି ଦିଆଯାଇଥିଲା। ହେଲେ ଏ କ୍ଷେତ୍ରରେ ଏତେ ମାତ୍ରାରେ ବିଦେଶୀ ପୁଞ୍ଜି ନିବେଶ ହୋଇ ନଥିଲା। ତେବେ ସାଇପ୍ରସ୍‌ କମ୍ପାନୀର ୧୦ ହଜାର କୋଟି ନିବେଶ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ବିଦେଶୀ ଘରୋଇ ପୁଞ୍ଜି ନିବେଶ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦଶନ୍ଧୀ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ନିକଟରେ ସାଇପ୍ରସ ଗସ୍ତ କରିଥିଲେ। ଏହାପରେ ଉକ୍ତ ଦେଶ ଠାରୁ ଏହି ବଡ଼ ନିବେଶ ଆସିଛି। କମ୍ପାନୀ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ଏହି ବୃହତ ନିବେଶ ଭାରତ ଏବଂ ସାଇପ୍ରସ ମଧ୍ୟରେ ଦ୍ୱିପାକ୍ଷିକ ଗଭୀର ଏବଂ ବ୍ୟାପକ କୂଟନୈତିକ ସମ୍ପର୍କର ପ୍ରତୀକ ଏବଂ ଦୁଇ ଦେଶକୁ ପରସ୍ପରର ଆହୁରି ନିକଟତର କରିବ। 

କମ୍ପାନୀ ଆହୁରି କହିଛି “ଘଟଣାକ୍ରମେ, ଭାରତ ଏବଂ ସାଇପ୍ରସ ଉଭୟ ପ୍ରମୁଖ ସାମୁଦ୍ରିକ ସୀମା ଥିବା ରାଷ୍ଟ୍ର। ଏବଂ ଉଭୟଙ୍କର ଭାରତ-ସାଇପ୍ରସ ସାମୁଦ୍ରିକ ସହଯୋଗ ଫ୍ରେମୱାର୍କ ଚୁକ୍ତିନାମା ମଧ୍ୟ ରହିଛି। ଏହି ଐତିହାସିକ ନିବେଶ ପ୍ରସ୍ତାବ ଭାରତ ପ୍ରଧାନମନ୍ତ୍ରୀଙ୍କ 'ଆତ୍ମନିର୍ଭର ଭାରତ' ଅଭିଯାନର ରୋଡମ୍ୟାପ୍ ସହ ନିବିଡ଼ ଭାବରେ ସମନ୍ୱିତ। ଯାହା 'ମାରିଟାଇମ୍ ଇଣ୍ଡିଆ ଭିଜନ -୨୦୩୦' ଏବଂ 'ସାଗରମାଳା' ଭଳି ପଦକ୍ଷେପ ଅଧୀନରେ ଏକ ବ୍ୟାପକ ସାମୁଦ୍ରିକ ଭିତ୍ତିଭୂମି ବିକାଶ ଦିଗରେ ଯୋଗଦାନ ଦେବ। ଏହା ମୋଦିଙ୍କ 'ଅମୃତ କାଳ ଅଭିଯାନ ୨୦୪୭' ଏବଂ 'ବିକଶିତ ଭାରତ'ର ବ୍ଲୁପ୍ରିଣ୍ଟ ପୂରଣ କରିବା ଦିଗରେ ଏକ ସାଧାରଣ ଯୋଗଦାନ।”

ଭାରତକୁ ଆସୁଥିବା ଏହି ଏଫ୍‌ଡିଆଇ ବୃହତ୍ତର ଭାରତୀୟ ଜାତୀୟ ସ୍ୱାର୍ଥରେ ତ ଯୋଗଦାନ ଦେବ, ହେଲେ ଏହି ନିବେଶ ଅଧୀନରେ ଥିବା ସମସ୍ତ ଜାହାଜ ଭାରତୀୟ ମାଲିକାନାରେ ପଞ୍ଜୀକୃତ ହେବେ। ଯାହା ଭାରତର ଜାତୀୟ ଜାହାଜ ପରିବହନ ଟନେଜରେ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବ। ଏଥିରେ ଭାରତୀୟ କ୍ୟାଡେଟ, ପ୍ରଶିକ୍ଷାର୍ଥୀ ଏବଂ ନାବିକମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୃଷ୍ଟି ହୋଇପାରେ। ଭାରତୀୟ ରପ୍ତାନି-ଆମଦାନୀରେ ପରିବହନ ଦ୍ୱାରା ହୋଇଥିବା ସମସ୍ତ ଆୟ ଭାରତୀୟ ଅର୍ଥନୀତିରେ ରହିବ।

ଏହା ସାମଗ୍ରିକ ଭାବରେ ଭାରତର ଅର୍ଥନୈତିକ ସୁରକ୍ଷାରେ ଯୋଗଦାନ ଦେବ। ଏହା ଆଗାମୀ କିଛି ବର୍ଷ ମଧ୍ୟରେ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବା ଦିଗରେ ଭାରତର ଯାତ୍ରାରେ ମୂଲ୍ୟବାନ ଯୋଗଦାନ ଦେବ ବୋଲି ଜାରି ବିବୃତ୍ତିରେ କୁହାଯାଇଛି।