ଭିଜିଲାନ୍ସ ଜାଲରେ ପୁଲିସ ବାବୁ : ୧୫ ହଜାର ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍

ବାଲିଗୁଡ଼ା: ଭିଜିଲାନ୍ସ ପଞ୍ଝାରେ ପୋଲିସ୍ ବାବୁ । କୋଟଗଡ଼ ଥାନା ASI ରଜନୀକାନ୍ତ ଦାସଙ୍କୁ ଲାଞ୍ଚ ନେବା ବେଳେ ଗିରଫ କରିଛି ଭିଜିଲାନ୍ସ। ଜଣେ ବ୍ୟକ୍ତିଙ୍କ ନିକଟରୁ ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍ । ମିଳିଥିବା ସୂଚନା ଅନୁସାରେ କୋଟଗଡ଼ ଥାନା ଅଞ୍ଚଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଏକ ଗଣ୍ଡଗୋଳ ହୋଇ ମାମଲା ପଞ୍ଜିକୃତ ହୋଇଥିଲ। ଯେଉଁକେସ୍‌ରେ ଏଏସଆଇ ରଜନୀକାନ୍ତ ଦାସ ତଦନ୍ତ ଅଧିକାରୀ ଥିଲେ। ତେବେ ଏହି ମାମଲାକୁ […]

ଭିଜିଲାନ୍ସ ଜାଲରେ ପୁଲିସ ବାବୁ : ୧୫ ହଜାର ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍
Vigilance caught the ASI of kiakata police station while taking bribe

ବାଲିଗୁଡ଼ା: ଭିଜିଲାନ୍ସ ପଞ୍ଝାରେ ପୋଲିସ୍ ବାବୁ । କୋଟଗଡ଼ ଥାନା ASI ରଜନୀକାନ୍ତ ଦାସଙ୍କୁ ଲାଞ୍ଚ ନେବା ବେଳେ ଗିରଫ କରିଛି ଭିଜିଲାନ୍ସ। ଜଣେ ବ୍ୟକ୍ତିଙ୍କ ନିକଟରୁ ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍ ।

ମିଳିଥିବା ସୂଚନା ଅନୁସାରେ କୋଟଗଡ଼ ଥାନା ଅଞ୍ଚଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଏକ ଗଣ୍ଡଗୋଳ ହୋଇ ମାମଲା ପଞ୍ଜିକୃତ ହୋଇଥିଲ। ଯେଉଁକେସ୍‌ରେ ଏଏସଆଇ ରଜନୀକାନ୍ତ ଦାସ ତଦନ୍ତ ଅଧିକାରୀ ଥିଲେ। ତେବେ ଏହି ମାମଲାକୁ ରଫାଦଫା କରିବା କୋଟଗଡ଼ ଥାନା ASI ରଜନୀକାନ୍ତ ଦାସ ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଆଜି ASI ରଜନୀକାନ୍ତ ଦାସ ତାଙ୍କ କହିବା ମୁତାବକ ଲାଞ୍ଚ ଟଙ୍କା ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଧରିଛି। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି।