ଭାରସାମ୍ୟ ହରାଇ ବିଜାଘାଟିରେ ଓଲଟିଲା ବସ୍‌, ୩୦ରୁ ଅଧିକ ଯାତ୍ରୀ ଆହତ

ମାଲକାନଗିରି : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍‌। ମାଲକାନଗିରିର ବିଜାଘାଟିରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ହୋଇଥିବା ଜଣାପଡିଛି। ଆଜି ସକାଳେ ହାଇଦ୍ରାବାଦରୁ ବଲାଙ୍ଗୀର ଯାଉଥିବା ଏକ ବସ୍ ଭାରସାମ୍ୟ ହରାଇ ବିଜାଘାଟିରେ ଓଲଟିଯାଇଥିଲା। ଯାହା ଫଳରେ ବସ୍‌ରେ ଥିବା ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଦ୍ବାରା ବସ୍‌ରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରୁଥିବା ବେଳେ ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର […]

ଭାରସାମ୍ୟ ହରାଇ ବିଜାଘାଟିରେ ଓଲଟିଲା ବସ୍‌, ୩୦ରୁ ଅଧିକ ଯାତ୍ରୀ ଆହତ
Bus overturns in Bijaghati after losing balance

ମାଲକାନଗିରି : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍‌। ମାଲକାନଗିରିର ବିଜାଘାଟିରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ହୋଇଥିବା ଜଣାପଡିଛି। ଆଜି ସକାଳେ ହାଇଦ୍ରାବାଦରୁ ବଲାଙ୍ଗୀର ଯାଉଥିବା ଏକ ବସ୍ ଭାରସାମ୍ୟ ହରାଇ ବିଜାଘାଟିରେ ଓଲଟିଯାଇଥିଲା। ଯାହା ଫଳରେ ବସ୍‌ରେ ଥିବା ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଦ୍ବାରା ବସ୍‌ରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରୁଥିବା ବେଳେ ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।