ଭାରସାମ୍ୟ ହରାଇ କୋଇଲା ଗାଡ଼ି ଦୁର୍ଘଟଣା ଗ୍ରସ୍ତ ଅଳ୍ପକେ ବର୍ତ୍ତଲେ ଟ୍ରକ ଡ୍ରାଇଭର
ଝାରସୁଗୁଡା ୧୧/୨ (ଓଡ଼ିଶା ନ୍ୟୁଜ) ଜାତୀୟ ରାଜପଥ ୪୯ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କନକତୋରା ଛକ ଅନତି ଦୂରରେ ଥିବା ଏଚପି ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଏକ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ଡ୍ରାଇଭର ଜଣକ ଆହତ ହୋଇ ଅଳ୍ପକେ ରକ୍ଷା ପାଇ ଯାଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ । ଖବର ପାଇ ରେଙ୍ଗାଲି ଥାନା ଇନଚାର୍ଜ ସମରେନ୍ଦ୍ର ନାୟକ ଏବଂ କନକତୋରା ପୁଲିସ […] The post ଭାରସାମ୍ୟ ହରାଇ କୋଇଲା ଗାଡ଼ି ଦୁର୍ଘଟଣା ଗ୍ରସ୍ତ ଅଳ୍ପକେ ବର୍ତ୍ତଲେ ଟ୍ରକ ଡ୍ରାଇଭର appeared first on Odisha.News.

ଝାରସୁଗୁଡା ୧୧/୨ (ଓଡ଼ିଶା ନ୍ୟୁଜ) ଜାତୀୟ ରାଜପଥ ୪୯ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କନକତୋରା ଛକ ଅନତି ଦୂରରେ ଥିବା ଏଚପି ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଏକ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ଡ୍ରାଇଭର ଜଣକ ଆହତ ହୋଇ ଅଳ୍ପକେ ରକ୍ଷା ପାଇ ଯାଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ । ଖବର ପାଇ ରେଙ୍ଗାଲି ଥାନା ଇନଚାର୍ଜ ସମରେନ୍ଦ୍ର ନାୟକ ଏବଂ କନକତୋରା ପୁଲିସ ବିଟ ହାଉସ ଅଧିକାରୀ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ଉକ୍ତ ଟ୍ରକ ଡ୍ରାଇଭରକୁ ଆହତ ଅବସ୍ଥାରେ ଉଦ୍ଧାର କରି ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଇଥିଲେ ।
ସୂଚନା ମତେ ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ଏଗାରଟା ସମୟରେ ଝାରସୁଗୁଡା ପଟୁ ଛତିଶଗଡ଼ ରାୟଗଡ଼ ଅଭିମୁଖେ ଯାଉଥିବା ସିଜି- ୧୨-ଏସ-୨୫୩୧ ନମ୍ବର ବିଶିଷ୍ଟ ଏକ କୋଇଲା ବୋଝେଇ ଟ୍ରକ କନକତୋରା ଏଚପି ପେଟ୍ରୋଲ ପମ୍ପ ନିକଟରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ରାଜରାସ୍ତା ଉପରେ ଓଲଟି ପଡିଥିଲା । ଫଳରେ ଉକ୍ତ ଟ୍ରକ ଡ୍ରାଇଭର ଆହତ ହୋଇଥିଲେ । ବେପରୁଆ ଦ୍ରୁତଗତିରେ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେଣୁ ଏଥିପ୍ରତି ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଏବଂ ପୁଲିସ ପ୍ରଶାସନ ମିଳିତ ଭାବେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।
The post ଭାରସାମ୍ୟ ହରାଇ କୋଇଲା ଗାଡ଼ି ଦୁର୍ଘଟଣା ଗ୍ରସ୍ତ ଅଳ୍ପକେ ବର୍ତ୍ତଲେ ଟ୍ରକ ଡ୍ରାଇଭର appeared first on Odisha.News.