ଲଭ୍ ଜିହାଦ ମାମଲାରେ ହେବ 'ଆଜୀବନ ଜେଲ୍' ! ନୂଆ ଆଇନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି ଆସାମ ସରକାର
ନୂଆଦିଲ୍ଲୀ: ଆସାମରେ ଖୁବ୍ ଶୀଘ୍ର 'ଲଭ୍ ଜିହାଦ୍' ମାମଲାରେ ଆଜୀବନ କାରାଦଣ୍ଡ ପ୍ରଦାନ କରୁଥିବା ଆଇନ ଆସିବ। ଏ ସମ୍ପର୍କିତ ପ୍ରସ୍ତାବ ଉପରେ ଆଲୋଚନା କରୁଛନ୍ତି ହିମନ୍ତ ବିଶ୍ୱଶର୍ମା। ରାଜ୍ୟ ବିଜେପି କାର୍ଯ୍ୟନିର୍ବାହୀ ବୈଠକରେ ସେ କହିଛନ୍ତି ଯେ ନିର୍ବାଚନ ସମୟରେ ଆମେ 'ଲଭ୍ ଜିହାଦ୍' ପ୍ରସଙ୍ଗରେ କହିଥିଲୁ। ଆମେ ଶୀଘ୍ର ଏକ ଆଇନ ଆଣିବୁ ଯେଉଁଥିରେ ଏଭଳି ମାମଲାରେ ଆଜୀବନ କାରାଦଣ୍ଡ ହେବ।ଶର୍ମା କହିଛନ୍ତି ଯେ ଖୁବ୍ ଶୀଘ୍ର ଏକ ନୂତନ ଆବାସିକ ନୀତି ପ୍ରଣୟନ କରାଯିବ, ଯାହା ଅଧୀନରେ କେବଳ ଆସାମରେ ଜନ୍ମିତ ଲୋକମାନେ ରାଜ୍ୟ ସରକାରୀ ଚାକିରି ପାଇବାକୁ ଯୋଗ୍ୟ ହେବେ। ସେ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆଦିବାସୀମାନେ 'ଏକ ଲକ୍ଷ ସରକାରୀ ଚାକିରି'ରେ ପ୍ରାଥମିକତା ପାଇଛନ୍ତି, ଯାହା ସମ୍ପୂର୍ଣ୍ଣ ତାଲିକା ପ୍ରକାଶ ପାଇବା ପରେ ସ୍ପଷ୍ଟ ହୋଇଯିବ।ସିଏମ୍ କହିଛନ୍ତି ଯେ ଆସାମ ସରକାର ମଧ୍ୟ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ଜମି ବିକ୍ରୟ ସମ୍ପର୍କରେ ନିଷ୍ପତ୍ତି ନେଇଛନ୍ତି। ଯଦିଓ ସରକାର ଏଭଳି କାରବାରକୁ ବନ୍ଦ କରିପାରୁନାହାଁନ୍ତି, ତଥାପି ଏହା ଆଗକୁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସମ୍ମତି ନେବା ବାଧ୍ୟତାମୂଳକ କରାଯାଇଛି।ଗତ ମଙ୍ଗଳବାର ୟୁପି ବିଧାନସଭାରେ ଲଭ୍ ଜିହାଦ ସମ୍ବନ୍ଧୀୟ ଏକ ବିଲ୍ ପାରିତ ହୋଇଥିଲା। ଏହି ବିଲରେ ବର୍ତ୍ତମାନ ଅଭିଯୁକ୍ତଙ୍କ ପାଇଁ ଆଜୀବନ କାରାଦଣ୍ଡର ବ୍ୟବସ୍ଥା
ନୂଆଦିଲ୍ଲୀ: ଆସାମରେ ଖୁବ୍ ଶୀଘ୍ର 'ଲଭ୍ ଜିହାଦ୍' ମାମଲାରେ ଆଜୀବନ କାରାଦଣ୍ଡ ପ୍ରଦାନ କରୁଥିବା ଆଇନ ଆସିବ। ଏ ସମ୍ପର୍କିତ ପ୍ରସ୍ତାବ ଉପରେ ଆଲୋଚନା କରୁଛନ୍ତି ହିମନ୍ତ ବିଶ୍ୱଶର୍ମା। ରାଜ୍ୟ ବିଜେପି କାର୍ଯ୍ୟନିର୍ବାହୀ ବୈଠକରେ ସେ କହିଛନ୍ତି ଯେ ନିର୍ବାଚନ ସମୟରେ ଆମେ 'ଲଭ୍ ଜିହାଦ୍' ପ୍ରସଙ୍ଗରେ କହିଥିଲୁ। ଆମେ ଶୀଘ୍ର ଏକ ଆଇନ ଆଣିବୁ ଯେଉଁଥିରେ ଏଭଳି ମାମଲାରେ ଆଜୀବନ କାରାଦଣ୍ଡ ହେବ।
ଶର୍ମା କହିଛନ୍ତି ଯେ ଖୁବ୍ ଶୀଘ୍ର ଏକ ନୂତନ ଆବାସିକ ନୀତି ପ୍ରଣୟନ କରାଯିବ, ଯାହା ଅଧୀନରେ କେବଳ ଆସାମରେ ଜନ୍ମିତ ଲୋକମାନେ ରାଜ୍ୟ ସରକାରୀ ଚାକିରି ପାଇବାକୁ ଯୋଗ୍ୟ ହେବେ। ସେ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆଦିବାସୀମାନେ 'ଏକ ଲକ୍ଷ ସରକାରୀ ଚାକିରି'ରେ ପ୍ରାଥମିକତା ପାଇଛନ୍ତି, ଯାହା ସମ୍ପୂର୍ଣ୍ଣ ତାଲିକା ପ୍ରକାଶ ପାଇବା ପରେ ସ୍ପଷ୍ଟ ହୋଇଯିବ।
ସିଏମ୍ କହିଛନ୍ତି ଯେ ଆସାମ ସରକାର ମଧ୍ୟ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ଜମି ବିକ୍ରୟ ସମ୍ପର୍କରେ ନିଷ୍ପତ୍ତି ନେଇଛନ୍ତି। ଯଦିଓ ସରକାର ଏଭଳି କାରବାରକୁ ବନ୍ଦ କରିପାରୁନାହାଁନ୍ତି, ତଥାପି ଏହା ଆଗକୁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସମ୍ମତି ନେବା ବାଧ୍ୟତାମୂଳକ କରାଯାଇଛି।
ଗତ ମଙ୍ଗଳବାର ୟୁପି ବିଧାନସଭାରେ ଲଭ୍ ଜିହାଦ ସମ୍ବନ୍ଧୀୟ ଏକ ବିଲ୍ ପାରିତ ହୋଇଥିଲା। ଏହି ବିଲରେ ବର୍ତ୍ତମାନ ଅଭିଯୁକ୍ତଙ୍କ ପାଇଁ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି। ଏହି ଆଇନରେ ଅନେକ ଅପରାଧର ଦଣ୍ଡ ଦ୍ୱିଗୁଣିତ ହୋଇଛି। ଲଭ୍ ଜିହାଦ୍ ଅଧୀନରେ ଅନେକ ନୂଆ ଅପରାଧ ମଧ୍ୟ ଯୋଡା ଯାଇଛି।