୯୨ ହଜାରରେ ପହଞ୍ଚିଲା ସୁନା ଦର

ନୂଆଦିଲ୍ଲୀ: ରେକର୍ଡ ଭାଙ୍ଗିଲା ସୁନା ଦର। ୧୦ ଗ୍ରାମ ସୁନା ମୂଲ୍ୟ ୯୨ ହଜାର ଟଙ୍କା ପହଞ୍ଚିଛି । ଗୁଜରାଟର ଅହମ୍ମଦାବାଦରେ ୧୦ ଗ୍ରାମ ସୁନାର ମୂଲ୍ୟ ୯୨ ହଜାର ଟଙ୍କା ହୋଇଛି । ବିଶେଷକରି ୨୪ କ୍ୟାରେଟ ସୁନା ମୂଲ୍ୟର ଅଧିକ ଦର ବୃଦ୍ଧି ଘଟିଛି । ତେବେ ଭୁବନେଶ୍ବରରେ ସୁନା ଦର ୯୧ ହଜାର ଟଙ୍କା ଭିତରେ ରହିଛି ।ସେହିପରି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୧ […] The post ୯୨ ହଜାରରେ ପହଞ୍ଚିଲା ସୁନା ଦର appeared first on Odisha.News.

୯୨ ହଜାରରେ ପହଞ୍ଚିଲା ସୁନା ଦର

ନୂଆଦିଲ୍ଲୀ: ରେକର୍ଡ ଭାଙ୍ଗିଲା ସୁନା ଦର। ୧୦ ଗ୍ରାମ ସୁନା ମୂଲ୍ୟ ୯୨ ହଜାର ଟଙ୍କା ପହଞ୍ଚିଛି । ଗୁଜରାଟର ଅହମ୍ମଦାବାଦରେ ୧୦ ଗ୍ରାମ ସୁନାର ମୂଲ୍ୟ ୯୨ ହଜାର ଟଙ୍କା ହୋଇଛି ।

ବିଶେଷକରି ୨୪ କ୍ୟାରେଟ ସୁନା ମୂଲ୍ୟର ଅଧିକ ଦର ବୃଦ୍ଧି ଘଟିଛି । ତେବେ ଭୁବନେଶ୍ବରରେ ସୁନା ଦର ୯୧ ହଜାର ଟଙ୍କା ଭିତରେ ରହିଛି ।ସେହିପରି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୧ ହଜାର ୨୦୦ ଟଙ୍କା ହୋଇଛି ।

ଗତ କିଛି ମାସ ହେଲା ସୁନା ଦର ଦୃତ ଗତିରେ ବଢ଼ିଚାଲିଛି। ଚଳିତ ବର୍ଷ ଆରମ୍ଭରେ ସୁନାଦର ୭୮ ହଜାର ଟଙ୍କା ରହିଥିଲା। ସେବେଠାରୁ ଏହାର ମୂଲ୍ୟ ବଢ଼ିଚାଲିଛି। ଅନ୍ତର୍ଜାତୀୟ କ୍ଷେତ୍ରରେ ଟାରିଫ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ଏହାର ପ୍ରଭାବ ସୁନା ଦର ଉପରେ ପଡିଛି ।

The post ୯୨ ହଜାରରେ ପହଞ୍ଚିଲା ସୁନା ଦର appeared first on Odisha.News.