ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ବିଇଓ କାର୍ଯ୍ୟାଳୟ ଆକାଉଣ୍ଟାଣ୍ଟ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ମହମ୍ମଦ ଫିରୋଜ ଖାନ ଙ୍କୁ ଧରିଛି ଭିଜିଲାନ୍ସ । ସ୍କୁଲ ୟୁନିଫର୍ମ ପାଇଁ ସ୍ଵୟଂ ସହାୟକ ଗୋଷ୍ଠୀଠାରୁ ଲାଞ୍ଚ ନେଉଥିଲେ ଫିରୋଜ। ସୂଚନାନୁସାରେ, ରାଜକନିକା ବ୍ଲକର ସ୍କୁଲଗୁଡ଼ିକୁ ୟୁନିଫର୍ମ ଯୋଗାଇଥିବା ଏକ ସ୍ୱୟଂ ସହାୟକ ଗୋଷ୍ଠୀର ବକେୟା ଥିବା ୧.୯୩ ଲକ୍ଷ ଟଙ୍କାର ବିଲ୍ ପାସ୍ କରିବା […]

ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ
ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ବିଇଓ କାର୍ଯ୍ୟାଳୟ ଆକାଉଣ୍ଟାଣ୍ଟ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ମହମ୍ମଦ ଫିରୋଜ ଖାନ ଙ୍କୁ ଧରିଛି ଭିଜିଲାନ୍ସ । ସ୍କୁଲ ୟୁନିଫର୍ମ ପାଇଁ ସ୍ଵୟଂ ସହାୟକ ଗୋଷ୍ଠୀଠାରୁ ଲାଞ୍ଚ ନେଉଥିଲେ ଫିରୋଜ।

ସୂଚନାନୁସାରେ, ରାଜକନିକା ବ୍ଲକର ସ୍କୁଲଗୁଡ଼ିକୁ ୟୁନିଫର୍ମ ଯୋଗାଇଥିବା ଏକ ସ୍ୱୟଂ ସହାୟକ ଗୋଷ୍ଠୀର ବକେୟା ଥିବା ୧.୯୩ ଲକ୍ଷ ଟଙ୍କାର ବିଲ୍ ପାସ୍ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଫିରୋଜ ଖାନ । ଏହାକୁ ନେଇ ଉକ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଆଜି ଫିରୋଜ ଖାନ ଉକ୍ତ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବାବେଳେ ରେଡ ହ୍ୟାଣ୍ଡ ଧରାପଡିଛନ୍ତି। ତାଙ୍କ ଠାରୁ ରଙ୍ଗ ବୋଳା ଟଙ୍କା ଜବତ କରି ଅଧିକ ତଥ୍ୟ ହାସଲ ପାଇଁ ଅଟକ ରଖିଛି ଭିଜିଲାନ୍ସ ।