ଭିକମପାଲି ହାଇସ୍କୁଲର ବରିଷ୍ଠ କିରାଣୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଝାରସୁଗୁଡା ୨/୭ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଭିକମପାଲି ହାଇସ୍କୁଲର ବରିଷ୍ଠ କିରାଣୀ ପ୍ରଫୁଲ କୁମାର ବନିଆ ଙ୍କୁ ଆଜି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଭିକମପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମ୍ବର୍ଦ୍ଧନା ସଭାରେ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ନିତ୍ୟାନନ୍ଦ ନାୟକ ମୁଖ୍ୟ ଅତିଥି, କଦମଡିହି ଏମ ଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଦୀପିକା ଟୁଟି ମୁଖ୍ୟବକ୍ତା ଏବଂ ପଲସଦା […] The post ଭିକମପାଲି ହାଇସ୍କୁଲର ବରିଷ୍ଠ କିରାଣୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା appeared first on Odisha.News.

ଭିକମପାଲି ହାଇସ୍କୁଲର ବରିଷ୍ଠ କିରାଣୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଝାରସୁଗୁଡା ୨/୭ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଭିକମପାଲି ହାଇସ୍କୁଲର ବରିଷ୍ଠ କିରାଣୀ ପ୍ରଫୁଲ କୁମାର ବନିଆ ଙ୍କୁ ଆଜି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଭିକମପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମ୍ବର୍ଦ୍ଧନା ସଭାରେ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ନିତ୍ୟାନନ୍ଦ ନାୟକ ମୁଖ୍ୟ ଅତିଥି, କଦମଡିହି ଏମ
ଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଦୀପିକା ଟୁଟି ମୁଖ୍ୟବକ୍ତା ଏବଂ ପଲସଦା ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେଶ ନନ୍ଦେ, ବାସେନପାଲି (ଖ) ସ୍କୁଲର ପ୍ରଧାନ ଶିକ୍ଷକ ଶିବ କାଲୋ, ମଚିଦା ହାଇସ୍କୁଲର ସହକାରୀ ଶିକ୍ଷକ ବିପ୍ଳବ ପାତ୍ର, ପ୍ୟାରୀ ପଧାନ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ ।
ପ୍ରଥମେ ଶ୍ରୀ ଗଣେଶ ଓ ମା ସରସ୍ଵତୀଙ୍କ ଫଟୋଚିତ୍ର ସମ୍ମୁଖରେ ଦୀପ ଜାଳି ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହା ପରେ ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିବା ପରେ ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ସ୍ୱାଗତ ଭାଷଣ ପ୍ରଦାନ ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ ଅବସର ଗ୍ରହଣ କରିଥିବା ବରିଷ୍ଠ କିରାଣୀ ପ୍ରଫୁଲ୍ଲ ବନିଆଙ୍କୁ ଫୁଲ ଚନ୍ଦନ ଦେଇ ଛାତ୍ରଛାତ୍ରୀ ଗୁରୁ ପୂଜନ କରିବା ପରେ ନିମନ୍ତ୍ରୀତ ଅତିଥି, ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଶିକ୍ଷକ,ଶିକ୍ଷୟିତ୍ରୀ,ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଶ୍ରୀ ବନିଆଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇବା ସହ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ । ସହକାରୀ ଶିକ୍ଷକ ବିଷ୍ଣୁ ପ୍ରସାଦ ପ୍ରଧାନ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ନବୀନ କୁମାର ସା ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିପରି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଜ୍ୟୋତିଷ ସାହୁ,ବୃନ୍ଦାବନ ସୁନା, ସୁଶୀଲ କୁମାର ମେହେର, ମାଧବୀ ଲତା ଖମାରୀ,ଅନୁପମା ସାହୁ,ମିତ୍ରଭାନୁ ସହି,ଏକଲବ୍ୟ ମେହେର ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଖପାଖ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ,ପୁରାତନ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

The post ଭିକମପାଲି ହାଇସ୍କୁଲର ବରିଷ୍ଠ କିରାଣୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା appeared first on Odisha.News.