ଭିଜିଲାନ୍ସ ଜାଲରେ ସ୍ବାମୀ-ସ୍ତ୍ରୀ: ବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ...

ସ୍ବାମୀଙ୍କ ସହ ଭିଜିଲାନ୍ସ ଜାଲରେ ପଡ଼ିଲେ ସରପଞ୍ଚ । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସୁସୁବା ସରପଞ୍ଚ ମାମାଲି ସାମଲ ଓ ସ୍ୱାମୀ ଶିଶିର ସାମଲ ଭିଜିଲାନସ ହାବୁଡ଼ରେ ପଡ଼ିଛନ୍ତି। 

ଭିଜିଲାନ୍ସ ଜାଲରେ ସ୍ବାମୀ-ସ୍ତ୍ରୀ: ବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ...

ସ୍ବାମୀଙ୍କ ସହ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସରପଞ୍ଚ। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସୁସୁବା ସରପଞ୍ଚ ମାମାଲି ସାମଲ ଓ ସ୍ୱାମୀ ଶିଶିର ସାମଲ ଭିଜିଲାନସ ହାବୁଡ଼ରେ ପଡ଼ିଛନ୍ତି। ‘ମୋ ପୋଖରୀ’ ଯୋଜନାର ବିଲ୍ ପାସ କରାଇଦେବା ପାଇଁ ଜଣେ ହିତାଧିକାରୀଙ୍କ ପାଖରୁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଛି ଭିଜିଲାନ୍ସ ଟିମ୍।

ପଢନ୍ତୁ ଏହି ଖବର: ମାତିଛନ୍ତି ମାଫିଆ; ଚୌଦ୍ବାର ଅଞ୍ଚଳରେ ମାଡି ବସିଛନ୍ତି ଏକର ଏକର ଜମି...

ଅଭିଯୋଗ ଅନୁଯାୟୀ, ଗେଙ୍ଗୁଟିଆ ଗାଁର ପଦ୍ମଚରଣ ପ୍ରଧାନଙ୍କ ବିଲ୍ ପାସ କରାଇଦେବା ପାଇଁ ଲାଞ୍ଚ ମାଗୁଥିଲେ ସରପଞ୍ଚ ମାମାଲି ସାମଲ । ଏନେଇ ଅନୁଗୋଳ ଭିଜିଲାନ୍ସ ବିଭାଗକୁ ଅବଗତ କରାଇଥିଲେ ନିଜେ ପଦ୍ମଚରଣ। 

ଏହାପରେ ଯୋଜନା ମୁତାବକ ପଞ୍ଚାୟତ କାର୍ଯ୍ୟାଳୟରେ ପଦ୍ମଚରଣଙ୍କ ଠାରୁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡ଼ିବସିଥିଲା ଭିଜିଲାନ୍ସ ଟିମ୍। ଆଉ ଟଙ୍କା ଜବତ କରିବା ସହ ସରପଞ୍ଚଙ୍କ ଘର ଏବଂ ଅଫିସରେ ରେଡ୍ କରି ଖୋଳତାଡ଼ କରିଛି। ତେବେ ଏନେଇ ସରପଞ୍ଚ କିମ୍ବା ଭିଜିଲାନ୍ସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।