ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିହେଲା ବୋଲେରୋ, ଦୁଇ ମୃତ ଓ ୮ ଗୁରୁତର

ବଣାଇ ୧୭/୦୫: ଦୁର୍ଘଟଣାରେ ଦୁଇ ମୃତ ଓ ୮ ଗୁରୁତର । ବାଲେଶ୍ୱରର ଭୋଗରାଇରୁ ଚାନ୍ଦିପୋଷ ଥାନା ନିକଟରେ ଘଟିଛି ଏହି ଘଟଣା । ବାଲେଶ୍ୱରରୁ ରାଉରକେଲା ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ସୂଚନା ଥାଉକି, ଚାନ୍ଦିପୋଷ ଥାନା ୧୪୩ ଜାତୀୟ ରାଜପଥର ଧାନ ଘର ନିକଟରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇଥିଲା ବୋଲେରୋ । ଫଳରେ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ୮ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ରାଉରକେଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।   

ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିହେଲା ବୋଲେରୋ, ଦୁଇ ମୃତ ଓ ୮ ଗୁରୁତର

ବଣାଇ ୧୭/୦୫: ଦୁର୍ଘଟଣାରେ ଦୁଇ ମୃତ ଓ ୮ ଗୁରୁତର । ବାଲେଶ୍ୱରର ଭୋଗରାଇରୁ ଚାନ୍ଦିପୋଷ ଥାନା ନିକଟରେ ଘଟିଛି ଏହି ଘଟଣା । ବାଲେଶ୍ୱରରୁ ରାଉରକେଲା ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । 

ସୂଚନା ଥାଉକି, ଚାନ୍ଦିପୋଷ ଥାନା ୧୪୩ ଜାତୀୟ ରାଜପଥର ଧାନ ଘର ନିକଟରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇଥିଲା ବୋଲେରୋ । ଫଳରେ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ୮ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ରାଉରକେଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।