ଭାରତୀୟଙ୍କୁ ସ୍ୱାର୍ଥପର କହି ଗାଳି ଦେଉଥିଲେ ପାକିସ୍ତାନୀ ଯୁବକ, ଅଧା ରାସ୍ତାରେ ଓହ୍ଲାଇଦେଲେ ଉବର ଡ୍ରାଇଭର 

ରାତି ପ୍ରାୟ ସାଢ଼େ ୧୨ଟା ହୋଇଥିଲା । ରାଜଧାନୀ ଦିଲ୍ଲୀର ରାଜରାସ୍ତାରେ। ହଠାତ୍‌ ଯୁବକ ଯୁବତୀ ଉବେର ଡ୍ରାଇଭର ସହ ପାଟିତୁଣ୍ଡ ହୋଇଥିଲା । ଫଳରେ ଅଧ ରାତିରେ ବିଚ୍‌ ରାସ୍ତାରେ ଛାଡ଼ି ପଳାଇଥିଲା ଡ୍ରାଇଭର । ଆପଣ ଭାବୁଥିବେ ଯେ ଅଧ ରାତିରେ ଡ୍ରାଇଭର ଏପରି କରିବା ପଛର କାରଣ କଣ ? ତେବେ ପୂରା ଘଟଣା ଥିଲା ଏପରି, ଭାରତକୁ ବିରୋଧ କରି ପାକିସ୍ତାନୀ ଯୁବକ ମନଇଚ୍ଛା ଗପି ଚାଲିଥିଲେ । ଉଭୟଙ୍କ ସେହି […] The post ଭାରତୀୟଙ୍କୁ ସ୍ୱାର୍ଥପର କହି ଗାଳି ଦେଉଥିଲେ ପାକିସ୍ତାନୀ ଯୁବକ, ଅଧା ରାସ୍ତାରେ ଓହ୍ଲାଇଦେଲେ ଉବର ଡ୍ରାଇଭର  appeared first on KNews Odisha.

ଭାରତୀୟଙ୍କୁ ସ୍ୱାର୍ଥପର କହି ଗାଳି ଦେଉଥିଲେ ପାକିସ୍ତାନୀ ଯୁବକ, ଅଧା ରାସ୍ତାରେ ଓହ୍ଲାଇଦେଲେ ଉବର ଡ୍ରାଇଭର 
uber-1

ରାତି ପ୍ରାୟ ସାଢ଼େ ୧୨ଟା ହୋଇଥିଲା । ରାଜଧାନୀ ଦିଲ୍ଲୀର ରାଜରାସ୍ତାରେ। ହଠାତ୍‌ ଯୁବକ ଯୁବତୀ ଉବେର ଡ୍ରାଇଭର ସହ ପାଟିତୁଣ୍ଡ ହୋଇଥିଲା । ଫଳରେ ଅଧ ରାତିରେ ବିଚ୍‌ ରାସ୍ତାରେ ଛାଡ଼ି ପଳାଇଥିଲା ଡ୍ରାଇଭର । ଆପଣ ଭାବୁଥିବେ ଯେ ଅଧ ରାତିରେ ଡ୍ରାଇଭର ଏପରି କରିବା ପଛର କାରଣ କଣ ?

ତେବେ ପୂରା ଘଟଣା ଥିଲା ଏପରି, ଭାରତକୁ ବିରୋଧ କରି ପାକିସ୍ତାନୀ ଯୁବକ ମନଇଚ୍ଛା ଗପି ଚାଲିଥିଲେ । ଉଭୟଙ୍କ ସେହି କଥାକୁ ଗ୍ରହଣ ନକରିପାରି ପ୍ରଥମେ ସେମାନଙ୍କୁ ଏପରି ଆଲୋଚନା ନକରିବାକୁ କହିଥିଲେ ଡ୍ରାଇଭର ଜଣକ । ହେଲେ ସେମାନେ ଚୁପ୍ ରହିବା ପରିବର୍ତ୍ତେ ଡ୍ରାଇଭରଙ୍କୁ ଅପମାନ କରିଥିଲେ । ଆଉ ସେଇଠୁ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ଉଗ୍ରରୂପ ଧାରଣ କରିଥିଲା ।

ଦେଶ ବିରୋଧରେ ଅପମାନଜନକ ମନ୍ତବ୍ୟ ଅସହ୍ୟ ହେବାରୁ କ୍ୟାବ୍ ଡ୍ରାଇଭର ଜଣଙ୍କ ଯୁବକ ଯୁବତୀଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଥିଲେ । ପରେ ନିଜେ ବାହାରକୁ ଆସି ସେମାନଙ୍କୁ ଗାଳି ଦେଇଥିଲେ । ଖାଲି ଏତିକି ନୁହେଁ  ଯୁବକ ଏବଂ ଯୁବତୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ତାତ୍ସଲ୍ୟ କରିବା ସହ ଦେଶକୁ ଆହୁରି ବିରୋଧ କରିଥିଲେ । ଆଉ ସେହି ସମୟର କିଛି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ତେବେ ସବୁଠୁ ବଡ଼ କଥା ହେଉଛି ଯୁବତୀ ଜଣକ ଭାରତୀୟ ହୋଇଥିବା ବେଳେ ଯୁବକ ଜଣକ ପାକିସ୍ତାନୀ । ଭାରତ ପ୍ରତି ଆମ ସମସ୍ତଙ୍କ ମନରେ ରହିଛି ଅନେକ ସମ୍ମାନ । କିନ୍ତୁ ଭାରତୀୟ ହୋଇ ମଧ୍ୟ ନିଜ ଦେଶକୁ ଅପମାନିତ କରାଯାଉଥିବା ବେଳେ ଯୁବକଙ୍କ କଥାରେ ତାଳ ଦେଇଥିଲେ ଯୁବତୀ । ଏହି କଥା କ୍ୟାବ୍‌ ଡ୍ରାଇଭରଙ୍କୁ ଅଧିକ କଷ୍ଟ ଦେଇଥିଲା ଫଳରେ ରାସ୍ତାରେ ସେହି ଯୁବକ ଯୁବତୀଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଥିଲେ କ୍ୟାବ୍‌ ଡ୍ରାଇଭର ।

ବର୍ତ୍ତମାନ ଦିଲ୍ଲୀରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏବଂ ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସରେ ଭାଇରାଲ୍‌ ହେବା ପରେ ଅନେକ ଲୋକ କ୍ୟାବ୍‌ ଡ୍ରାଇଭରଙ୍କୁ ପ୍ରଶଂସା କରିଥିବା ବେଳେ ତାଙ୍କୁ ୟୁଜର୍ସମାନେ ନ୍ୟାସନାଲିଷ୍ଟ କହିବା ସହ ସାଲ୍ୟୁଟ୍‌ କରିଛନ୍ତି ।

 

The post ଭାରତୀୟଙ୍କୁ ସ୍ୱାର୍ଥପର କହି ଗାଳି ଦେଉଥିଲେ ପାକିସ୍ତାନୀ ଯୁବକ, ଅଧା ରାସ୍ତାରେ ଓହ୍ଲାଇଦେଲେ ଉବର ଡ୍ରାଇଭର  appeared first on KNews Odisha.