ଭିଜିଲାନ୍ସ ଜାଲରେ ଟାଉନ ଥାନା ଏଏସ୍ଆଇ
ଜୟପୁର/କୋରାପୁଟ, ୮ା୧ (ପବନ ପାଣିଗ୍ରାହୀ/ଅମିତାଭ ବେହେରା): ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସୋମବାର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଜୟପୁର ଟାଉନ ଥାନା ଏଏସ୍ଆଇ ଅନିଲ କୁମାର ନାୟକ। ଗାଡି ମୁକୁଳାଇବାକୁ ଥାନାକୁ ଆସିଥିବା ଜଣେ ଗାଡିଚାଳକଙ୍କୁ ଏଏସ୍ଆଇ ନାୟକ ୫ ହଜାର ଟଙ୍କା ଜଣେ କମ୍ବଳ ବ୍ୟବସାୟୀଙ୍କ ମାଧ୍ୟମରେ ଲାଞ୍ଚ ମାଗିଥିଲେ। ଏହି ଟଙ୍କା ଜୟପୁର ପୁରୁଣା ଏସ୍ଡିପିଓ ଆବାସ ଗୃହ ନିକଟରେ କମ୍ବଳ ବ୍ୟବସାୟ କରୁଥିବା ଜଣେ ବ୍ୟବସାୟୀଙ୍କୁ ଦେବାକୁ ସେ […] The post ଭିଜିଲାନ୍ସ ଜାଲରେ ଟାଉନ ଥାନା ଏଏସ୍ଆଇ appeared first on Dharitri Odia News.
ଜୟପୁର/କୋରାପୁଟ, ୮ା୧ (ପବନ ପାଣିଗ୍ରାହୀ/ଅମିତାଭ ବେହେରା): ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସୋମବାର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଜୟପୁର ଟାଉନ ଥାନା ଏଏସ୍ଆଇ ଅନିଲ କୁମାର ନାୟକ। ଗାଡି ମୁକୁଳାଇବାକୁ ଥାନାକୁ ଆସିଥିବା ଜଣେ ଗାଡିଚାଳକଙ୍କୁ ଏଏସ୍ଆଇ ନାୟକ ୫ ହଜାର ଟଙ୍କା ଜଣେ କମ୍ବଳ ବ୍ୟବସାୟୀଙ୍କ ମାଧ୍ୟମରେ ଲାଞ୍ଚ ମାଗିଥିଲେ। ଏହି ଟଙ୍କା ଜୟପୁର ପୁରୁଣା ଏସ୍ଡିପିଓ ଆବାସ ଗୃହ ନିକଟରେ କମ୍ବଳ ବ୍ୟବସାୟ କରୁଥିବା ଜଣେ ବ୍ୟବସାୟୀଙ୍କୁ ଦେବାକୁ ସେ କହିଥିଲେ। ତେବେ ସମ୍ପୃକ୍ତ ଗାଡିଚାଳକ ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ସୋମବାର ସେ କମ୍ବଳ ବ୍ୟବସାୟୀଙ୍କୁ ୫ ହଜାର ଟଙ୍କା ଦେଇଥିଲେ। ସେଠାରେ ପହଞ୍ଚତ୍ ଏଏସ୍ଆଇ ନାୟକ ଟଙ୍କା ନେବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ତାଙ୍କଠାରୁ ଏହି ଟଙ୍କା ଜବତ କରି କେମିକାଲ୍ ପରୀକ୍ଷା କରି ରଙ୍ଗ ହାତରେ ଏଏସ୍ଆଇଙ୍କୁ ଧରାଯାଇଥିଲା। ଏହି ଘଟଣାରେ ଜଣେ କନିଷ୍ଠ ଯନ୍ତ୍ରୀ ଏବଂ ଜଣେ କିରାଣିଙ୍କୁ ସାକ୍ଷୀ ରଖାଯାଇଛି। ତାଙ୍କ ସରକାରୀ ବାସଭବନ ଓ ପୈତୃକ ଘର ଉପରେ ମଧ୍ୟ ଚଢାଉ କରାଯାଇଛି। ଖବର ଲେଖା ହେବା ବେଳକୁ ଏଏସ୍ଆଇ ନାୟକଙ୍କୁ ପଚରାଉଚରା ଜାରି ରହିଛି।
The post ଭିଜିଲାନ୍ସ ଜାଲରେ ଟାଉନ ଥାନା ଏଏସ୍ଆଇ appeared first on Dharitri Odia News.